BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଜାତିସଂଘ ଦିବସ ଉପଲକ୍ଷେ ଶାନ୍ତି ପଦଯାତ୍ରା

ଭୁବନେଶ୍ୱର : ଜାତିସଂଘ ଦିବସ ଉପଲକ୍ଷେ ସୋମବାର ପୂର୍ବାହ୍ନରେ ରାଜ୍ୟ ଯୁବ ସାମୁଖ୍ୟ ସମିତି ଆନୁକୂଲ୍ୟରେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିର୍ମୂିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଶାନ୍ତି ପଦଯାତ୍ରାରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ । ୧୯୪୫ ମସିହାରେ ବିଶ୍ୱ ଦରବାରରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅଗଷ୍ଟ ୬ ତାରିଖ ଫେଡାଲ୍‌ଗନ ଓ ଅଗଷ୍ଟ ୯ ତାରିଖ ଲିଟିଲ୍‌ବଏ ନାମକ ଦୁଇଟି ପରମାଣୁ ବୋମା ଜାପାନର ହିରୋସୀମା ଓ ନାଗାସାକୀ ଉପରେ ଆମେରିକା ନିକ୍ଷେପ କରିଥିଲା । ଫଳରେ ଏକଲକ୍ଷ ଚାଳିଶ ହଜାର ନିରୀହ ଜନସାଧାରଣ ମୃତ୍ୟୁବରଣ କରିଥିଲେ । ଏହି ଜଘନ୍ୟ ମୃତ୍ୟୁର ତାଣ୍ଡବଲୀଳା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା । ଏଣୁ ବିଶ୍ୱରେ ଶାନ୍ତି ସ୍ଥାପନ ନିମନ୍ତେ ଶାନ୍ତି ଓ ସଂହତି ରକ୍ଷା ପାଇଁ ଏହିଦିନ ଗଠିତ ହୋଇଥିଲା ଜାତିସଂଘ । ସେହି ଦିନଟିକୁ ସ୍ମରଣ କରି ବିଶ୍ୱ ଦରବାରରେ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ଯୁବସାମୁଖ୍ୟ ସମିତି ତରଫରୁ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଆଜିକ ଦିନରେ ବିଶ୍ୱ ଦରବାରରେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଜାତିସଂଘ ଏଥିରେ ହସ୍ତକ୍ଷେପ କରୁନଥିବାରୁ ସମିତି ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଥିଲା । ସମିତିର ସମ୍ପାଦକ ଅଭୟ ବଡ଼ଜେନା, ବିଶିଷ୍ଟ ଗାନ୍ଧିବାଦୀ ସୁଧାଂଶୁ ମହାପାତ୍ର, ସମାଜସେବୀ ଆନନ୍ଦ ପଟ୍ଟନାୟକ, ଗିରିଜା ଶଙ୍କର ମହାପାତ୍ର, ବ୍ରଜବନ୍ଧୁ ପରିଡ଼ା, କେଶବ ରଣା, ପ୍ରମୋଦ ପରିଡ଼ା, ନିର୍ମଳ ଚନ୍ଦ୍ର ମଲ୍ଲିକ, ସୁକାନ୍ତ ରାଉତ ପ୍ରମୁଖ ଏହି ପଦଯାତ୍ରାରେ ଯୋଗଦାନ କରିଥିଲେ ।