BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଯୋଗ ଦିବସ ଅବସରରେ ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର ସହିଦ୍‌ନଗର ସ୍ଥିତ ଇମଫା ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ ବରଂ ଶରୀରକୁ ନୂତନ ଶକ୍ତି ଯୋଗାଇଥାଏ । କରୋନା ସମୟରେ ବିଶ୍ୱକୁ ଯୋଗ ହିଁ ପ୍ରତିଷେଧମୂଳକ ସଦୃଶ ଔଷଧ ହୋଇଥିଲା । ସାଂମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହ୍ୱ ଓ ବେଶ୍ ପ୍ରାସଙ୍ଗିକତା ରହିଛି । ଜୀବନରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ ହିଁ ଏକ ବୈଜ୍ଞାନିକ ପ୍ରୟୋଗ । ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱସ୍ତରରେ ଆପଣା ଯାଇପାରିଛି ବୋଲି ଅନୁଷ୍ଠାନର ପ୍ରମୁଖ ସଦସ୍ୟ ଶ୍ରୀ ପ୍ରଦୀପ ପ୍ରଧାନ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନର ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଶ୍ରୀମତି ନମିତା ପାଲି, ଜ୍ୟୋର୍ତିମୟୀ ବିଶ୍ୱାଳ, ଶ୍ରୀୟା ଆଚାର୍ଯ୍ୟ, ଅବିନାଶ ରାଉତ, ସ୍ମୀତା ମହାନ୍ତି, ପ୍ରଦୀପ କୁମାର ସାହୁ, ପ୍ରମୋଦ କୁମାର ସାହୁ ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିବା ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ ।