BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା, ଅକ୍ଷୟ ତୃତୀୟାରେ କୃଷକ ଦେବତାଙ୍କ ପୂଜା

ଭାରତ ହେଉଛି ଏକ କୃଷିପ୍ରଧାନ ଦେଶ। ଓଡ଼ିଶାରେ ଶତକଡ଼ା ୮୫ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ଓଡ଼ିଶାରେ ସାଧାରଣତଃ ଧାନ, ବିରି, ମୁଗ, କୋଳଥ, ହରଡ଼, ନଳିତା, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଚାଷ କରାଯାଇଥାଏ। ସେତେବେଳେ ଲାଲାବାହାଦୂର ଶାସ୍ତ୍ରୀ ପ୍ରଥମ କରି ‘ଜୟ ଜବାନ-ଜୟ କିଷାନ’ର ସ୍ଲୋଗାନ ଦେଇ କୃଷକମାନଙ୍କୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।

କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା। କିନ୍ତୁ କୃଷକଟିଏ ଖାଲି ପରିଚୟ ପାଇଗଲେ, ତାର ଯେ ସବୁ ଦୁଃଖ ଦୂର ହୋଇଯିବ, ଏକଥା ଭାବିବା ଭୁଲ। କୃଷକମାନଙ୍କୁ ବିନା ସୁଧରେ ଋଣ, ଠିକ୍ ସମୟରେ ସାର, ବିହନ ଓ କୀଟନାଶକ ଔଷଧ ଯୋଗାଇଦେବା ସହ କୃଷକର ଉତ୍ପାଦିତ ଫସଲକୁ ବଜାରରେ କିପରି ବିକ୍ରୟ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବା ସହ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକରେ ଚାଷୀର ଯେଉଁ କ୍ଷତି ଘଟୁୁଛି, ସେ କ୍ଷତିକୁ ଭରଣା କରାଯାଇ ପାରିଲେ •ଷୀ ତାର ଉପଯୁକ୍ତ ପ୍ରାପ୍ୟ ପାଇପାରିବ।

କୃଷକମାନଙ୍କୁ ସମ୍ମାନ ଦେବାକୁ ଯାଇ ୨୦୦୫ ମସିହାରେ ସମାଜସେବୀ ତଥା ଉଦୀୟମାନ ଯୁବକ ପ୍ରତାପ କୁମାର ସାହୁ ନିଜ ଗ୍ରାମ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବରାହିଁପୁର ପଞ୍ଚାୟତର ମଣିଜୋରୀ ଗ୍ରାମରେ ଭାରତର ସର୍ବପ୍ରଥମ କୃଷକ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହିଦିନ ଠାରୁ ପ୍ରତିବର୍ଷ କୃଷକମାନଙ୍କର ପବିତ୍ର ଉତ୍ସବ ‘ଅକ୍ଷୟ ତୃତୀୟ’ ଦିନ ଉକ୍ତ କୃଷକ ମନ୍ଦିରରେ ହୋମଯଜ୍ଞ କରାଯିବା ସହ ହଳ ପ୍ରତିଯୋଗିତା, ଗାଈ ଗୋରୁମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥାଏ।

ସେଠାରେ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ହଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପିତଳ ବାଲଟି, ଘଣ୍ଟି, ପଘା, ପାଞ୍ଚଣ ଏବଂ ଭିଟାମିନ ଖାଦ୍ୟ ପ୍ରଦାନ କରାଯିବା ସହ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥାଏ। ସେଠାକୁ ଆସୁଥିବା ସବୁ ପଶୁମାନଙ୍କୁ ଉତ୍ତମ ଓ ଭିଟାମିନଯୁକ୍ତ ଖାଦ୍ୟ, ସାର୍ଟିଫିକେଟ, ଘଣ୍ଟି, ପଘା, ପାଞ୍ଚଣ ପ୍ରଦାନ କରାଯାଇଥାଏ।

ଏତଦ୍ବ୍ୟତୀତ ସେଠାରେ ସୁନ୍ଦର ଗାଈ ପ୍ରତିଯୋଗିତା ମଧ୍ୟ କରାଯାଏ। ଉକ୍ତ ଗାଈ ଗୁଡ଼ିକୁ ଭିଟାମିନ, ପିତଳ ବାଲଟି, ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ। ଏଥିସହିତ ମାହାଙ୍ଗା ବ୍ଲକର ଶ୍ରେଷ୍ଠ•ଷୀ ଯଥା ମୁଗ, ଧାନ, ନଳିତା, ଚିନାବାଦାମ, ବିରି ଓ କୋଳଥ ଚାଷୀମାନଙ୍କୁ ଫୁଲତୋଡ଼ା, ଉତ୍ତରୀୟ, ମାନପତ୍ର ପ୍ରଦାନ କରାଯିବା ସହିତ ସମ୍ମାନିତ କରାଯାଇଥାଏ।

ଏଠାରେ ସୂଚନାଯୋଗ୍ୟ ଯେ, ଦିନରାତି, ଶୀତକାକର, ଖରାବର୍ଷାକୁ ଖାତିର ନକରି ନିଜର ଲୁହ ଲହୁ ଢାଳି ଦେଶବାସୀଙ୍କୁ ଖାଦ୍ୟ ବସ୍ତ୍ର ଯୋଗାଉଥିବା ଅନ୍ନଦାତା କୃଷକମାନଙ୍କୁ ସ୍ମରଣୀୟ କରିବା ପାଇଁ କୃଷକ ମନ୍ଦିରଟିଏ ପ୍ରତିଷ୍ଠା କରାଯାଇଛି। ଏଠାରେ ପ୍ରତ୍ୟେକ ଦିନ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟା ସମୟରେ ମଧ୍ୟ ଧୂପଦୀପ ଦେଇ ପୂଜାର୍ଚ୍ଚନା କରାଯାଇଥାଏ। ଏହି ମନ୍ଦିରଟି ୨୦୦୫ ମସିହାରେ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଦୀର୍ଘ ୨୦ ବର୍ଷ ଧରି ମନ୍ଦିରଟି ସଦାସର୍ବଦା ନୂତନ ମନ୍ଦିର ନିର୍ମିତ ଭଳି ଦେଖାଯାଇଥାଏ।

ଏହି ମନ୍ଦିରରେ ପବିତ୍ର ଅକ୍ଷୟ ତୃତୀୟ ଦିନ ହଜାର ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଥିବା ବେଳେ ଦୂରଦୂରାନ୍ତରରୁ ବହୁ ବ୍ୟକ୍ତି ମନ୍ଦିର ଦର୍ଶନ କରିବାକୁ ଏଠାକୁ ଆସିଥାନ୍ତି। ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ଯେତେବେଳେ ପ୍ରାକୃତିକ ଦୁର୍ବିପାକରେ •ଷୀଙ୍କ ଫସଲ ଉଜୁଡ଼ିଯାଏ କିମ୍ବା •ଷୀମାନେ •ଷକାର୍ଯ୍ୟକୁ ଯାଆନ୍ତି, ସେତେବେଳେ ଏହି କୃଷକ ମନ୍ଦିରରେ ପ୍ରାର୍ଥନା କରି ବିଲକୁ ଗଲେ, ଭଲ ଫସଲ ଅମଳ ହୁଏ ବୋଲି ଏଠାକାର •ଷୀଙ୍କର ବିଶ୍ୱାସ ରହିଛି। ଏହି ମନ୍ଦିରରେ କୃଷକ ଦେବତାଙ୍କ ଡ଼ାହାଣ ହାତରେ ପାଞ୍ଚଣ, ବାମ କାନ୍ଧରେ ଲଙ୍ଗଳ, ମୁଣ୍ଡରେ ତଲେଇ, ଅଣ୍ଟାରେ ଗାମୁଛା ଭିଡ଼ି କ୍ଷେତକୁ କାମ କରିବାକୁ ଯାଉଥିବାର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଅଛି।

ଏହି ମନ୍ଦିରକୁ ପୂଜାର୍ଚ୍ଚନା କରୁଥିବା ଝୁମ୍ପେଇ ମାଉସୀ, ମୁରଲୀ ନନା ଦେହତ୍ୟାଗ କରିଥିବା ବେଳେ ମନ୍ଦିରକୁ ଉଦ୍ଘାଟନ କରିଥିବା ବିପ୍ଲବୀ କବି ରବି ସିଂ ଓ ପ୍ରାକ୍ତନ ସାଂସଦ ମୋହନ ଜେନା ମଧ୍ୟ ଦେହତ୍ୟାଗ କରିସାରିଛନ୍ତି। ସ୍ଥାନୀୟ •ଷୀମାନଙ୍କ କହିବା ଅନୁସାରେ ଯେତେଦିନ ପର୍ଯ୍ୟନ୍ତ ଆମେ ଏଠାରେ ବଞ୍ôଚରହିଛୁ, ସେତେଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଏହି କୃଷକ ମନ୍ଦିରରେ ଅକ୍ଷୟ ତୃତୀୟା ଉତ୍ସବ ମହାଆଡ଼ମ୍ବରରେ ପାଳନ କରିବୁ। ଏଥିସହିତ ସେମାନେ କୃଷକ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି।

କୃଷକ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ଯେ, ଅକ୍ଷୟ ତୃତୀୟା ଦିନଟିକୁ ସରକାରୀ ଛୁଟି ଘୋଷଣା କରାଯାଉ ଏବଂ ଓଡ଼ିଶାର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଗୋଟିଏ ଗୋଟିଏ କୃଷକ ମନ୍ଦିର ପ୍ରତିଷ୍ଠା କରାଯାଉ। ବିଧାନସଭାରେ ମୃତ କୃଷକମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଉ। ବର୍ତ୍ତମାନ ନିରୂପମା ସାହୁ ମନ୍ଦିରର ରକ୍ଷଣାବେକ୍ଷଣ ଓ ପୂଜାର୍ଚ୍ଚାନ ଦାୟିତ୍ୱ ନେଇଛନ୍ତି। ପ୍ରତ୍ୟେକ ସରକାରୀ କର୍ମ•ରୀଙ୍କ ଭଳି ଦେଶବାସୀଙ୍କୁ ଅନ୍ନ ଯୋଗାଉଥିବା କୃଷକମାନଙ୍କୁ ପେନସନ ଦେବାର ବ୍ୟବସ୍ଥା କରନ୍ତୁ, ପ୍ରତ୍ୟେକ ଜିଲ୍ଲାରେ କୃଷକ ସଂଗ୍ରାହଳୟ ପ୍ରତିଷ୍ଠା କରାଯାଉ।

ଯଦି କୌଣସି ବ୍ୟକ୍ତି କୃଷକ ମନ୍ଦିର ଦର୍ଶନ କରିବାକୁ •ହାଁନ୍ତି, ତେବେ ସେମାନେ ଭୁବନେଶ୍ୱରରୁ କଟକ, କଟକରୁ ସାଲେପୁର, ସାଲେପୁରରୁ କୁଆଁପାଳ ରାସ୍ତାରେ ଗଲେ ଛତରତୋଟା ଏବଂ ଛତରତୋଟାରୁ ୫ କି.ମି ଡ଼ାହାଣକୁ ଗଲେ ମାହାଙ୍ଗା ଥାନା, ବରାହିପୁର ପଞ୍ଚାୟତର ମଣିଜୋରି ଗ୍ରାମକୁ ଯାଇ ଏହି କୃଷକ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ।