BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଐତିହ୍ୟ ସ୍ମାରକୀର ସଂରକ୍ଷଣ ପାଇଁ ସଚେତନତା ଜରୁରୀ

ଉତ୍କଳରେ ବିଶ୍ୱ ଐତିହ୍ୟ ଦିବସ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ବିଶ୍ୱ ଐତିହସ୍ୟ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ଇନ୍‌‌ଷ୍ଟିଚ୍ୟୁଟ ଅଫ୍‌‌ ମାରିଟାଇମ୍‌‌ ଆଣ୍ଡ ସାଉଥ ଇଷ୍ଟ ଏସିଆନ୍‌‌ ଷ୍ଟଡ଼ିଜ୍‌‌ ନିର୍ଦେଶକ ଡ.ସୁନିଲ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ଐତିହ୍ୟ ଦିବସ ପାଳନର ଉଦଶ୍ୟେ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଐତିହ୍ୟ ସ୍ମାରକୀର ସଂରକ୍ଷଣ ଜରୁରୀ ଏବଂ ଏଥିପାଇଁ ସାମୁହିକ ଭାବେ ପ୍ରୟାସ କରାଯିବା ଆବଶ୍ୟକ। ଐତିହ୍ୟ କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି କରାଯିବା ଦରକାର। ଏହାସହିତ ପ୍ରତ୍ନତତ୍ତ୍ୱ ଗବେଷଣା ପ୍ରତି ଛାତ୍ରଛାତ୍ରୀଙ୍କୁ ଆଗେଇ ଆସିବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ।

ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସ ପାଳନର ବିଷୟବସ୍ତୁ ‘ପ୍ରାକୃତିକ ବିପର୍ଯ୍ୟୟ ଏବଂ ଐତିହ୍ୟ ପ୍ରତି ବିପଦ’ ଉପରେ ପ୍ରଫେସର ସଞ୍ଚୟ ଆଚାର୍ଯ୍ୟ ଆଲୋଚନା କରି କିଭଳି ଭାବରେ ଆଫଗାନିସ୍ତାନସ୍ଥିତ ବାମିୟାନ ବୁଦ୍ଧମନ୍ଦିରର କ୍ଷୟ ହୋଇଥିଲା ଏବଂ ବନ୍ୟା ଦ୍ୱାରା ମହେଞ୍ଜୋଦାରରେ କ୍ଷୟକ୍ଷତି ସଂଗଠିତ ହୋଇଥିଲା ତାହା ଉଦାହରଣ ଦେଇ ବୁଝାଇଥିଲେ।
ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ବିଭାଗର ସଂଯୋଜକ ଡ.ଅନାମ ବେହେରା ଅତିଥି ପରିଚୟ ପ୍ରଦାନ କିରଥିଲେ। ଡ.ସୁଶାନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.ସନ୍ତୋଷକୁମାର ରଥ, ଡ.କୈବଲ୍ୟଚରଣ ପତି, ସବ୍ୟସାଚୀ ନାୟକ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱ ଐତିହ୍ୟ ଦିବସ ମଧ୍ୟ ଐତିହାସିକ ସ୍ମରକୀ ଏବଂ ଐତିହ୍ୟସ୍ଥଳୀ ପାଇଁ ଆନ୍ତର୍ଜାତୀୟ ଦିବସ ଭାବେ ଜଣାଶୁଣା। ୧୯୮୩ ମସିହାଠାରୁ ମିଳିତ ଜାତିସଂଘର ଶିକ୍ଷା, ବୈଷୟିକ ଏବଂ ସାଂସ୍କୃତିକ ସଂଗଠନ ଦ୍ୱାରା ଏପ୍ରିଲ ୧୮ ତାରିଖକୁ ଏହି ଦିବସ ଭାବରେ ପାଳନ କରାଯାଉଛି।