BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଦ୍ବିତୀୟ ବିଶ୍ବଯୁଦ୍ଧର ବୋମା ଏବେ ହେଲା ବିସ୍ଫୋରଣ।

ଓ୍ବାରସ, ୯ା୫ : ପୋଲାଣ୍ଡର ଏକ ନିଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପଡ଼ିଥିବା ବୋମା ରବିବାର ବିସ୍ଫୋରଣ ଘଟିଛି। ପୋଲାଣ୍ଡ ନେଭି ଏହାକୁ ଡିଫ୍ୟୁଜ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ନଦୀ ଭିତରେ ଫୁଟିଥିବା ବୋମାର ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି।

୫.୪ ଟନ ଓଜନ ବିଶିଷ୍ଟ ଟଲବୟ ବମ ୨୦୧୯ ସେପ୍ଟେମ୍ବରରେ ଠାବ କରାଯାଇଥିଲା। ଏଥିରେ ୨,୪୦୦ କେଜି ବିସ୍ଫୋରକ ଭର୍ତ୍ତି ହୋଇଥିଲା, ଯେଉଁ କାରଣରୁ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଘଟଣାରେ କୌଣସି ମୃତାହତ ହୋଇ ନ ଥିବା ନେଭି ପ୍ରବକ୍ତା ଲ୍ୟୁଟନାଣ୍ଟ କାମାଣ୍ଡର ଗ୍ରଜେଗ୍ରୋର୍ଜ ଲଓ୍ବୋଣ୍ଡେସ୍କି କହିଛନ୍ତି। ବୋମାକୁ ଡିଫ୍ୟୁଜ କରିବାକୁ ଉଦ୍ୟମ କରୁଥିବା ଡାଇଭର୍ସ ସୁରକ୍ଷିତ ଦୂରରେ ଥିଲେ। ବିସ୍ଫୋରଣ ହେବାର ସମ୍ଭାବନ ଥିବାରୁ ଆଗୁଆ ପାଖାପାଖି ୨.୪ କି.ମି. ମଧ୍ୟରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା।