BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପରିବେଶ ଓ ହେନ୍ତାଳ ବଣର ସୁରକ୍ଷା ଆଧାରରେ ନୀଳ ଓ ସବୁଜ ଅର୍ଥନୀତିର ଉପଯୋଗିତା ପାଇଁ ବ୍ୟାପକ ସୁଯୋଗ ରହିଛି

  • ନୀଳ ଓ ସବୁଜ ଅର୍ଥନୀତିର ସୁଯୋଗ ନେଇ ଭୁବନେଶ୍ୱରରେ ଦୁଇ ଦିନିଆ କର୍ମଶାଳା

  • ହେନ୍ତାଳ ବଣରୁ ନୀଳ ଅର୍ଥନୀତି: ଓଡ଼ିଶାର ବିକାଶ ପାଇଁ ନୂଆ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର: ରାଜ୍ୟର ବିକାଶ ଧାରାକୁ ଏକ ସ୍ଥାୟୀ, ସୁଦୃଢ଼ ଓ ନିରନ୍ତରତା ଭିତ୍ତିରେ ଆଗକୁ ନେବା ଉଦ୍ଦେଶ୍ୟରେ ‘ନୀଳ ଓ ସବୁଜ ଅର୍ଥନୀତି’ କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି ପାଇଁ ଏକ ଦୁଇ ଦିନିଆ କର୍ମଶାଳା ଗୁରୁବାର ଠାରୁ ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମନ୍ୱିତ ବିକାଶ ଲକ୍ଷ୍ୟ ସେଲ୍‌ (ଏସ୍‌ଡିଜି ସେଲ) ଆନୁକୂଲ୍ୟରେ ସ୍ଥାନୀୟ କ୍ରାଉନ୍‌ ହୋଟେଲ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଉନ୍ନୟନ କମିଶନର ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରମାନଙ୍କୁ ଏ କ୍ଷେତ୍ରରେ ସମ୍ଭାବନାର ଦିଗ ପ୍ରତି ଭଲଭାବେ ବୁଝିବାକୁ ପରାମର୍ଶ ଦେଇଥିଲେ। ଏହାର ସୁଯୋଗ କିଭଳି ନିର୍ଭର କରୁଥିବା ଜନସାଧାରଣ ନେଇପାରିବେ ଏବଂ ତାହା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ କିଭଳି ସହାୟକ ହେବ, ସେ ଦିଗରେ କାର୍ଯ୍ୟ କରିବାକୁ ସେ କହିଥିଲେ। ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେଇ ବିକାଶକୁ ସାଥିରେ ନେବା ଦରକାର ବୋଲି ପ୍ରକାଶ କରିବା ସହ ଏହି କର୍ମଶାଳା ସମସ୍ତଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

କର୍ମଶାଳାରେ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଟି. ଆଓ ସ୍ୱାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଓଡ଼ିଶାରେ ଜଙ୍ଗଲ, ପ୍ରାକୃତିକ ସଂପଦ, ନଦୀ ଓ ସୁଦୀର୍ଘ ସାମୁଦ୍ରିକ ଉପକୂଳ ରହିଛି। ମତ୍ସ୍ୟ ଚାଷ, ଜଳ ଚାଷ, ସାମୁଦ୍ରିକ ବାଣିଜ୍ୟ, ସମୁଦ୍ରଭିତ୍ତିକ ନବୀକରଣ ଯୋଗ୍ୟ ଶକ୍ତି, ଜୈବ ପ୍ରଯୁକ୍ତି, ପରିବେଶ ଓ ହେନ୍ତାଳ ବଣର ସୁରକ୍ଷା ଆଧାରରେ ନୀଳ ଓ ସବୁଜ ଅର୍ଥନୀତିର ଉପଯୋଗିତା ପାଇଁ ବ୍ୟାପକ ସୁଯୋଗ ରହିଛି। ଏହି କର୍ମଶାଳାରେ ନୀତି ନିର୍ଦ୍ଧାରଣ, ଗବେଷଣା, ବୈଶ୍ୱିକ ଅଭିଜ୍ଞତା ଏବଂ ଗୋଷ୍ଠୀଗତ ଶ୍ରେଷ୍ଠ ଅଭ୍ୟାସ ସଂପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣାଯାଇଛି।

ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ଭାରତ) ର ଶକ୍ତି ଓ ସହନଶୀଳତା ସ୍ତମ୍ଭ ପରିବେଶ ମୁଖ୍ୟ ଡଃ ଆଶିଷ ଚତୁର୍ବେଦୀ ଯୋଗଦେଇ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ପ୍ରତି ରହିଥିବା ପ୍ରତିବଦ୍ଧତା ସଂପର୍କରେ ସୂଚନା ଦେଇଥିଲେ। ଭାରତ ତଥା ଓଡ଼ିଶାରେ ସାମାଜିକ ଅନ୍ତର୍ଭୁକ୍ତିକରଣର ଗୁରୁତ୍ୱ, ଖାଦ୍ୟ ନିରାପତ୍ତା, ଦକ୍ଷତା ବୃଦ୍ଧି, ନିଯୁକ୍ତି ସୁଯୋଗ ଓ ପୁଞ୍ଜି ନିବେଶର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।

ଏହି ଅବସରରେ ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମ ଓ ଆହ୍ୱାନ ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଏଥିସହ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ଆକାଂକ୍ଷୀ ଜିଲ୍ଲା’ ଓ ‘ଆକାଂକ୍ଷୀ ବ୍ଲକ’ କାର୍ଯ୍ୟକ୍ରମର ସଫଳତାର କାହାଣୀର ଦ୍ୱିତୀୟ ଭାଗ ଉନ୍ମୋଚିତ ହୋଇଥିଲା। ଦୁଇ ଦିନ ଧରି ଏହି କର୍ମଶାଳାରେ ୬ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ବିଶେଷଜ୍ଞମାନେ ଯୋଗଦେଇ ବିଭିନ୍ନ ପରାମର୍ଶ ଦେବେ।