ସ୍ୱତନ୍ତ୍ର ଦୃଷ୍ଟିକୋଣ ମାଧ୍ୟମରେ ବିକାଶର ପୁନଃକଳ୍ପନା ଏସଡିଜିରେ ଥିବା ଲିଙ୍ଗଗତ ସମାନତା ଲକ୍ଷ୍ୟ ହାସଲରେ ସହାୟକ ହେବ
ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ସହଯୋଗରେ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଅନ୍ତର୍ଭୁକ୍ତିକରଣ, ନିରାପଦ ଓ ନିରନ୍ତର ବିକାଶ ସଂପର୍କିତ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର: ନିରନ୍ତର ବିକାଶ ଲକ୍ଷ୍ୟ(ଏସଡିଜି)ରେ ରହିଥିବା ୫ମ ଲକ୍ଷ୍ୟ ‘ଲିଙ୍ଗଗତ ସମାନତା’ ହାସଲ ସଂପର୍କରେ “ରିଇମେଜିଂ ଡେଭେଲପମେଣ୍ଟ ଥ୍ରୁ ଏ ଜେଣ୍ଡର ଲେନ୍ସ- ଇକ୍ଲୁସିଭ, ସେଫ୍ , ସସ୍ଟେନେବଲ” ଶୀର୍ଷକ ଏକ ପରାମର୍ଶ କର୍ମଶାଳା ମିଳିତଜାତିସଂଘବିକାଶକାର୍ଯ୍ୟକ୍ରମସହଯୋଗରେ ଓଡ଼ିଶା ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗ ଦ୍ୱାରା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଦୃଷ୍ଟିକୋଣ ମାଧ୍ୟମରେ ଲିଙ୍ଗଗତ ସମାନତା ଭିତ୍ତିରେ ଅନ୍ତର୍ଭୁକ୍ତିକରଣ, ନିରାପଦଓନିରନ୍ତରବିକାଶରପୁନଃକଳ୍ପନାଏବଂ ଏଥିପାଇଁ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଜେଣ୍ଡର ଲେନ୍ସ ହେଉଛି, ଏକ ଲେନ୍ସ, ଯେଉଁଥିରେ ପୁରୁଷ ସହିତ ନାରୀମାନଙ୍କ ବିକାଶ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା କଳ୍ପନା କରାଯାଇଛି, ଯଦ୍ୱାରା ନିରନ୍ତର ବିକାଶ ଲକ୍ଷ୍ୟରେ ଲିଙ୍ଗଗତ ସମାନତା ଦର୍ଶାଉଥିବା ସୂଚକାଙ୍କରେ ଉଲ୍ଲେଖନୀୟ ପରିବର୍ତ୍ତନ କରିପାରିବ ।
ଲିଙ୍ଗ ଭିତ୍ତିକ ସମାନତାକୁ ହାସଲ କରିବାରେ ରହୁଥିବା ଦୃଷ୍ଟିକୋଣ ପରିବର୍ତ୍ତନ ମାଧ୍ୟମରେ ସମାବେଶୀ ବିକାଶ, ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ବିଭିନ୍ନ କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟ ସୁଗମ ଓ ସହଜ ହେବା, ଲିଙ୍ଗଗତ ସମାବେଶୀ ବିକାଶ ପଦକ୍ଷେପ ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ-୫ ହାସଲ କରିବା ଗୁରୁତ୍ୱ ଉପରେ ବିଚାର ବିମର୍ଶ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କର୍ମଶାଳାର ଉଦଘାଟନୀ ଅଧିବେଶନରେ ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ ,ଓଡ଼ିଶାରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ସେବା ଏବଂ ବିଭିନ୍ନ ଗୋଷ୍ଠୀର ସମ୍ପୃକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ନିଆଯାଇ ଥିବା ପ୍ରମୁଖ ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଉନ୍ନୟନ କମିଶନର କହିଥିଲେ ଯେ, ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସେମାନଙ୍କ ପାଇଁ କର୍ମ ନିଯୁକ୍ତି ନିରନ୍ତର ବିକାଶ ଲକ୍ଷ୍ୟ ସାଧନରେ ଗୁରୁତ୍ୱ ରଖୁଛି।ଓଡିଶାରେ ମହିଳାମାନଙ୍କ ପାଇଁ ଶିକ୍ଷାର ବିକାଶ , ମହିଳା ଓ ଶିଶୁଙ୍କ ବିକାଶ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି , ଅପପୁଷ୍ଟି ହ୍ରାସ ଆଦି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରାଯାଇ ପାରିଛି। ଓଡିଶାର ମହିଳାମାନଙ୍କୁ ସଶକ୍ତ, ସ୍ୱାବଳମ୍ବୀ କରିବା ପାଇଁ ସଚେତନ କରିବା ପାଇଁ ଅଦୈକା, କିଶୋରୀମାନଙ୍କ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ସ୍ୱୟଂ ବିକାଶକୁ ସହାୟତା କରିବା ପାଇଁ ସଖୀ ସହେଲୀ ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉ ଥିବାବେଳେ ସୁଭଦ୍ରା ଯୋଜନାରେ ଆର୍ଥିକ ସଶକ୍ତିକରଣ ପାଇଁ ପ୍ରୟାସ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ସେହିପରି ପାଣି ପଂଚାୟତରେ ୫୦ ପ୍ରତିଶତ ମହିଳାମାନଙ୍କର ସହଭାଗିତା ରହିଛି।ବିଭିନ୍ନ ନିଯୁକ୍ତିରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ମଧ୍ୟ ନିଯୁକ୍ତି ପୂର୍ବାପେକ୍ଷା ବହୁ ଗୁଣ ବଢିଛି। ମହିଳାମାନଙ୍କ ଦକ୍ଷତା ବୃଦ୍ଧି କରିବା, ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ପରିମଳ ତଥା ସାନିଟାରୀ ବ୍ୟବସ୍ଥାକୁ ସ୍ୱତନ୍ତ୍ର ଦୃଷ୍ଟିଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ଆମେ ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବାବେଳେ ଲିଙ୍ଗଗତ ସମାନତା କ୍ଷେତ୍ରରେ ସମନ୍ୱିତ ପ୍ରୟାସ କରିବାକୁ ସେ ଅଂଶଗ୍ରହଣ କରିଥିବା ସରକାରୀ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ନାଗରିକ ସମାଜ, ଛାତ୍ରଛାତ୍ରୀ ଓ ବିଶେଷଜ୍ଞମାନଙ୍କୁ ନେତୃତ୍ୱ ନେବାକୁ ପରାମର୍ଶ ଦେଇଥିଲେ। ୟୁଏନଡିପିର ଡେପୁଟି ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ, ସୁଶ୍ରୀ ଇସାବେଲ ସ୍ଚାନ୍ତାଙ୍କ ଉଦଘାଟନୀ ଅଭିଭାଷଣରେ ବିକାଶ କାର୍ଯ୍ୟକ୍ରମ ଏବଂ ନୀତି ଢାଞ୍ଚା କାର୍ଯ୍ୟକାରୀ କରିବାରେ ଲିଙ୍ଗ ଭିତ୍ତିକ ଦୃଷ୍ଟିକୋଣର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।ଓଡ଼ିଶା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ ମନୀଷ ଅଗ୍ରୱାଲ ସ୍ୱାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଉଦ୍ଦେଶ୍ୟ, ରୂପରେଖ ଏବଂ ଆଶା କରାଯାଇଥିବା ଫଳାଫଳ ବିଷୟରେ ଆଲୋଚନା କରିଥିଲେ।
ଏହି ଏକ ଦିବସୀୟ କର୍ମଶାଳାରେ ଚାରୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଅଧିବେଶନ ପରେ ପରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ” ସମସ୍ତଙ୍କ ପାଇଁ ଯାତ୍ରୀ ପରିବହନ ଏବଂସୁବିଧା ” ଶୀର୍ଷକ ଆଲୋଚନାରେ ଲିଙ୍ଗ-ସମ୍ବେଦନଶୀଳ ଆଭିମୁଖ୍ୟ ସହିତ ସମାଜର ସମସ୍ତ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଅଧିବେଶନରେ ୟୁଏନଡିପିର ବିକାଶ ଲକ୍ଷ୍ୟ ବିଶେଷଜ୍ଞ ଆଲାଗାପାନ ରାମନାଥନ ଯୋଗଦେଇ ଉଦାହରଣ ମାଧ୍ୟମରେ କିପରି ତାମିଲନାଡ଼ୁରେ ୧୦ଟି ରୁଟରେ ବସ ଚଳାଚଳ କ୍ଷେତ୍ରରେ ସମ୍ବେଦନଶୀଳତାର ସହ ମହିଳାମାନଙ୍କ ପାଇଁ ନିରାପଦ, ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥା କରାଯାଇ ପାରୁଛି ସେ, ସଂପର୍କରେ ଆଲୋକପାତ କରିଥିଲେ।ପରେ ପରେ ଓଡ଼ିଶା ରାଜ୍ୟ ଅଗ୍ନିଶମ ସେବା ବିଭାଗ ମହା ନିର୍ଦ୍ଦେଶକ ତଥା ସିଜି, ହୋମଗାର୍ଡ ଏବଂ ନିର୍ଦ୍ଦେଶକ , ସିଭିଲଡିଫେନ୍ସ ଡ. ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ୟାନେଲ ଆଲୋଚନାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ, କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ତଥା ଏମଡି, ବିଏସସିଏଲ ଡ.. ଏନ୍ତିରୁମାଳା ନାଏକ, ନ୍ୟାସନାଲ ଆଲିଆନ୍ସର ଅଫ ଓମେନ ତରଫରୁ ବିଶାଖା ଭଞ୍ଜ, ଏକ୍ସଆଇଏମୟୁର ସହକାରୀ ପ୍ରାଧ୍ୟାପକ ଅର୍ପଣ ପାଲ, ୟୁଏନଏଫପିଏର ରାଜ୍ୟ କାର୍ଯ୍ୟକ୍ରମ ଆନାଲିଷ୍ଟ ନୂର ମଲ୍ଲିକ ପ୍ରମୁଖଯୋଗ ଦେଇଥିଲେ।ଯାତ୍ରୀ ପରିବହନ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଯାତାୟତପ୍ରତି ସ୍ୱତନ୍ତ୍ର ସୁବିଧା, କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା, ଉଭୟ ପୁରୁଷ ଓ ମହିଳା ସହ କର୍ମୀମାନଙ୍କ ସହଯୋଗରେ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ପରିବେଶ ବଜାୟ ରଖିବା ଆଦି ସଂପର୍କରେ ପ୍ୟାନେଲ ଆଲୋଚନାରେ ବିସ୍ତୃତ ଆଲୋକପାତ କରାଯାଇଥିଲା।
“ମହିଳାଙ୍କ ଅର୍ଥନୈତି କସଶକ୍ତି କରଣ” ସଂପର୍କିତ କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ରାୟଗଡା ଜିଲ୍ଲାର ସଫଳ ମହିଳା ଉଦ୍ୟୋଗୀ –ବିନ୍ଧ୍ୟ ବାସିନୀ, “ଲଖପତିଦିଦି” ତାଙ୍କର ବାସ୍ତବ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ। ମିଶନ ଶକ୍ତି ମାଧ୍ୟମରେ ତାଙ୍କ ସହିତ ୧୦ଜଣ ମହିଳା କିପରି ବିଭିନ୍ନ ଉତ୍ପାଦଭିତ୍ତିକ ବ୍ୟବସାୟ କରି ଅର୍ଥନୈତିକ ସଶକ୍ତିକରଣ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି, ତାଙ୍କର ବକ୍ତବ୍ୟରୁ ସୁସ୍ପଷ୍ଟ ହୋଇଥିଲା ଏବଂ ତାହା ଅଂଶଗ୍ରହଣକାରୀଙ୍କ ପାଇଁ ପ୍ରେରଣାଦାୟକ ହୋଇଥିଲା।ଏହି ଅଧିବେଶନରେ ଅନୁଷ୍ଠିତ ଆଲୋଚନାରେ ୟୁଏନଡିପି ସମାବେଶୀ ବିକାଶମୁଖ୍ୟ ଅମିତ୍କୁମାର ଅଧ୍ୟକ୍ଷତା କରିଥିଲେ। ଏଥିରେ ଓଡିଶା ନିୟୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା, ରାଜ୍ୟ ମିଶନ ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମିଶନ ଶକ୍ତି, ଓଡ଼ିଶା ମୋନିକା ପ୍ରିୟଦର୍ଶିନୀ, ୟୁଏନ୍ , ମହିଳା , ଦେଶମୁଖ୍ୟ-କାନ୍ତାସିଂ, ୟୁକୋ ବ୍ୟାଙ୍କ ଜୋନାଲ ମୁଖ୍ୟ ତଥା ଡିଜିଏମ୍ବି.ଏସ୍ଭାକୁନୀ, ମନି କସ୍ତୁ ଆଗ୍ରୋ ପ୍ରା.ଲିଃ.ର ସହ ପ୍ରତିଷ୍ଠାତା ଜୟନ୍ତୀ ମହାପାତ୍ର , ଡିଇଏଫଟି ଫାଉଣ୍ଡେସନର ଡବ୍ଲୁଆରଆଇ , ସିନିୟର ଫେଲୋ ତଥା ଟ୍ରଷ୍ଟି ଅରବିନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ନିଯୁକ୍ତି କ୍ଷେତ୍ରରେ ରହୁଥିବା ଆହ୍ୱାନ, ଉଦ୍ୟୋଗୀ ହେବା ରଗୁରୁତ୍ୱ, ସେଥିପାଇଁ ଦକ୍ଷତା ବୃଦ୍ଧିର ଆବଶ୍ୟକତା ପୂରଣ କରି ଆର୍ଥିକ ଅନ୍ତର୍ଭୁକ୍ତି କରଣ ସଂପର୍କରେ ଆଲୋକପାତ କରାଯାଇଥିଲା।
ଜେଣ୍ଡର-ସମାବେଶୀ ବିକାଶର ଗୁରୁତ୍ୱ ସମ୍ପର୍କିତ ତୃତୀୟ ଅଧିବେଶନରେ ୟୁଏନ୍ଏଫପିଏର ଦେଶ ମୁଖ୍ୟ, ଡଃ. ମହମ୍ମଦ ନୁର ଯୋଗଦେଇ ଲିଙ୍ଗଗତ ସମାନତା କ୍ଷେତ୍ରରେ ଓଡ଼ିଶାର ସ୍ଥାନ , ମହିଳାମାନଙ୍କୁ ବିକାଶ କ୍ଷେତ୍ରରେ ରହିଥିବା ଆହ୍ୱାନ ଓ ସୁଯୋଗ ସଂପର୍କରେ ଉପସ୍ଥାପନ କରିଥିଲେ।ଏହି ଅଧିବେଶନରେ ଅନୁଷ୍ଠିତ ପ୍ୟାନେଲ ଆଲୋଚନାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିଆଇର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ବିରାଜ ଲକ୍ଷ୍ମୀ ଷଡ଼ଙ୍ଗୀ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ପାରୁଲ ପଟ୍ଟଓ୍ୱାରୀ, ଜିନ୍ଦଲ ଷ୍ଟିଲର ଶିକ୍ଷା ଏବଂ ନିରନ୍ତରତା ମୁଖ୍ୟ ପ୍ରଶାନ୍ତ ହୋତା ଯୋଗ ଦେଇଥିଲେ ବିକାଶ ପଥରେ ମହିଳାମାନେ ସମ୍ମୁଖୀନ ହେଉଥିବା ସାମାଜିକ-ସାଂସ୍କୃତିକ ଏବଂ ଅର୍ଥନୈତିକ ସମସ୍ୟା ଓ ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବାରେ ଆବଶ୍ୟକ ସନ୍ତୁଳନର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ।
ଲିଙ୍ଗଗତ ସମାନତା ହାସଲ ପାଇଁ ଗୋଷ୍ଠୀ ନିୟୋଜନ ଓ ସମର୍ଥନ ସଂପର୍କିତ କର୍ମଶାଳାରେ ଧରିତ୍ରୀ ତଥା ଓଡ଼ିଶା ପୋଷ୍ଟର ସଂପାଦିକା ଆଦ୍ୟାଶା ସତପଥୀ ଯୋଗଦେଇ ଜେଣ୍ଡର ସେନସିଟିଭ୍ ରିପୋଟିଂ ସମ୍ପର୍କରେ ଉପସ୍ଥାପନା କରିଥିଲେ।ଶେଷ ଅଧିବେଶନରେ ଅନୁଷ୍ଠିତ ପ୍ୟାନେଲ ଆଲୋଚନାରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ଓ ଲିଙ୍ଗଗତ ସମାନତା କ୍ଷେତ୍ରରେ ସେମାନଙ୍କୁ ସହାୟତା ଓ ସମର୍ଥନ ସଂପର୍କରେ ଆଲୋକପାତ କରାଯାଇଥିଲା। ଲିଙ୍ଗଗତ ସମାନତା ହାସଲ କରିବାରେ ନାଗରିକ ସମାଜ ଏବଂ ତୃଣମୂଳସ୍ତରର ସଂଗଠନଗୁଡ଼ିକର ବୃହତ୍ଭୂମିକା ଥିବା ଉପରେ ଆଲୋଚନା କରାଯାଇଥିଲା। ପ୍ରାକ୍ତନ ନିର୍ଦ୍ଦେଶକ, ଅବସରପ୍ରାପ୍ତ ପ୍ରଶାସନ ପ୍ରାଧ୍ୟାପକ ଡଃ. ଅଖିଳ ବିହାରୀ ଓତା, ପଦ୍ମଶ୍ରୀ ସାବରମତୀ, ବକୁଳ ଫାଉଣ୍ଡେସନ ତରଫରୁ ସୁଜିତ ମହାହାପାତ୍ର, ସମାଜସେବୀ ମୀରା ପରିଡ଼ା, ଟାଟା ଷ୍ଟିଲର ସିଏସ୍ଆର ମୁଖ୍ୟ(ଓଡ଼ିଶା) ଅମ୍ବିକା ପ୍ରସାଦ ନନ୍ଦ ଯୋଗଦେଇ ଆଲୋଚନାରେ ମତ ରଖିଥିଲେ।
ଏହି କର୍ମଶାଳାକୁ ଯେଜନା ଓ ସଂଯୋଜନ ବିଭାଗରସ୍ୱତନ୍ତ୍ର ଶ୍ରାସନ ସଚିବ ଟି. ଆଓ ପରିଚାଳନା କରିଥିଲେ। ଏନଡିପି-ଓଡ଼ିଶା ମୁଖ୍ୟ ଆଭା ମିଶ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ ସହିତ ରାଜ୍ୟର ବିକାଶ କ୍ଷେତ୍ରରେ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ଼ କରିବା ପାଇଁ ଅଧିବେଶନର ପ୍ରମୁଖ ଦିଗଗୁଡ଼ିକର ସାରାଂଶ ସଂପର୍କରେ ଆଲୋକପାତ କରିଥିଲେ।