BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉତ୍କଳ ବିଶ୍ୱବିଦ୍ୟାଳୟରେ ନାଗରିକ ସାମ୍ବାଦିକତା କର୍ମଶାଳା

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ମିଡ଼ିଆ ସେଲର ମିଳିତ ଆନୁକୁଲ୍ୟରେ ନାଗରିକ ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ‘ଆଜିର ଆଧୁନିକ ସମୟରେ ସାମ୍ବାଦିକତାକୁ ବ୍ୟାପକ କରିବା କ୍ଷେତ୍ରରେ କିପରି ନାଗରିକ ସାମ୍ବାଦିକତା ସହାୟକ ହୋଇଥାଏ’, ତାହାକୁ ନେଇ ବିଶେଷ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟାଇମ୍ସ ଅଫ୍ ଇଣ୍ଡିଆର ନାଗରିକ ସାମ୍ବାଦିକତା ଆପ୍ଲିକେସନ୍ ଓ ୱେବ୍ ପୋର୍ଟାଲ୍ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା।

କର୍ମଶାଳାରେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ନାଗରିକ ସାମ୍ବାଦିକତା କିଭଳି ଜନସାଧାରଣଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ – ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ପିଜି କାଉନସିଲ୍ ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନାରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାଗରିକ ସାମ୍ବାଦିକତାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଓ ସମାଜରେ ଭବିଷ୍ଯତର ବିଚାରଧାରାକୁ ନେଇ ଭାରସାମ୍ଯତା ରକ୍ଷା କରିବାର ପରାମର୍ଶ ଦେଇଥିଲେ।

ଇଂରାଜୀ ଦୈନିକ ଖବରକାଗଜ ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ର ଓଡ଼ିଶା ମୁଖ୍ୟ ଶ୍ରୀ ଅଶୋକ ପ୍ରଧାନ ଏବଂ ପ୍ରମୁଖ ସମ୍ବାଦଦାତା ଶ୍ରୀ ହେମନ୍ତ କୁମାର ପ୍ରଧାନ ଯୋଗଦେଇ କିପରି ସାଧାରଣ ନାଗରିକମାନେ ସାମ୍ବାଦିକତା କରିପାରିବେ ଓ ନିଜର କଥାକୁ ସିଧାସଳଖ ବିଭିନ୍ନ ଯାନ୍ତ୍ରିକ ମାଧ୍ଯମରେ ପହଞ୍ଚାଇପାରିବେ, ତାହାକୁ ବ୍ୟାଖ୍ୟା କରିଥିଲେ ।

ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ଼ଃ ପ୍ରତିମା ଷଡ଼ଙ୍ଗୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସହକାରୀ ପ୍ରାଧ୍ୟାପକ ଡ. ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୃତତ୍ତ୍ବ ବିଭାଗର ସହକାରୀ ପ୍ରଫେସର ପ୍ରିୟଙ୍କା ଖୁରାନା ଉପସ୍ଥିତ ଥିଲେ।

ଏହି କର୍ମଶାଳାରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରୀଛାତ୍ର ଏବଂ ପ୍ରାଧ୍ୟାପକମାନେ ଯୋଗ ଦେଇ ନିଜର ବିଚାର ରଖିଥିଲେ। ଏହି ଅବସରରେ ନାଗରିକ ସାମ୍ବାଦିକତା ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ପରିଶେଷରେ ଉତ୍କଳ ବିଶ୍ବବିଦ୍ୟାଳୟ ମିଡିଆ ସେଲ୍‌ର ସଂଯୋଜିକା ଡ଼ଃ ସ୍ବୟଂପ୍ରଭା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।