BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧୨ ନମ୍ବର ଓ୍ବାର୍ଡରେ ରାସ୍ତା ଓ ଡ୍ରେନ କାମର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର ୧/୬, ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ନଂ ୱାର୍ଡର ଜୟଦେବ ବିହାର ଏଚ.ଆଇ.ଜି କଲୋନୀ ରାସ୍ତା ଓ ଡ୍ରେନ୍ କାମର ଭିିତ୍ତିପ୍ରସ୍ତର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ କରକମଳରେ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ୭୬ ଲକ୍ଷ୍ୟ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ଓ ଡ୍ରେନ୍ କାମ ଛଅ ମାସ ଭିତରେ ଶେଷ ହେବାର ସମୟ ସୀମା ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କଅଁର, ୧୨ନଂ ୱାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ସମରେନ୍ଦ୍ର ସାହୁ, ପ୍ରଫୁଲ ଜେନା, ଗଗନ ବିହାରୀ ପଣ୍ଡା, ମନୋରଞ୍ଜନ ଦାସ, ରଶ୍ମି ରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉତ୍ତର ବିଧାୟକଙ୍କ ଜନ୍ମଦିନ ଅବସରରେ କେକ୍ କାଟି ଧୁମ୍ ଧାମରେ ପାଳନ କରାଯାଇଥିଲା । ସମସ୍ତେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ।