BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧ ନମ୍ବର ଓ୍ବାର୍ଡରେ ନିଶା ନିବାରଣ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆନ୍ତର୍ଜାତିକ ନିଶା ଔଷଧ ଅପବ୍ୟବହାର ଓ ନିଷିଦ୍ଧ କାରବାର ବିରୋଧ ଦିବସ ଅବସରରେରେ ୧ ନମ୍ବର ଓ୍ବାର୍ଡର ବିଭିନ୍ନ ସ୍ଥାନରେ ନିଶା ନିବାରଣ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ନମ୍ବର ୱାର୍ଡର କର୍ପୋରେଟର ମିହିର କୁମାର ରାଉତ ଓ ୨ ନମ୍ବର ୱାର୍ଡର କର୍ପୋରେଟର ମୋନାଲିସା ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଜୋନ୍ ୬ ଏସିପି ରମେଶ ଚନ୍ଦ୍ର ବିଶୋଇ, ଚନ୍ଦ୍ରଶେଖର ପୁର ଆଇ ଆଇ ସି ପ୍ରଦୀପ କୁମାର ରାଉତ, ଇନଫୋସିଟି ଆଇ ଆଇ ସି ସମିତା ମିଶ୍ର ଯୋଗଦେଇ ସଚେତନତା ବାର୍ତ୍ତା ଦେଇଛନ୍ତି।
ସବୁବେଳେ କିଛିନା କିଛି ସମାଜ ମଙ୍ଗଳକାରୀ କାର୍ଯ୍ୟକ୍ରମ କରି ଆସୁଥିବା ଦକ୍ଷ ଯୁବନେତା ତଥା ସମସ୍ତଙ୍କର ପ୍ରିୟ କର୍ପୋରେଟର ମହିର ରାଉତ ଆଜି ୧ ନମ୍ବର ଓ ୨ ନମ୍ବର ୱାର୍ଡକୁ ନିଶା ମୁକ୍ତ ଓ ଡେଙ୍ଗୁ ମୁକ୍ତ କରିବା ପାଇଁ ୱାର୍ଡ ବାସିଙ୍କ ସହ ଅଣ୍ଟା ଭିଡିଛନ୍ତି। ପୋଲିସ,ବିଏମସି ଅଧିକାରୀ, ସ୍ବାସ୍ଥ୍ୟକର୍ମୀ, ସମାଜସେବୀ ମାନଙ୍କୁ ନେଇ ଅନୁଷ୍ଠିତ ସଚେତନତା ରାଲି ସହିତ ଘରଘର ବୁଲି ନିଶା ସେବନର କୁପ୍ରଭାବ ଉପରେ କହିବା ସହିତ ଘର ଚାରିପାଖ ସଫା ସୁତୁରା ରଖିବା ପାଇଁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଦ କ୍ଲବର ସମସ୍ତ ସଦସ୍ୟ, ଶିଖରଚଣ୍ଡୀ ନଗରର ଯୁବ ସମାଜସେବୀ, ମହିଳା ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। କର୍ପୋରେଟରଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶ°ସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।