BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାରତର ପ୍ରଥମ ମହିଳା ବିଜ୍‌ନେସ୍ ମେଳା ୨୦୨୨ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ

ଭୁବନେଶ୍ୱର : ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଛି । ଏହି ମେଳାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତିି । ଉଦ୍‌ଘାଟନ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇ.ଡ଼ବ୍ଲ୍ୟୁ.ଇ.ସି ନିଜର ୧୦୦+ସଦସ୍ୟ ମାଇଲଖୁଣ୍ଟ ଅତିକ୍ରମ କରିବା ନେଇ ସାଧୁବାଦ ଜଣାଇଥିଲେ । ଉକ୍ତ ଉତ୍ସବରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ଶ୍ରୀଯୁକ୍ତ ପ୍ରଦୀପ ସୁରେଖା, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେ.ବି ପାଣି, ଇଣ୍ଡିଆନ ଚାମ୍ବର ଅଫ କମର୍ସ-ଓଡ଼ିଶାର ସହ-ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ୍‌.କେ ଗୁପ୍ତା, ଇଣ୍ଡିଆନ ଚାମ୍ବର ଅଫ କମର୍ସ ୱିମେନ୍ ଏଣ୍ଟରପ୍ରିନ୍ୟୁୟରସିପ୍ କାଉନସିଲ୍‌ର ଉଦ୍ୟୋକ୍ତା ସୁକିର୍ତ୍ତି ପଟ୍ଟନାୟକ ଏବଂ ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକଙ୍କ ସହ ବଲିଉଡ଼୍ ଅଭିନେତ୍ରୀ ଲାରା ଦତ୍ତ ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ଶୋଭା ବର୍ଦ୍ଧନ କରିଥିଲେ ।

ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ଓଡ଼ିଶା ସରକାରଙ୍କ ନାନା ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ସୁକୀର୍ତ୍ତୀ ପଟ୍ଟନାୟକ ଆଇ.ଡ଼ବ୍ଲୁ.ଇ.ସି ଓଡ଼ିଶା ପରି ଆଇ.ଡ଼ବ୍ଲୁ.ଇ.ସି ର ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠା ନେଇ ଖୁସି ବ୍ୟକ୍ତ କରିଥିଲେ । ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଥ ପ୍ରଦର୍ଶନ ତଥା ସଂସ୍ଥାର ଉତ୍ତୋରତ୍ତର ଉନ୍ନତି ପାଇଁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଓଡ଼ିଶା ମହିଳା ଉଦ୍ୟୋଗୀମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ଆଶା ପ୍ରକାଶ କରିଥିଲେ । ଆଇ.ସି.ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେ ବି ପାଣି ମହିଳା ଉଦ୍ୟୋଗୀ ମାନଙ୍କ ପାଇଁ ସଂସ୍ଥା ଦ୍ୱାରା ହେଉଥିବା ନାନା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶ୍ରୀ ଏମ୍‌.କେ ଗୁପ୍ତା ସଂସ୍ଥାର ଆଶାନୁରୂପ ସଫଳତା ପାଇଁ ଖୁସି ବ୍ୟକ୍ତ କରିଥିଲେ । ଆଇ.ସି.ସି ସଭାପତି ଶ୍ରୀ ପ୍ରଦୀପ ସୁରେଖା କହିଥିଲେ ଯେ ଆଇ.ଡ଼ବ୍ଲୁ.ଇ.ସି ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଏଥିରେ ଜଡ଼ିତ ସବୁପ୍ରକାର ପରିଶ୍ରମ ଏବଂ ବ୍ୟକ୍ତି ବିଶେଷମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହା ସହିତ ମହିଳା ଉଦ୍ୟୋଗୀ ମାନଙ୍କର ଯୋଗଦାନ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଇ.ଡ଼ବ୍ଲୁ.ଇ.ସି ନିଜର ୫୦୦+ ସଦସ୍ୟ ମାଇଲଖୁଣ୍ଟ ଅତିକ୍ରମ କରିବା ନେଇ ଆଶା ପ୍ରକାଶ କରିଥିଲା ।

ଏହି ମେଳା ଭାରତର ପ୍ରଥମ ମହିଳା ବିଜ୍‌ନେସ୍ ମେଳା ଅଟେ । ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ଦ୍ୱାରା ସମନ୍ୱିତ ଏହି ମେଳା କେବଳ ମହିଳା ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ ସହ, ପିଲାଙ୍କ ଖେଳ, ସେଲ୍ଫି, ଜୋନ୍‌, ଅନ୍ୟାନ୍ୟ କାର୍ଯ୍ୟକ୍ରମ, ଓଲିଉଡ଼ ସନ୍ଧ୍ୟା, ଫ୍ୟାସନ୍ ଶୋ ଆଇ.ଡ଼ବ୍ଲୁ.ଇ.ସି ଆୱାର୍ଡ଼ ଏବଂ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଏଥିସହିତ ପ୍ରତିଦିନ ବ୍ୟାବସାୟ ଭିତ୍ତିକ ସେମିନାର୍ ମଧ୍ୟ ଆୟୋଜିତ ହେବ ଯାହା ମହିଳା ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ସୂଚନାଦାୟୀ ତଥା ଉପଯୋଗୀ ହୋଇପାରିବ । ବଲିଉଡ଼୍ ସେଲିବ୍ରିଟି ଅର୍ଜୁନ ରାମପାଲ ଓ ଇମତିଆଜ ଅଲି ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରେ ପ୍ରେରଣାଦାୟୀ ବକ୍ତା ଶ୍ରୀ ଗୌରାଙ୍ଗ ଦାସ, ଜୀବନଶୈଳୀ ପ୍ରଶିକ୍ଷକ କୌଟିଁହୋ, ଫିଟନେସ ବିଶେଷଜ୍ଞ ସମିର ପୁରୋହିତ ଆଦି ଯୋଗଦେଇ ନିଜର ମତାମତ ରଖିବେ । ଅନ୍ୟାନ୍ୟ ବିଶିଷ୍ଟ ବ୍ୟବସାୟୀ, ନୀତି ନିର୍ମାତା, ବିଭିନ୍ନ ବର୍ଗର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଅର୍ଥନୈତିକ ସଂସ୍ଥା ଏବଂ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମଧ୍ୟ ଏହି ଉତ୍ସବରେ ଯୋଗଦେଇ ନିଜର ମତପୋଷଣ କରିବେ । ଏହି ମେଳା ଓଡ଼ିଶା ସରକାର, ଏମ୍‌.ଏସ୍‌.ଏମ୍‌.ଇ-ଡ଼ି.ଆଇ କଟକ ଏବଂ ଅନ୍ୟାନ୍ୟ ବ୍ୟବସାୟୀ ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି । ମିଶନ ଶକ୍ତି ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମେଳାରେ ଏକ ସ୍ୱତନ୍ତ୍ର ଅଂଶ ଭାବେ ଯୋଗ ଦେଇଛନ୍ତି । ତାଙ୍କ ଦ୍ୱାରା ପ୍ରଦର୍ଶିତ ଉତ୍ପାଦ ଜନସାଧାରଣଙ୍କ ମଧ୍ୟରେ ଆଦୃତ ହେବା ସହ ଆଦିବାସୀ ଜନଜାତି ମଧ୍ୟ ଉକ୍ତ ଉତ୍ସବରେ ନିଜ ଉତ୍ପାଦ ପ୍ରଦର୍ଶନ କରି ବ୍ୟାବସାୟ ଅଭିବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି । ଉକ୍ତ ମେଳା ସବୁ ବର୍ଗର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁଯୋଗ ହୋଇଥିବା ବେଳେ ଓଡ଼ିଶାର ନାନା ସଫଳ ମହିଳା ବ୍ୟବସାୟୀଙ୍କୁ ନିଜ ବ୍ୟବସାୟ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ସୁଯୋଗ ଅଟେ । ଏହି ମେଳା ୪ ମେ ୨୦୨୨ ରୁ ୮ ମେ ୨୦୨୨ ଯାଏଁ ଚାଲିବ । ଏଥିରେ ଥିବା ସମସ୍ତ ଷ୍ଟଲ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ପ୍ରବେଶକୁ ନିଶୁଳ୍କ କରାଯାଇଛି । ଫାଲକନ୍ ଗ୍ରୁପ୍‌, ମିଶନ ଶକ୍ତି ଓ ଜ୍ୟୋତି ମୋଟର୍ସ ଉକ୍ତ ଉତ୍ସବରେ ଆୟୋଜକ ମାନଙ୍କ ପ୍ରତି ନିଜର ସହଯୋଗ ପ୍ରକାଶ କରିଛନ୍ତି ।