BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜ୍ୟ ବାହାର ମହିଳା ଉଦ୍ୟୋଗୀମାନଙ୍କ ଉତ୍ପାଦ ଅପୂର୍ବ ଚାହିଦା

ସୁଭଦ୍ରା ଶକ୍ତି ମେଳାରେ ୯ଟି ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଓଡ଼ିଶାର ନାରୀ ଉଦ୍ୟୋଗୀତାର ପରିଚୟ “ସୁଭଦ୍ରା ଶକ୍ତି ମେଳା ୨୦୨୫” ଏବେ ଜାତୀୟସ୍ତରର ରୂପ ନେଇଛି। ଓଡ଼ିଶା ସହିତ ଏହି ବର୍ଷ ମେଳାରେ ଅନ୍ୟ ୯ ଟି ରାଜ୍ୟ ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଆସାମର ମହିଳା ଉଦ୍ୟୋଗୀମାନେ ଅଂଶଗ୍ରହଣ କରି ନିଜ ଉତ୍ପାଦ ଓ ହସ୍ତଶିଳ୍ପ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସଂସ୍କୃତି, କଳା ଓ ହସ୍ତଶିଳ୍ପରେ ସଜେଇ ହୋଇ ପ୍ରଦର୍ଶନୀ ପଡ଼ିଆ ଏକ ମିନି ଇଣ୍ଡିଆର ଅନୁଭୂତି ପ୍ରଦାନ କରୁଛି।

ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ଉତ୍ପାଦ ପାଇଁ ବିପୁଳ ଜନସମାଗମ ହେଉଥିବାବେଳେ ରାଜ୍ୟ ବାହାର ଷ୍ଟଲଗୁଡ଼ିକରେ ଦର୍ଶକ ଓ ଗ୍ରାହକମାନଙ୍କ ଅପୂର୍ବ ଭିଡ଼ ଦେଖିବାକୁ ମିଳୁଛି । ରାଜ୍ୟ ବାହାର ଉତ୍ପାଦକୁ ବେଶ ପସନ୍ଦ କରୁଛନ୍ତି ରାଜଧାନୀବାସୀ । ମେଳାର ତୃତୀୟ ଦିବସରେ ପ୍ରତ୍ୟେକ ରାଜ୍ୟର ଷ୍ଟଲ ନିଜର ପାରମ୍ପରିକ ଓ ସ୍ଵତନ୍ତ୍ର ଉତ୍ପାଦ ଦ୍ୱାରା ମେଳାର ଆକର୍ଷଣ ହୋଇଛି।

ପଞ୍ଜାବର ଫୁଲକାରୀ ବସ୍ତ୍ର, ଝାଡ଼ଖଣ୍ଡର ଟସର ସିଲ୍କ ଶାଢ଼ୀ ଓ ଘର ସାଜସଜ୍ଜା ପାଇଁ ଫୁଲଦାନୀ, ତେଲେଙ୍ଗାନାର ଇକତ୍‌, ଆସାମର ବିଶ୍ୱପ୍ରସିଦ୍ଧ ଏରି ରେଶମ, ଛତିଶଗଡ଼ର ମଲବେରୀ ସିଲ୍କ ଓ ଜମଦାରୀ ଶାଢ଼ୀ, ଗୁଜରାଟର ଖଦୀ କଟନ, ମଧ୍ୟପ୍ରଦେଶର ଚନ୍ଦେରୀ କଟନ ଓ ଜରି ୱର୍କ ଶାଢ଼ୀ ଏବଂ ପଶ୍ଚିମ ବଙ୍ଗରର ଡିଜାଇନର ବ୍ଲାଉଜ୍, ବାଟିକ ଶାଢ଼ୀ ଓ ଟେରାକୋଟା କାନଫୁଲ ଲୋକଙ୍କୁ ଆକର୍ଷିତ କରୁଛି। ମେଳାରେ ରାଜ୍ୟ ବାହାରର ଷ୍ଟଲଗୁଡ଼ିକ ଦର୍ଶକ ଓ ଗ୍ରାହକଙ୍କ ମନକୁ ଜିତୁଛି। ତୃତୀୟ ଦିନ ଶେଷ ସୁଦ୍ଧା ୧.୦୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋଟ ବିକ୍ରୟ ରେକର୍ଡ କରାଯାଇଥିଲା I

ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଉତ୍ସବମୟ ଓ ଆକର୍ଷଣୀୟ କରୁଛି। ହର ଗୌରୀ ରଣପା ନୃତ୍ୟ ପରିଷଦ ଦ୍ଵାର ପାରମ୍ପରିକ ରଣପା ନୃତ୍ୟ, ଯୋଡ଼ି ଶଙ୍ଖ ଓ ବିଶିଷ୍ଟ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି ଓ ଦଳଙ୍କ ଦ୍ଵାରା ପ୍ରଦର୍ଶିତ ସଙ୍ଗୀତ ଦର୍ଶକଙ୍କ ମେଳା ଦେଖାକୁ ଅଧିକ ରଙ୍ଗୀନ କରିଛି।