ବାଲେଶ୍ୱର : ଏଫ୍ଏମ୍ କଲେଜର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ସନ୍ଦେହଜନକ ତଥ୍ୟ ପ୍ରକାଶ ପାଇଛି। କ୍ରାଇମ ବ୍ରାଞ୍ଚ ତଦନ୍ତ ଅନୁସାରେ, ଜଣେ ଯୁବତୀ ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ ନେଇଥିଲେ। ସେହି ପେଟ୍ରୋଲ ଆତ୍ମହତ୍ୟା ପାଇଁ ବ୍ୟବହୃତ ହୋଇଥିଲା କି ନାହିଁ ତାହା ଜାଣିବା ପାଇଁ ବର୍ତ୍ତମାନ ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ଜଣେ ଯୁବତୀ ପେଟ୍ରୋଲ ପମ୍ପକୁ ଯାଇ ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ଏକ ବୋତଲରେ ପେଟ୍ରୋଲ ନେଇଥିଲେ। ସେହି ପେଟ୍ରୋଲକୁ ଢାଳି ହୋଇ ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆାତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନେକ ପ୍ରକାଶ କରିଥିଲା, ଯାହା ତଦନ୍ତର ମୁଖ୍ୟ ଆଧାର ପାଲଟିଛି।
କ୍ରାଇମ ବ୍ରାଞ୍ଚ ଡିଏସପି ଇମାନ କଲ୍ୟାଣ ନାୟକ ଓ ଅନ୍ୟ ଅଧିକାରୀଗଣ ଦ୍ୱିତୀୟ ଥର ପେଟ୍ରୋଲ ପମ୍ପକୁ ଯାଇ ତଦନ୍ତ କରିଛନ୍ତି। ପ୍ରଥମେ ଆଲୋଚିତ ପ୍ରଶ୍ନରେ, କିଏ ଏହି ଯୁବତୀ ଯିଏକ ପେଟ୍ରୋଲ ପମ୍ପରୁ ଏକ ବୋତଲରେ ପେଟ୍ରୋଲ କିଣିଥିଲା? ମୃତା ଛାତ୍ରୀ ପାଇଁ ଅନ୍ୟ କେହି ବ୍ୟକ୍ତି ସେହି ପେଟ୍ରୋଲ କିଣିଥିଲା କି? ଏହାର ଉତ୍ତର ଜାଣିବା ପାଇଁ ତଦନ୍ତ ଚାଲିଛି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ