BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ପାରିବାରିକ କଳହର କରୁଣ ପରିଣତି

ଗଞ୍ଜାମ: ସାତ ଜନ୍ମର ସାଥି ହୋଇ ରହିବେ ବୋଲି ଅଗ୍ନିକୁ ସାକ୍ଷୀରଖି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ ପାରିବାରିକ କଳହର କରୁଣ ପରିଣତିରେ ଜୀବନ ସାଥୀର ଜୀବନ ଯାଇଛି। ଅତି ନିର୍ଦୟ ଭାବେ ନିଜ ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କରିଛି ସ୍ତ୍ରୀ ।

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରେ ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଗଭୀର ରୂପ ନେଇ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ହତ୍ୟା କରିଦେଇଛନ୍ତି ବୋଲି ଅଭିଯୋଗ ମିଳିଛି। ସ୍ୱାମୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତ ସ୍ତ୍ରୀ ପ୍ରୟାସ କରିଥିଲା। ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ପଚରାଉଚରା କରୁଛି ।

ମୃତକଙ୍କ ପରିଚୟ ଅମର ନାୟକ (ବୟସ ୩୫) ବୋଲି ଜଣାପଡିଛି, ଯିଏ ଘରେ ତାଙ୍କ ସ୍ତ୍ରୀ ଅଞ୍ଜନା ନାୟକଙ୍କ ସହିତ ରହୁଥିଲେ। ମୁଣ୍ଡମରାଇ ଗାଁର ଅମର ନାୟକ ଓ ତାଙ୍କ ସ୍ତ୍ରୀ ଅଞ୍ଜନା ନାୟକଙ୍କ ମଧ୍ୟରେ ଝଗଡ଼ା ଲାଗିରୁହେ। ମଙ୍ଗଳବାର ବିଳମ୍ବିତ ରାତିରେ ଦୁହିଁଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା, ପରବର୍ତ୍ତୀ ସମୟରେ ଏହା ମାରପିଟ ପର୍ଯ୍ୟନ୍ତ ଗତି କରିଥିଲା। ଶେଷରେ ସ୍ତ୍ରୀ ଅଞ୍ଜନା ଉତକ୍ଷିପ୍ତ ହୋଇ ସ୍ୱାମୀ ଅମରକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା ।

ଅଭିଯୋଗ ଅନୁଯାୟୀ, ଅଞ୍ଜନା ତାଙ୍କ ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ସେ ଏହାକୁ ଆତ୍ମହତ୍ୟା ଭାବେ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। ଘଟଣା ବିଷୟରେ ସୂଚନା ମିଳିବା ପରେ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲ୍‌କୁ ପଠାଇଛନ୍ତି।

ପୋଲିସ ଅଞ୍ଜନା ନାୟକଙ୍କୁ ଅଟକ ରଖି ପଚରାପଚରି ଜାରି ରଖିଛି। ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି ।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ