BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚଢା ଦରରେ ବିକ୍ରି ହେଉଛି ମଦ, ଏସଓପି ମାନୁ ନାହାନ୍ତି ଦୋକାନୀ

ଖୋର୍ଦ୍ଧା,୨୪ା୧୨: ଖୋର୍ଦ୍ଧା ଜିଲାରେ ମଦ ବିକ୍ରେତା ମାନୁନାହାନ୍ତି ଅବକାରୀ ବିଭାଗର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରେସିଡିଓର (ଏସ୍‌ଓପି)। ଧାର୍ଯ୍ୟ ଦରଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଦୋକାନ ଆଗରେ କୌଣସି ଦର ତାଲିକା ଝୁଲା ଯାଉନାହିଁ। ଗ୍ରାହକ ବିଲ୍‌ ମାଗିଲେ ଦିଆଯାଉନାହିଁ। ଜଟଣୀ ଥାନା ଛକ ନିକଟ ଏକ ବାରରେ ଜଣେ ଗ୍ରାହକ ଧାର୍ଯ୍ୟ ଦର ଠାରୁ କାହିଁକି ଅଧିକ ଟଙ୍କା ନିଆଯାଉଛି, ବିଲ୍‌ କାହିଁକି ଦେବେ ନାହିଁ ବୋଲି ଦୋକାନୀ ସହ ଯୁକ୍ତିତର୍କ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି। ମଦ ବିକ୍ରେତା ଏବଂ ଅବକାରୀ ବିଭାଗର କେତେଜଣ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଭଳି କାରବାର ଚାଲିଥିବା ବେଳେ ସେଭଳି କୌଣସି ଅଭିଯୋଗ ନ ଥିବା କହି ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଆଗକୁ ନୂଆ ବର୍ଷ ଆସୁଥିବାରୁ ମଦ ଦୋକାନ ଆଗରେ ଗ୍ରାହକଙ୍କ ଭିଡ ଜମୁଛି। ମଦ ଦୋକାନଗୁଡିକ ଅବାକରୀ ବିଭାଗର ଏସ୍‌ଓପିକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏନେଇ ଜିଲା ଅବକାରୀ ଅଧୀକ୍ଷକ ଯଶକେତନ ବରିଆ କହିଛନ୍ତି, ମଦ ଦୋକାନଗୁଡିକୁ ଏସ୍‌ଓପି ଜାରି କରାଯାଇଛି। ଦୋକାନ ଆଗରେ ଦର ତାଲିକା ଏବଂ ସିସିଟିଭି ସର୍ଭେଲାନ୍ସରେ ରହିବ। କର୍ମଚାରୀମାନେ ୟୁନିଫର୍ମ ପରିଧାନ କରିବା ଲାଗି ଗାଇଡ୍‌ଲାଇନ ରହିଛି। ଜଟଣୀରେ ଭାଇରାଲ ଭିଡିଓ ହସ୍ତଗତ ହୋଇଛି। ଏହାକୁ ଯାଞ୍ଚ କରାଯିବ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ସମସ୍ତ ମଦ ଦୋକାନରେ ଯାଞ୍ଚ କରିବେ। ଏସ୍‌ଓପି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ପ୍ରମାଣିତ ହେଲେ ଅବକାରୀ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ।