ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଅଘୋଷିତ ଯୁଦ୍ଧ ସମୟକ୍ରମେ ତିବ୍ର ହେବାରେ ଲାଗିଛି । ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ତେବେ ଏଭଳି ଏକ ସମୟରେ ଟେରିଟୋରି ଆର୍ମୀଙ୍କ ଭୂମିକା କଣ ? ସେମାନେ କଣ ସୀମାରେ ଶତ୍ରୁଙ୍କ ସହ ଲଢ଼ିବେ କି ? ଟେରିଟୋରିଆଲ ଆର୍ମିରେ ରହିଥିବା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ବର୍ଡରରେ ଡ୍ୟୁଟି କରିବେ କି ? ଏମିତି ପ୍ରଶ୍ନ ସମସ୍ତଙ୍କ ମଧ୍ୟରେ ଉଠିଛି ।
ପ୍ରଥମତଃ ଆବଶ୍ୟକ ପଡ଼ିଲେ ଟେରିଟୋରିଆ ଆର୍ମିମାନେ ଭାରତୀୟ ସେନାଙ୍କ ସହଯୋଗ କରନ୍ତି । କୌଣସି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଯୁଦ୍ଧ ପରିସ୍ତିତି । ଏମାନେ ଆଲର୍ଟ ରହିଥାନ୍ତି । କେଉଁ ସମୟରେ ମଧ୍ୟ ଫୋନ୍ ଆସିପାରେ । ଏମାନେ ଯାଇ ସେନାରେ ଯୋଗ ଦେଇପାରନ୍ତି । ଟେରିଟୋରିଆ ଆର୍ମି ନିୟମ ୧୯୪୮ , ୩୩ ଧାରା ଅନୁସାରେ ସ୍ଥଳସେନା ମୁଖ୍ୟ ଏଭଳି ପରିସ୍ଥିତି ଭାରତୀୟ ସେନାଙ୍କୁ ସହଯୋଗ କରିବା ପାଇଁ ଯେକୌଣସି ସମୟରେ ମଧ୍ୟ ଡାକି ପାରନ୍ତି । ଟେରିଟୋରିଆ ଆର୍ମିରେ ୧୮ ବର୍ଷରୁ ୪୨ ବର୍ଷ ମଧ୍ୟରେ କରିପାରିବେ। ୬ ସେପ୍ଟେମ୍ବର ୨୦୧୨ ମସିହାରେ ଟେରିଟୋରିଆଲ ଆର୍ମିରେ ଯୋଗ ଦେଇଛନ୍ତି ସଚିନ୍ ପାଇଲଟ୍ ।