BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କାହିଁକି ମହିଳାମାନେ ଭାଙ୍ଗନ୍ତି ପ୍ରେମସଂପର୍କ ! ଜାଣନ୍ତୁ କିଛି କାରଣ

ନିଜ ପାର୍ଟନର୍ ସହ ବ୍ରେକଅପ୍ କରିବା ବୋଧେ ପ୍ରେମୀଯୁଗଳଙ୍କ ପାଇଁ ସବୁଠାରୁ କଷ୍ଟସାଧ୍ୟ କାମ । ନଚାହିଁଲେ ସୁଦ୍ଧା ଏମିତି କିଛି କାରଣ ଥାଏ ଯେଉଁଥି ପାଇଁ ବାଧ୍ୟ ହୋଇ ଅଲଗା ହୋଇଥାନ୍ତି ପ୍ରେମୀଯୁଗଳ। ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ମହିଳା ମାନେ ସାଧାରଣତଃ କେଉଁ କାରଣରୁ ବ୍ରେକଅପ୍ କରିଥାନ୍ତି ତାହା ସାମ୍ନାକୁ ଆସିଛି।

ବ୍ରେକଅପ୍ କାରଣର ତାଲିକା ମଧ୍ୟରେ ସବୁଠାରୁ ଉପରେ ଅଛି ‘ତୁମେ ବଦଳି ଯାଇଛ’। ଶୁଣିବାକୁ ହୁଏତ ଅଡୁଆ ଲାଗୁଥାଇପାରେ । କିନ୍ତୁ ଅଧିକାଂଶ ସଂପର୍କ ଏହି କାରଣରୁ ଭାଙ୍ଗିଥାଏ। ବଦଳିବା ଯଦିଓ ଖରାପ ନୁହେଁ କିନ୍ତୁ ପରିବର୍ତ୍ତନ ଯଦି ସଂପର୍କ ଉପରେ ପ୍ରଭାବ ପକାଏ ତାହେଲେ ଖରାପ ହୋଇଥାଏ।

ଅତ୍ୟଧିକ ପିଲାଳିଆମୀ ସଂପର୍କକୁ ଭାଙ୍ଗି ପାରେ । ଅଧିକାଂଶ ମହିଳାଙ୍କ ମତରେ ଏପରି ପ୍ରକୃତିର ଲୋକମାନେ କୌଣସି କଥାକୁ ଗୁରୁତ୍ୱର ସହ ନେଇ ନଥାନ୍ତି। ଅଳ୍ପ ପିଲାଳିଆମୀ ସମସ୍ତଙ୍କ ପାଖରେ ଥାଏ । କିନ୍ତୁ ସବୁ କଥାକୁ ହାଲକା ଭାବରେ ଗ୍ରହଣ କରୁଥିବା ସାଥୀ ଠାରୁ ଶୀଘ୍ର ଅଲଗା ହୋଇଯାଆନ୍ତି ମହିଳାମାନେ।

ପ୍ରାଧାନ୍ୟ କମିଯିବା ଆଉ ଏକ କାରଣ। ଯଦି ପୁରୁଷ ବନ୍ଧୁ ଫୋନ୍ ନଉଠାନ୍ତି, ଦେଖା କରିବାକୁ ଦିନ ଗଡାନ୍ତି ତେବେ ମହିଳାମାନେ ଭାବନ୍ତି ଯେ ସାଥୀ ଆଉ ଆଗ ପରି ତାଙ୍କୁ ପ୍ରାଧାନ୍ୟ ଦେଉ ନାହାଁନ୍ତି। ଫଳରେ ସଂପର୍କରେ ଭଟ୍ଟା ପଡିଥାଏ।

ସେହିପରି ଆଉ ଏକ କାରଣ ହେଉଛି ଦୂରରେ ଥିବା ସଂପର୍କ ବେଶିଦିନ ତିଷ୍ଠି ପାରି ନଥାଏ । ଯଦିଓ ସୋସିଆଲ୍ ମିଡିଆ ଜରିଆରେ ପରସ୍ପର ସହ ଯେକøଣସି ସମୟରେ କଥା ହୋଇହୁଏ କିନ୍ତୁ ଦେଖାକରି କଥା ହେବା , ପରସ୍ପର ସହ କିଛି ସମୟ ଏକାଠି ବିତାଇବାକୁ ବେଶି ପସନ୍ଦ କରନ୍ତି ଝିଅ ମାନେ। ଅଧିକ ଦିନ ଦୂରରେ ରହିଲେ ମହିଳା ମାନେ ଧର୍ଯ୍ୟହରା ହୋଇ ସଂପର୍କ ଭାଙ୍ଗିଥାନ୍ତି।

ଆଉ ଏକ ନିରାଟ ସତ ହେଉଛି ଯେ ହାଣ୍ଡସମ୍ ପୁଅ ମାନଙ୍କୁ ବେଶୀ ପସନ୍ଦ ସହ ପ୍ରାଧାନ୍ୟ ଦେଇଥାନ୍ତି ମହିଳାମାନେ। ଯଦି ପୁରୁଷବନ୍ଧୁଙ୍କ ସାଙ୍ଗମାନେ ତାଙ୍କଠାରୁ ଅଧିକ ହାଣ୍ଡସମ୍ ହୋଇଥାନ୍ତି ତେବେ ମହିଳା ମାନେ ବ୍ରେକ୍ ଅପ୍ ପାଇଁ ପାଦ ଆଗକୁ ବଢାଇଥାନ୍ତି।

ସେହିପରି ଯେଉଁ ଝିଅମାନଙ୍କ ବାପା ମା’ ପୁଅକୁ ପସନ୍ଦ କରନ୍ତିନି ସେ କ୍ଷେତ୍ରରେ ମଧ୍ୟ ସଂପର୍କ ଭାଙ୍ଗିଥାଏ। କାରଣ ନିଜ ବାପାମା’ଙ୍କ ଇଚ୍ଛାକୁ ସମ୍ମାନ ଦେବା ସହ ସେମାନଙ୍କ କଥା ନମାନି ନୂଆ ସଂସାର କରିବାକୁ ଚାହାଁନ୍ତିନି ଅନେକ ଝିଅ।