BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ll ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ll

▪️ସକାଳ ୮ଟା ୩୦ ସୁଦ୍ଧା ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ
▪️୬୪.୫ ପ୍ରତିଶତ ଆର୍ଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ
▪️ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ । ସକାଳ ୮.୩୦ ସୁଦ୍ଧା ଭୁବନେଶ୍ବରରେ ୩୧ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କାଲିଠୁ ରାଜ୍ୟରେ ବଢିବ ତାତି । ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳକ ପାଣିପାଗ କେନ୍ଦ୍ର। ବାୟୁ ଚଳାଚଳରେ ତାରତମ୍ୟ ପାଇଁ ଗତ ସପ୍ତାହେ ହେବ ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଥିଲା ।

ଏବେ ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ସହ ତାପମାତ୍ରାରେ ଅହେତୁକ ବୃଦ୍ଧି ହେବ । ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ପ୍ରବଳ ତାତି ଅନୁଭୁତ ହେଉଥିଲେ ମଧ୍ୟ ଅପରାହ୍ନରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଥିଲା। ଏଭଳି ପାଗ ଆସନ୍ତା କାଲି ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅସହ୍ୟ ଗ୍ରୀଷ୍ମ ଲହରୀରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ରାଜ୍ୟ। ଆକାଶରୁ ନିଆଁ ବର୍ଷୁଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ୪୦ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୪ଟି ସହରର ତାପମାତ୍ରା। ୪୬.୩ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ଼ର ତାପମାତ୍ରା ୪୪.୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାର ୪୩.୨ ଡିଗ୍ରୀ ଓ ଅନୁଗୁଳର ତାପମାତ୍ରା ୪୩.୧ ଡିଗ୍ରୀ ରହିଛି।

ଆହୁରି ୩ଦିନ ଧରି ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପରେ ତାପମାତ୍ରା ସାମାନ୍ୟ ହ୍ରାସ ହେବ।ସେପଟେ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଅସହ୍ୟ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ସକାଳ ୧୦ଟା ପରହ ଠାରୁ ରାସ୍ତାଘାଟ ଶୁନଶାନ ହୋଇଯାଉଛି। ଖରାରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାନୀୟ, ଲସି, ତରଭୂଜ ଦୋକାନରେ ଭି଼ଡ ଜମାଉଥିବା ଦେଖିବାକୁ ମିଳିଛି।