BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଗ୍ରୀଷ୍ମ ପୂର୍ବରୁ ଗ୍ରାସିଲାଣି ଜଳସଂକଟ: ପାଣି ପାଇଁ ଲୋକେ ଡହଳ ବିକଳ, ଗାଁରୁ ସହର ଚାଲିଛି ସଂଘର୍ଷ

ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତଋତୁ ବିଦାୟ ନେଉଥିବା ବେଳେ ଧିରେ ଧିରେ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଲାଣି। ଦିନର ତାପମାତ୍ରା କ୍ରମାଗତ ଭାବେ ବଢୁଥିବା ବେଳେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ପାରଦ ଆହୁରି ୨ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଉପରକୁ ଚଢ଼ିପାରେ। ସଦ୍ୟତମ ସୂଚନା ମୁତାବକ, ଝାରସୁଗୁଡ଼ାରେ ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡି ଓ ଭୁବନେଶ୍ୱର ଭଳି ସହରରେ ମଧ୍ୟ ଗରମ ବୃଦ୍ଧି ପାଇବାରେ ଲାଗିଛି।

ତେବେ ଖରା ଦିନ ଭଲ ଭାବେ ଆରମ୍ଭ ନହେଉଣୁ ଓଡ଼ିଶାର କୋଣ ଅନୁକୋଣରୁ ଜଳକଷ୍ଟର କରୁଣ ଚିତ୍ର ସାମ୍ନାକୁ ଆସିଲାଣି। ବିଶେଷ କରି ମୟୂରଭଞ୍ଜର ରାସଗୋବିନ୍ଦପୁର, କୋରାପୁଟର ଲକ୍ଷ୍ମୀପୁର ଏବଂ ବାଲେଶ୍ୱରର ନୀଳଗିରି ଅଞ୍ଚଳରେ ପାନୀୟ ଜଳ ପାଇଁ ହାହାକାର ଦେଖାଦେଇଛି। କେଉଁଠି ନଳକୂପରୁ ପାଣି ବାହାରୁନି ତ ଆଉ କେଉଁଠି କେବଳ ଗୋଳିଆ ପାଣି ମିଳୁଛି। ଏଭଳି ସମସ୍ୟା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଏବଂ ଲୋକେ ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି।

ପ୍ରଶାସନିକ ଅବହେଳା ଓ ଦୀର୍ଘ ଦିନର ଜଳ ସମସ୍ୟାକୁ ନେଇ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। କୋରାପୁଟ ଜିଲ୍ଲା ବାଗାମ ଗାଁରେ ଲୋକେ ରାସ୍ତାରୋକ କରିଥିବା ବେଳେ ମୟୂରଭଞ୍ଜର ନାକିଚୁଆରେ ଉତ୍ତ୍ୟକ୍ତ ଗ୍ରାମବାସୀ ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଅଭିଯୋଗ ଶୁଣିବାକୁ ଯାଇଥିବା ଯନ୍ତ୍ରୀଙ୍କୁ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ସେହିଭଳି ନୀଳଗିରି ଅଞ୍ଚଳରେ ମଧ୍ୟ ମହିଳାମାନେ ଖାଲି ଗରା ଓ ବାଲତି ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଅନ୍ୟପଟେ, କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ମହତାପାରି ଗାଁରେ ସରକାରୀ ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଦୀର୍ଘ ୪ ବର୍ଷ ହେବ ପାନୀୟ ଜଳ ପ୍ରକଳ୍ପର କାମ ଚାଲିଥିଲେ ସୁଦ୍ଧା ଏହା ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ପାଇପ୍ ପଡ଼ିଛି ଓ ଟାଙ୍କି ନିର୍ମାଣ ହୋଇଛି, କିନ୍ତୁ ପାଣି ଯୋଗାଣ ପାଇଁ ଆବଶ୍ୟକୀୟ ଷ୍ଟାଣ୍ଡପୋଷ୍ଟ ବସାଯାଇ ନାହିଁ। ଏହି ବିଳମ୍ବ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।

ଆଗକୁ ଖରା ବଢ଼ିଲେ ପରିସ୍ଥିତି ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଛି। ତେଣୁ ଗ୍ରୀଷ୍ମଋତୁ ପୂର୍ବରୁ ସରକାର ଓ ଜଳ ଯୋଗାଣ ବିଭାଗ ତୁରନ୍ତ ତତ୍ପରତା ଦେଖାଇ ଅଚଳ ନଳକୂପ ମରାମତି କରିବା ସହ ଅଧୁରା ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଜରୁରୀ ହୋଇପଡ଼ିଛି। ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପାଇଁ ଲୋକଙ୍କୁ ଯେପରି ରାସ୍ତାକୁ ଓହ୍ଲାଇବାକୁ ନପଡ଼େ, ସେଥିପ୍ରତି ପ୍ରଶାସନ ସଜାଗ ହେବା ଆବଶ୍ୟକ।