BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧୨ ନମ୍ବର ଓାର୍ଡର ୫ ଟି ବସ୍ତିରେ ଡ୍ରୋନ୍ ସର୍ଭେ

ଭୁବନେଶ୍ୱର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡର ପାଞ୍ଚଟି ବସ୍ତିରେ ଡ୍ରୋନ୍ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସର୍ଭେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ ସର୍ଭେ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବସ୍ତି ବାସିନ୍ଦାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛନ୍ତି । ବିଭିନ୍ନ ଯୋଜନା ପ୍ରଣୟନ କରି ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ମହାନଗର ସହରାଳର ଅନେକ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି । ଏବଂ ଅନ୍ୟ ଗୁଡିକର ପ୍ରକ୍ରିୟା ଜାରି ରହିଛି । ସମସ୍ତଙ୍କୁ ଭୂମି ଅଧିକାର ଯୋଗାଇ ଦେବା ପାଇଁ ଜାଗା ମିଶନ ଜରିଆରେ ଡ୍ରୋନ୍ ସର୍ଭେ ଆରମ୍ଭ ହୋଇଛି । ଏହା ପରେ ଉଷା ସର୍ଭେ କରାଯାଇ ସମସ୍ତଙ୍କୁ ଭୂମି ଅଧିକାର ପତ୍ର ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁ, ୧୨ ନମ୍ବର ଓାର୍ଡ ସିଇଓ ଶିପ୍ରାରାଣୀ ମିଶ୍ର, ଓାର୍ଡ ଅଧିକାରୀ ରବି ନାରାୟଣ ମିଶ୍ର, ସାନିଟାରୀ ଇନ୍ସପେକ୍ଟର ମନୋରଞ୍ଜନ ମହାପାତ୍ର, ଜାଗା ମିଶନ ଅଧିକାରୀ ମନୋଜା ମଞ୍ଜରୀ ଦେବୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଯୋଜନା ସମ୍ବଦ୍ଧରେ କହିଥିଲେ । ଆତ୍ମାରାମ, ସାମନ୍ତପୁରୀ, ତ୍ରିନାଥ, ଦାଶରଜା ଓ ପାତ୍ରସାହି ବସ୍ତିରେ ଡ୍ରୋନ୍ ସର୍ଭେ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବସ୍ତିର ସଭାପତି, ସମ୍ପାଦକ, କର୍ମକର୍ତ୍ତା ଙ୍କ ସହିତ ସମସ୍ତ ବସ୍ତି ବାସିନ୍ଦା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତୀଙ୍କ ଦୀର୍ଘାୟୁ କାମନା କରିବା ସହିତ କୃତଜ୍ଞତା ଜଣାଇ ଥିଲେ ।