BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

୧୪ ନମ୍ବର ଓ୍ବାର୍ଡରେ ବର୍ଷକର ଉନ୍ନତି ମୂଳକ କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ କର୍ପୋରେଟର ମୋନାଲିସା ସାହୁ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ କର୍ପୋରେସନକୁ ଏକବର୍ଷ ପୂରଣ ହୋଇଛି । ଗତବର୍ଷ ଅପ୍ରେଲ ୯ ତାରିଖରେ କର୍ପୋରେଟର ମାନେ ଶପଥ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ଠିକ୍ ଏକବର୍ଷ ପୁରିଛି । ଏହି ଏକବର୍ଷ କାର୍ଯୂକାଳ ମଧ୍ୟରେ କିଏ କେତେ କାର୍ଯ୍ୟ କରିଛନ୍ତି । ନିର୍ବାଚନ ସମୟରେ ଲୋକ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେଦୁର ପାଳନ କରିଛନ୍ତି । ତାହାର ରିପୋର୍ଟ କାର୍ଡ ଦେଇଛନ୍ତି । ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମସି ୧୪ ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁ କହିଛନ୍ତି ଯେ ନିର୍ବାଚନ ସମୟରେ ଲୋକମାନେ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଦାବି କରିଥିଲେ । ବସ୍ତି ବହୁଳ ଅଞ୍ଚଳ ହୋଇଥିବାରୁ ଗରିବ ଲୋକମାନଙ୍କୁ ଘର ପାଖରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ ନେଇ କାର୍ଯ୍ୟ ଆରମ୍ଭ କରିଥିଲି । ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ ସହଯୋଗରେ ନୀଳାଦ୍ରି ବିହାର ସେକ୍ଟର ୫ ଠାରେ ସହରାଳ ସ୍ୱାସ୍ଥ୍ୟକେନ୍ଦ୍ର ଆରମ୍ଭ ହୋଇଛି । ଏଠାରେ ଲୋକମାନେ ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ପରୀକ୍ଷା ନିରୀକ୍ଷା ସହିତ ମାଗଣା ଔଷଧ ପାଉଛନ୍ତି । ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଥିବାରୁ ବହୁତ ଖୁସି ଲାଗୁଛି । ନୀଳାଦ୍ରୀବିହାର ସେକ୍ଟର ୪ ଠାରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଇନ୍ଦୋର ଷ୍ଟାଡିୟମ ନିର୍ମାଣ ହୋଇ ଶେଷ ପର୍ଯ୍ୟାୟରେ ପହିଛି । ଏହି ଷ୍ଟାଡିୟମ ହେବାଦ୍ୱାରା ଆମ ଅଞ୍ଚଳର ଯୁବ ପ୍ରତିଭା ମାନେ ଅଭ୍ୟାସ ଜାରି ରଖି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଖେଳି ପାରିବେ । ବରିଷ୍ଠ ନାଗରିକ ମାନେ ବେୟାମ କରି ଶରୀର ସୁସ୍ଥ ରଖି ପାରିବେ । ସେହିପରି ନୀଳାଦ୍ରିବିହାର ଓ ପେଟ୍ରୋଲ ପମ୍ପକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିପାଇଁ ମାନ୍ୟବର ବିଧାୟକ ଓ ମେୟରଙ୍କୁ କୃତଜ୍ଞତା ଜଣାଉଛି । ଏଥି ସହିତ ଓାର୍ଡର ବିଭିନ୍ନ ସ୍ଥାନରେ ରାସ୍ତା, ଡ୍ରେନ, ଅଙ୍ଗନବାଡି କେନ୍ଦ୍ର, ପାର୍କର ଉନ୍ନତି କରଣ କରାଯାଇଛି । କିଛି ସ୍ଥାନରେ କାମ ଶେଷ ହୋଇଥିବା ବେଳେ କିଛି ଜାରି ରହିଛି । ବିଭିନ୍ନ ପର୍ବପର୍ବାଣୀ ଲକମାନଙ୍କ ସହିତ ପାଳନ କରାଯାଉଛି । ସାମାଜିକ କାର୍ଯ୍ୟ ମଧ୍ୟରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇ ଲୋକ ମାନଙ୍କୁ ମାଗଣା ଔଷଧ ଓ ଚଷମା ପ୍ରଦାନ କରାଯାଇଛି । ମହିଳା ମାନଙ୍କୁ ଶସକ୍ତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ପରିମଳ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି । ଜାଗା ମିଶନ ଜରିଆରେ ସର୍ଭେ କାର୍ଯ୍ୟ କରାଯାଇଛି । ଏଥି ସହିତ ଲୋକଙ୍କ ସମସ୍ୟା ସମାଧାନ ପାଇଁ ସେକ୍ଟର ୩ ଠାରେ ଓାର୍ଡ କାର୍ଯ୍ୟାଳୟ ଖୋଲାଯାଇ ତୁରନ୍ତ ସମସ୍ୟା ସମାଧାନ କରାଯାଉଛି । ଓାର୍ଡବାସୀଙ୍କ ଆର୍ଶୀବାଦରୁ ଏହି ଉନ୍ନତି ମୂଳକ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି କହିଥିଲେ । ସମସ୍ତଙ୍କର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ।