BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଆମ ଘର ପିଠା ଫାଷ୍ଟ୍‌ଫୁଡ ଠାରୁ ସ୍ୱାଦିଷ୍ଟ, ସଞ୍ଜିବନୀ ମହିଳା ମହାସଂଘର ପିଠା ଷ୍ଟଲ ଉଦଘାଟିତ

ଭୁବନେଶ୍ୱର,୨ା୧ ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଜନତା ମଇଦାନ ନିକଟରେ ସଞ୍ଜିବନୀ ମହିଳା ମହାସଂଘ ପକ୍ଷରୁ ଏକ ପିଠା ଷ୍ଟଲ ଉଦଘାଟିତ ହୋଇଯାଇଛି । ଏହାକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଟ୍ରେନିଂ ପ୍ରଦାନ କରି ଋଣ ଯୋଗାଇ ଦିଆଯାଉଛି । ପିଠା ଯୋଜନା ଜରିଆରେ ଆମ ସଂସ୍କୃତି ପରମ୍ପରା ସହିତ ଜଡିତ ଆମ ଘରର ମା ମାନଙ୍କର ପିଠା କେମିତି ବଜାରରେ ବିକ୍ରି ହୋଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଧାୟକ ଶ୍ରୀଯୁକ୍ତ ରାଉତ କହିଥିଲେ । ମେୟର ଶ୍ରୀମତୀ ଦାସ କହିଥିଲେ ଆମ ପର୍ବପର୍ବାଣୀ ମାନଙ୍କରେ ତିଆରି ହେଉଥିବା ପିଠା ଆଜିର ଫାଷ୍ଟ୍‌ଫୁଡ ଫିଜା ବର୍ଗର ଠାରୁ ବହୁତ ସ୍ୱାଦିଷ୍ଟ । ହକି ବିଶ୍ୱକପ ପାଇଁ ଦେଶ ବିଦେଶରୁ ଆସୁଥିବା ଅତିଥି ମାନେ ଏହାର ମଜା ନେଇ ପାରିବେ । ସମ୍ମାନିତ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ, ସମରେନ୍ଦ୍ର ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ ମହିଳା ମହାସଂଘର ଏଭଳି ପଦକ୍ଷପକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଚଗଲା ଜେନା, ଭଗବାନ ଦାଶ, ତୁଷାର ବେହେରା ଉପସ୍ଥିତ ଥିଲେ । ଏଠାରେ ଆମ ଓଡିଆ ଘରର ସମସ୍ତ ପିଠା ମିଳିବ ବୋଲି ମହିଳା ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ସାହୁ କହିଥିଲେ । ମହାସଂଘର ସଭ୍ୟାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ସମ୍ପାଦିକା ପ୍ରତିଭା ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।