BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୂତନ ଭୁବନେଶ୍ୱରରେ ବୃହତ ସରକାରୀ ଡାକ୍ତରଖାନା ପାଇଁ ପ୍ରସ୍ତାବ

ଭୁବନେଶ୍ୱର, ନୂତନ ଭୁବନେଶ୍ୱର ଭାବେ ପରିଚିତ ଚନ୍ଦ୍ରଶେଖରପୁର ଅଞ୍ଚଳ ଗତ ୨୨ ବର୍ଷ ମଧ୍ୟରେ ବହୁ ବିକାଶ ଘଟିଛି । ଏଠାରେ ବଡ ବଡ ଶିକ୍ଷାନୁଷ୍ଠାନ, ବାଣିଜ୍ୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଦପ୍ତର, ବେସରକାରୀ ଡାକ୍ତରଖାନା ଓ ବିଭିନ୍ନ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଗଢି ଉଠିଛି । ଏଥି ସହିତ ସହର ମଧ୍ୟରୁ ବସ୍ତି ସ୍ତନାନ୍ତର କରି ଏଠାରେ ଥଇଥାନ କରାଯାଇଛି । ଏହି ଅଞ୍ଚଳରେ ଲୋକସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ସେ ଦୃଷ୍ଟିରୁ ଏଠାରେ ଗୋଟିଏ ବଡ ସରକାରୀ ଡାକ୍ତରଖାନାର ଆବଶ୍ୟକତା ରହିଛି । ସାମାନ୍ୟ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଯିବାକୁ ପଡୁଛି । ବସ୍ତିବାସିନ୍ଦା ଓ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭିନ୍ନ ଅନୁଷ୍ଠାନ , ସଂଗଠନ ଓ ଲୋକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଦାବି ହୋଇ ଆସୁଥିଲା । ଏହି କ୍ରମରେ କର୍ପୋରେଟର ଜୟନ୍ତୀ ସାହୁ ଡାକ୍ତରଖାନା ନିର୍ମାଣ ପାଇଁ ବିଏମସି କମିଶନରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି । ଆଜି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ୧୨ ନମ୍ବର ଓ୍ବାର୍ଡରେ ପହଞ୍ଚି ବିଭିନ୍ନ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଥିଲେ । କର୍ପୋରେଟର ଜୟନ୍ତୀ ସାହୁ ନୂତନ ସରକାରୀ କଲୋନୀ ନିକଟରେ ଥିବା ୫ ଏକର ପରିମିତ ସ୍ଥାନକୁ ଦେଖାଇଥିଲେ । ଏହି ସ୍ଥାନଟି ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଡାକ୍ତରଖାନା ପାଇଁ ଉଦିଷ୍ଟ ରହିଛି । ଏଠାରେ ଡାକ୍ତରଖାନା ନିର୍ମାଣ କରାଗଲେ ବହୁ ଲୋକ ଉପକୃତ ହେବେ ବୋଲି କହିଥିଲେ । ଏଥି ସହିତ ନୂତନ ସରକାରୀ କଲୋନୀର ମିନି ପାର୍କର ପୁନଃରୁଦ୍ଧାର, କାଳୀ ମନ୍ଦିର ସମ୍ମୁଖରେ ନୂତନ ପାର୍କ ନିର୍ମାଣ ଓ ପ୍ରେସ୍ ଛକ ଠାରୁ ଏମ୍‌ସିଏଲ୍ ଛକ ପର୍ଯ୍ୟନ୍ତ ଉଭୟ ରାସ୍ତା ପାଶ୍ୱର୍ ସୌନ୍ଦର୍ଯ୍ୟ କରଣ ପାଇଁ କମିଶନରଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । କମିଶନର ସମସ୍ତ ସ୍ଥାନ ବୁଲିବା ସହ ସଫେଇ ଉପରେ ଲୋକ ମାନଙ୍କୁ ସଚେତନ କରାଇ ଥିଲେ । ଓାର୍ଡର ପରିବେଶ ଓ ପରିସ୍କାର ପରିଛନ୍ନତା ଦେଖି କର୍ପୋରେଟରଙ୍କୁ ସାଧୁବାଦ ଓ ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କମିଶନରଙ୍କ ସହିତ ଉତ୍ତର ଜୋନର ଡେପୁଟି କମିଶନର ପୁରନ୍ଦର ନନ୍ଦ, ବିଏମସି ଅଧିକାରୀ ଓ ବିଜେଡି ଜିଲ୍ଲା ସାଂଗଠନିକ ସମ୍ପାଦକ ପ୍ରସନ୍ନ କୁମାର ସାହୁ, ଯୁବନେତା ଚଗଲା ଜେନା, ମିଟୁ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।