BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମହିଳା ସଶକ୍ତିକରଣରେ ଓଡିଶା ବହୁ ଉର୍ଦ୍ଧ୍ୱରେ

ଭୁବନେଶ୍ୱର, : ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୧୨ ନମ୍ବର ଓ୍ବାର୍ଡର ଗଜପତି ନଗର ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିର ପ୍ରାଗଣରେ ସଞ୍ଜିବନୀ ମହିଳା ମହାସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ କହିଥିଲେ ସାରା ଭାରତ ବର୍ଷରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ବହୁ ଉର୍ଦ୍ଧ୍ୱରେ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମିଶନଶକ୍ତି ଗଠନ କରିଛନ୍ତି । ଏହା ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆ ଯିବା ସହ ଦକ୍ଷତା ବିକାଶ କରାଯାଇଛି । ଯେଉଁଥିରେ ମହିଳା ମାନେ ଅର୍ଥ ଉପାର୍ଜନ କରିପାରୁଛନ୍ତି । ଶିକ୍ଷା କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ରାଜନୈତିକ କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ଇତିହାସ ସୃଷ୍ଟି କରିଛନ୍ତି । ଯେଉଁଥି ପାଇଁ ମୁଁ ଆଜି ଆପଣ ମାନଙ୍କ ସାମ୍ନାରେ କହିପାରୁଛି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓାର୍ଡ ଅଧିକାରୀ ରବିନାରାୟଣ ମିଶ୍ର, ସିଇଓ ଶିପ୍ରାରାଣୀ ସାମନ୍ତରାୟ, ଯନ୍ତ୍ରୀ ମଥିଲେଶ ରଥ, ସାନିଟାରୀ ଇନ୍ସପେକ୍ଟର ମନୋରଞ୍ଜନ ମହାପାତ୍ର, ଯୁବନେତା ପ୍ରସନ୍ନ କୁମାର ସାହୁ, ଚଗଲା ଜେନା ମିଟୁ ପରିଡା, ସଞ୍ଜିବନୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ସାହୁ, ସମ୍ପାଦିକା ମମତା ବିଶ୍ୱାଳ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମା ତାରିଣୀ, ମା ସନ୍ତୋଷୀ, ମା ମଙ୍ଗଳା, ଆତ୍ମାରାମ, ମହାବୀର, ମା ହରଗୌରୀ ଓ ମା ସନ୍ତୋଷୀ ୧,୨ ଏସଏଚଜି ଗ୍ରୁପର ସମସ୍ତ ମହିଳା ଉପସ୍ଥିତ ଥିଲେ ।