BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କେନ୍ଦ୍ରୀୟ ବିଦ୍ୟାଳୟ ୩ ସମ୍ମୁଖରେ ୯ ନମ୍ବର ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୧ା୩ ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୯ ନମ୍ବର ୱାର୍ଡର କେନ୍ଦ୍ରୀୟ ବିଦ୍ୟାଳୟ ୩ ସମ୍ମୁଖରେ ନବନିର୍ମିତ ଓାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । କର୍ପୋରେଟର ସୁଷମା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ ୱାର୍ଡ କାର୍ଯ୍ୟଳୟର ଶୁଭ ଉଦ୍‌ଘାଟନ କରିଥିଲେ । ବିଏମସି ଲୋକମାନଙ୍କ ଘର ପାଖରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ଲକ୍ଷ ନେଇ ପ୍ରତ୍ୟେକ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି । ସେଠାରେ ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ ସେବା ପାଇ ପାରିବେ ବୋଲି ମେୟର ଶ୍ରୀମତୀ ଦାସ କହିଥିଲେ । ସମ୍ମାନୀତ ଅତିଥି ଭାବେ ଡେପୁଟି ମେୟର ମଞ୍ଜୁଲତା କହଁର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା, କର୍ପୋରେଟର ମିହିର କୁମାର ରାଉତ, ଲକ୍ଷ୍ମୀପ୍ରିୟା ପରିଡା, ବରିଷ୍ଠ ମୁରବି କିଶୋର ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ପାତ୍ର, ସୁରେନ୍ଦ୍ର ପାତ୍ର, ଶ୍ରୀକାନ୍ତ ନନ୍ଦ, ସୋମନାଥ ସାହୁ, ଗଗନ ବିହାରୀ ପଣ୍ଡା, ପ୍ରଫୁଲ କୁମାର ସାହୁ, ମିଟୁ ପରିଡା, ଚନ୍ଦ୍ରକାନ୍ତ ସାହୁ, ରୁବିନା ପରିଡା, ରେଖା ପ୍ରଧାନ, ରାଜ କିଶୋର ସାହୁ, ଅଭିମନ୍ୟୁ ବାରିକ, ରକି ସାହୁ ଏବଂ ବରିଷ୍ଠ ନାଗରିକ, ମହିଳା ଓ ଯୁବକ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ସବ୍ୟସାଚୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।