BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ରାୟ ପ୍ରକାଶ, ଅଭିଯୁକ୍ତକୁ  ଆଜୀବନ ସଶ୍ରମ କାରାଦଣ୍ଡାଦେଶ

ଭୁବନେଶ୍ବର: ସୋମବାର ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଜନୈକ  ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିବା ଭଳି ସଙ୍ଗୀନ ମାମଲାର ରାୟ ପ୍ରକାଶ କରିଛନ୍ତି।  ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଳିଆ ନାହାକକୁ  ଆଜୀବନ ସଶ୍ରମ କାରାଦଣ୍ଡାଦେଶ ( ସ୍ୱାଭାବିକ ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ) ସହ 25 ହଜାର ଟଙ୍କା  ଜୋରିମାନା କରିଛନ୍ତି ।
ମାମଲାରୁ ପ୍ରକାଶ ଯେ, ଗତ ଏପ୍ରିଲ ୨୫ ତାରିଖ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ  ଖଲିଙ୍ଗି ଗାଁରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ସଂକ୍ରାନ୍ତରେ ସଙ୍ଗୀନ ଅଭିଯୋଗ ହୋଇଥିଲା।
ଅଭିଯୋଗ ପାଇଵା ପରେ ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କ  ସମ୍ପର୍କୀୟ ମାମୁଁ କାଳିଆ ନାହାକ ଏହି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ପ୍ରମାଣ ପାଇ ଗିରଫ କରିଥିଲା। ଅଭିଯୁକ୍ତ କାଳିଆ  ନିଜ ଭାଣିଜୀକୁ ଅପହରଣ କରିବା ପରେ ବଳାତ୍କାର କରି ହତ୍ୟା କରିଥିଲା। ପରେ ମୃତ ଶରୀରକୁ ଗାଁର ଏକ ନିର୍ମାଣାଧୀନ କୋଠାରେ  ଫିଙ୍ଗି ଦେଇଥିଲା।
 ପୋଲିସ ପକ୍ଷରୁ ୫୦ ଦିନ ମଧ୍ୟରେ ମାମଲାର ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ସଠିକ ସମୟ ମଧ୍ୟରେ ୨୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।  ଫଳରେ ଘଟଣାର ୧୨୧ ଦିନରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ ଏବଂ ଫୋରେନସିକ୍ ପ୍ରମାଣ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଇଥିଲା।
ଆଜି, କୋର୍ଟ ଏହି  ରାୟ ପ୍ରକାଶ କରି, ଭାରତୀୟ ନ୍ୟାୟ ସଂହିତା (BNS)  ତଥା ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା  ଜରିମାନା ଦଣ୍ଡିତ କରିଛନ୍ତି। ଏହା ସହ ପୀଡିତା ନାବାଳିକାଙ୍କ ପରିବାରକୁ  ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ପୋଲିସର ତଦନ୍ତ ଶୈଳୀ, ବୃତ୍ତିଗତ ଦକ୍ଷତା,  ପୀଡିତା  ଏବଂ ସାକ୍ଷୀ ମାନଙ୍କ ବୟାନ ଯୋଗୁଁ ଏହି ମାମଲାରେ ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି।
ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକୁ ନିଜେ ଅନୁଧ୍ୟାନ କରୁଛନ୍ତି। ଏହା ସହ  ଏଭଳି ସଙ୍ଗୀନ ମାମଲା ଗୁଡିକରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ତଦନ୍ତକାରୀ ଅଧିକାରୀ ମାନଙ୍କୁ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ଓ ଉପକରଣର ବ୍ୟବହାର କରି ତ୍ୱରିତ ବେଗରେ ତଦନ୍ତ କରି ଚାର୍ଜସିଟ ଦାଖଲ  କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  ଗଞ୍ଜାମ ଏସପି ଶ୍ରୀ ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ଦୀପ୍ତି ରଞ୍ଜନ ବେହେରା ଏହି ମାମଲାର ତଦନ୍ତ କରିଥିଲେ।