BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଉରକେଲା ବାଲୁଘାଟ ନିକଟରୁ ବେଆଇନ ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ, ୨ ଜଣ ଅଟକ

ରାଉରକେଲା: ରାଉରକେଲାର ବାଲୁଘାଟ ନିକଟରୁ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରୁଥିବା ଏକ ଗାଡ଼ିକୁ ପୋଲିସ ଜବତ କରିଛି। ଗାଡ଼ି ଭିତରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି, ଯେଉଁଥିରେ ମୋଟ ୨୩,୨୦୦ଟି ବିସ୍ଫୋରକ ପ୍ୟାକେଟ୍ ଥିବା କଥା ପୋଲିସ କହିଛି।

ଏହି ଜବତ ବେଳେ କୌଣସି ବୈଧ କାଗଜପତ୍ର ଉପସ୍ଥାପନ କରାଯାଇନଥିବାରୁ, ବିସ୍ଫୋରକ ସାମଗ୍ରୀ ଦ୍ୱାରା କୌଣସି ଅବୈଧ କାମ କରାଯାଉଥିଲା ବୋଲି ଅନୁମାନ କରାଯାଉଛି।

ଘଟଣା ସମ୍ୱନ୍ଧରେ ରଘୁନାଥପାଲି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଏସଆଇଟି ଟିମ୍ ବି ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କାର୍ଯ୍ୟ ଜାରି ରଖିଛି। ଏପରି ଅବସ୍ଥାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡ଼ି ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ଏହି ବିସ୍ଫୋରକ ସାମଗ୍ରୀ କେଉଁଠିକୁ ଯାଉଥିଲା ଓ କିଏ ଏହା ପଛରେ ଅଛି, ତାହା ନେଇ ଛାନବିନ ଜାରି ରହିଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ