BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଇଞ୍ଜଣା ଜରିପାଟଣା ରାସ୍ତାର ଭିିତ୍ତିପ୍ରସ୍ତର ସ୍ଥାପନ ଓ ମିଶନ ଶକ୍ତି ଗୃହ ଉଦ୍‌ଘାଟନ

ଭୁବନେଶ୍ୱର,୧୧ା୩ ଭୁବନେଶ୍ୱର ଉପକଣ୍ଠ ଇଞ୍ଜଣା ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ ଓ ଇଞ୍ଜଣା ଜରିପାଟଣା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଭିିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ହେମନ୍ତ ପରିଡା ଓ ସମିତି ସଭ୍ୟା ମମିତା ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଇଞ୍ଜଣା ପଞ୍ଚାୟତରେ ନବ ନିର୍ମିତ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରିବା ସହିତ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଇଞ୍ଜଣା ଜରିପାଟଣା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଭିିପ୍ରସ୍ତର ସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ବବିତା ରାଉତ, କର୍ପୋରେଟର ମିହିର କୁମାର ରାଉତ, ଗ୍ରାମ ସଭାପତି ପ୍ରଦୀପ ଦାସ, ଯୁବ ସଭାପତି ବିରେନ୍ଦ୍ର ଜେନା ପ୍ରମୁଖ ଯୋଗଦାନ କରିଥିଲେ । ଇଞ୍ଜଣା ଗ୍ରାମ କମିଟି ପକ୍ଷରୁ ରାସ୍ତାର ପ୍ରଶସ୍ତିକରଣ ପାଇଁ ବାରମ୍ବାର ଦାବି ହୋଇଆସୁଥିଲା । ଦୀର୍ଘ ଦିନ ପରେ ଉତ୍ତର ବିଧାୟକଙ୍କ ପଦକ୍ଷେପ ହେତୁ ଏହା ସମାଧାନ ହୋଇଥିବାରୁ ଗ୍ରାମ କମିଟି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ଓ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ମୁରବି, ଏସଏଚଜି ମହିଳା, ଯୁବ, ଛାତ୍ର ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ସେହିପରି ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଢାୱା, କଳାଝରୀ, ଓସ୍ତପଡା, କଲ୍ୟାଣପୁର ଗ୍ରାମ ରାସ୍ତାର ଭିିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।