BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଏନଏସଏସ ଶିବିର ଉଦଯାପିତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଜାତୀୟ ସେବା ଯୋଜନା (ଏନଏସଏସ) ଆନୁକୂଲ୍ୟରେ ଆୟୋଜିତ ସାତଦିନିଆ ସ୍ୱତନ୍ତ୍ର ଶିବିର ସୋମବାର ସଫଳତାର ସହ ସମାପ୍ତ ହୋଇଛି।ଉଦଯାପନୀ ଦିବସରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଛାତ୍ରଛାତ୍ରୀଙ୍କୁ ସମାଜ ସେବା ପାଇଁ ଶପଥ ପାଠ କରାଇଥିଲେ। ପରିଶେଷରେ କୁଳପତି ଏନଏସଏସ ପତାକା ଅବତରଣ କରିବା ସହ ଶିବିରର ସମାପ୍ତି ଘୋଷଣା କରିଥିଲେ।

ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ରାଜ୍ୟ ନୋଡାଲ ଅଫିସର ଡଃ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଏବଂ ବିଶ୍ୱବିଦ୍ୟାଳୟ ଏନଏସଏସ ସଂଯୋଜକ ପ୍ରଫେସର ବ୍ରଜ ନାରାୟଣ ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପତାକା ଉତ୍ତୋଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

ପ୍ରାରମ୍ଭିକ ଅଧିବେଶନରେ ସ୍ନାତକୋତ୍ତର ଏନଏସଏସ (ପୁରୁଷ) ପ୍ରୋଗ୍ରାମ ଅଫିସର ଡ. ଶାନ୍ତି ସ୍ୱରୂପ ସାହୁ ସ୍ୱାଗତ ଭାଷଣ ଦେବା ସହ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥିମାନେ ସେମାନଙ୍କ ଅଭିଭାଷଣରେ ସମାଜ ଗଠନରେ ସ୍ୱେଚ୍ଛାସେବୀଙ୍କ ଭୂମିକା ଓ ବ୍ୟକ୍ତିତ୍ୱ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏନଏସଏସ (ମହିଳା) ପ୍ରୋଗ୍ରାମ ଅଫିସର ଡ. କବିତା ଦାସ ଉଦ୍‌ଘାଟନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସାତ ଦିନ ମଧ୍ୟରେ ୧୦୦ ଜଣ ସ୍ୱେଚ୍ଛାସେବୀ ବିଶ୍ୱବିଦ୍ୟାଳୟ ପରିସରସ୍ଥ ଜଗନ୍ନାଥ ମନ୍ଦିର, ତାଳପଦେଶ୍ୱରୀ ମନ୍ଦିର, ଗାନ୍ଧୀ ପାର୍କ ଓ ରକ୍ ଗାର୍ଡେନରେ ସଫେଇ ଅଭିଯାନ ଚଳାଇବା ସହ ପୁରାତନ ଭାରତୀୟ ଇତିହାସ ବିଭାଗରେ ବୃକ୍ଷରୋପଣ କରିଥିଲେ। ଏଥିସହ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ରଙ୍ଗୋଲି, ବକ୍ତୃତା ଓ ସାଧାରଣ ଜ୍ଞାନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡ. ସାହୁ ଓ ଡ. ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମଟି ସୂଚାରୁରୂପେ ପରିଚାଳିତ ହୋଇଥିଲା।