BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସମ୍ବିଧାନରେ ଲିଖିତ ଆଦର୍ଶ ଏବଂ ମୂଲ୍ୟବୋଧର ପୁନରୁଦ୍ଧାର ହେବା ଦରକାର

ଉତ୍କଳ ବିଶ୍ୱବିଦ୍ୟାଳୟରେ 'ସମ୍ବିଧାନ ହତ୍ୟା ଦିବସ' ପାଳିତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ଏବଂ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ସମ୍ବିଧାନ ହତ୍ୟା ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗରେ ‘ଭାରତୀୟ ସମ୍ବିଧାନର ମୁଖବନ୍ଧ ‘ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଉଦଘାଟନ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜେ. ଦଣ୍ଡପାଟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତୀୟ ସମ୍ବିଧାନରେ ଲିଖିତ ଆଦର୍ଶ ଏବଂ ମୂଲ୍ୟବୋଧର ପୁନରୁଦ୍ଧାର ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନାରା ସଂକ୍ଷିପ୍ତ ବକ୍ତବ୍ୟ ରଖି ଭାରତୀୟ ସମ୍ବିଧାନର ବହୁ ଉପାଦେୟ ତଥ୍ୟ ଉସପନ କରିଥିଲେ।

‘ଭାରତୀୟ ସମ୍ବିଧାନର ମୁଖବନ୍ଧ ‘ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଯୋଗ ଦେଇ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଥିବା ପୃଷ୍ଠଭୂମି ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ବ୍ୟକ୍ତିଗତ ନାଗରିକଙ୍କ ପ୍ରାକୃତିକ ଅଧିକାର କେବେବି ଉଲ୍ଲଂଘନ ହୋଇପାରିବ ନାହିଁ ଏବଂ କେବେବି ଉଲ୍ଲଂଘନ କରାଯିବା ଉଚିତ୍ ନୁହେଁ ଏବଂ ୨୫ ଜୁନ୍ ହେଉଛି ଏକ ଦିନ ଯାହା ଆମକୁ ଏହି ସତ୍ୟକୁ ମନେ ପକାଇ ଦିଏ ଯେ ସଂଖ୍ୟାଗରିଷ୍ଠ ସର୍ବଦା ଠିକ୍ ହେବା ଆବଶ୍ୟକ ନୁହେଁ ଏବଂ ଏକ ବୃହତ ସଭ୍ୟତା ଆଡ଼କୁ ପ୍ରୟାସ କରିବା ପାଇଁ ଶାସନ ପ୍ରକ୍ରିୟାରେ ଯେକୌଣସି ସ୍ୱେଚ୍ଛାଚାରିତାକୁ ଯାଞ୍ଚ ଏବଂ ଦୂର କରିବା ଆବଶ୍ୟକ ବୋଲି ପ୍ରଫେସର ତ୍ରିପାଠୀ ମତବ୍ୟକ୍ତ କରିଥିଲେ।

ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ. ସୀମା ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବାବେଳେ ଲୋକ ପ୍ରଶାସନ ବିଭାଗର ମୁଖ୍ୟ ଡ. ପ୍ରତିମା ଷଡ଼ଙ୍ଗୀ ଆଲୋଚନାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସହକାରୀ ପ୍ରଫେସର ସ୍ୱପ୍ନା ପ୍ରଭୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।