BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉତ୍କଳ ବିଶ୍ବବିଦ୍ୟାଳୟ ନୂତନ ଗବେଷଣାର ଶକ୍ତିକେନ୍ଦ୍ର, ବିଶ୍ୱର ଶିକ୍ଷାର୍ଥୀଙ୍କ ପାଇଁ ସ୍ୱପ୍ନର ଗନ୍ତବ୍ୟସ୍ଥଳ-କୁଳପତି

ଉତ୍କଳ ବିଶ୍ୱବିଦ୍ୟାଳୟର ୮୩ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର:  ଓଡ଼ିଶାର ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଗତ ଦୀର୍ଘ ୮ ଦଶନ୍ଧି ଭିତରେ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଜ୍ଞାନର ବିକାଶ ପାଇଁ ପ୍ରଗତିଶୀଳ ଶିକ୍ଷା ନୀତି ସହ ସମର୍ପଣ ଭାବ ଜରୁରୀ। ଏହି ମନ୍ତ୍ରରେ ଦୀକ୍ଷିତ ହୋଇ ଏଠାରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ସମାଜର ବିଭିନ୍ନସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି, ଯାହା ବିଶ୍ୱବିଦ୍ୟାଳୟର  ଗର୍ବ ଓ ଗୌରବ।  ଉତ୍କଳ ବିଶ୍ୱବିଦ୍ୟାଳୟ  ହେଉଛି ଏକ ଐତିହ୍ୟ ଶିକ୍ଷ୍ଠାଷାନୁଷ୍ଠାନ। ଏହୋ ନୂତନ ଗବେଷଣାର ଏକ ଶକ୍ତିକେନ୍ଦ୍ର ଏବଂ ବିଶ୍ୱର ଶିକ୍ଷାର୍ଥୀଙ୍କ ପାଇଁ ଏକ ସ୍ୱପ୍ନର ଗନ୍ତବ୍ୟସ୍ଥଳ। ଓଡ଼ିଶାର ଜନନୀ ବିଶ୍ବବିଦ୍ୟାଳୟ ଭାବେ ପରିଚିତ ଉତ୍କଳ ବିଶ୍ବବିଦ୍ୟାଳୟ  ଯୁଗାନ୍ତକାରୀ ସଂସ୍କାର ଆଣିବା ଏବଂ ଗବେଷଣାକୁ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀମାନଙ୍କୁ ତୃଣମୂଳସ୍ତରରୀ ଶୀର୍ଷ ସୋପାନରେ ପହଞ୍ଚାଇବାକୁ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କୁଳପତି  ଫେସର ଦଣ୍ଡପାଟ ପ୍ରକାଶକ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ୮୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସଭାପତିତ୍ବ ଅଭିଭାଷଣ ରଖି କୁଳପତି ପ୍ରଫେସର ଦଣ୍ଡପାଟ ନୂତନ ଶିକ୍ଷାନୀତି ୨୦୨୦ର ପ୍ରାସଙ୍ଗିକତା, ବହୁମୁଖୀ ଅଧ୍ୟୟନ, ଉଦ୍ଭାବନ, ଷ୍ଟାର୍ଟଅପ୍ ପରିବେଶ ଏବଂ ସ୍ଥାୟୀତ୍ୱର ଗୁରୁତ୍ୱ ଉପରେ କୁଳପତି ବକ୍ତବ୍ୟ ପ୍ରଦାନ କରିଥିଲେ।

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୮୩ତମ ପ୍ରତିଷ୍ଠା ଦିବସ ଏବକେସିଜି ପ୍ରେକ୍ଷାଳୟରେ ମହା ସମାରୋହରେ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି. ପ୍ରକାଶ ବାବୁ  ମୁଖ୍ୟଅତିଥି ଭାବେ ଯୋଗେଦଇ ଏହି ଅନୁଷ୍ଠାନର ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ ବୌଦ୍ଧିକ ଶକ୍ତିକୁ ଆଗକୁ ନେବାରେ ଥିବା ଭୂମିକା ଉପରେ ଆଲୋକପାତ କରିଥିଲେ।

ଭୁବନେଶ୍ୱର ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (NISER) ପ୍ରଫେସର ବେଦାଙ୍ଗଦାସ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗେଦଇ ଉଚ୍ଚ ଶିକ୍ଷାର ସମସାମୟିକ ଆହ୍ୱାନ ଏବଂ ଉଦ୍ଭାବନ, ଅନ୍ତର୍ଭୁକ୍ତିକରଣ ଓ ଗବେଷଣାର ବିଶ୍ୱସ୍ତରୀୟ ମାନଦଣ୍ଡ ମାଧ୍ୟମରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବିଶ୍ୱସ୍ତରୀୟ ଉତ୍କର୍ଷତା ହାସଲ କରିବାର ଅପାର ସାମର୍ଥ୍ୟ ବିଷୟରେ କହିଥିଲେ।

କୁଳସଚିବ ଡ. ସ୍ୱାତୀ ମିଶ୍ର  ବାର୍ଷିକ ରିପୋର୍ଟ ଉପସ୍ଥାପନ କରି ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ବିଷୟରେ ସୂଚନା ଦେଇ କହିଥିଲେ ଯେ ଭାରତର ୧୭ତମ ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଏନଆଇଆାରଏଫ୍ ର‍୍ୟାଙ୍କିଙ୍ଗ୍‌ରେ ଜାତୀୟ ସ୍ତରରେ ୪୮ତମ ଏବଂ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି। ସୁସ୍ଥ ପରିବେଶ ଅଭ୍ୟାସ, ଗବେଷଣା କାର୍ଯ୍ୟ, ଦୃଢ଼ ଭିତ୍ତିଭୂମି, ଶାସନ, ନିଯୁକ୍ତି ସୃଷ୍ଟି ଏବଂ ଶିଳ୍ପ ସହିତ ସଂଯୋଗ ପାଇଁ ସ୍ୱୀକୃତିପ୍ରାପ୍ତ ଏହି ବିଶ୍ୱବିଦ୍ୟାଳୟ ଆଉଟଲୁକ୍-ଆଇକେୟାର ର‍୍ୟାଙ୍କିଙ୍ଗ୍ ୨୦୨୫ରେ ୩୨ତମ ସ୍ଥାନରେ ରହିଛି। ଏଠାକାର ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ପଦକ ବିଜେତା ହେବା ବିଶ୍ବବିଦ୍ୟାଳୟ ପାଇଁ ଗୌରବ ବିଷୟ ବୋଲି ପ୍ରକାଶ କରିଥିଲେ।

ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତୋର ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ୪୧ଗଣ ଛାତ୍ରଛାତ୍ରୀଙ୍କୁ ସ୍ବଣ୍ଣର୍ପଦକ ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।