BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଧୁନିକ ସମୟରେ ଆଞ୍ଚଳିକ ସାହିତ୍ୟର ଉନ୍ନତି ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ – ରାଜ୍ୟପାଳ

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ “ଉତ୍କଳ ରତ୍ନ ପୁରସ୍କାର"

ଭୁବନେଶ୍ଵର : ଆଧୁନିକ ସମୟରେ ଆଞ୍ଚଳିକ ସାହିତ୍ୟର ଉନ୍ନତି ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି।  କଟକ ଠାରେ ଉତ୍କଳ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି।

ଉତ୍କଳ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଓ ସାରସ୍ବତ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠିତ ଜନ ସେବକ, ଓଡିଆ ସଂସ୍କୃତି ଓ ସାହିତ୍ୟର ମହାନ ପ୍ରବକ୍ତା ତଥା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ମାନ୍ୟତା “ଉତ୍କଳ ରତ୍ନ ପୁରସ୍କାର”ରେ ସମ୍ମାନିତ କରାଯାଇଥିଲା।

ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଆମର ଆଂଚଳିକ ଭାଷା ଏବଂ ସାହିତ୍ୟ କେବଳ ଅଭିଲେଖାଗାର କିମ୍ବା ସ୍ମୃତିରେ ସୀମିତ ହେବା ଉଚିତ ନୁହେଁ। ଏହା ଏକ ଜୀବନ୍ତ ଓ ବିକଶିତ ଶକ୍ତି ହେବା ଉଚିତ, ଯାହା ସମୟ ସହିତ ପ୍ରେରଣା ଯୋଗାଇବ ଓ ଜଡିତ ରହିବ।

ଉତ୍କଳ ସାହିତ୍ୟ ସମାଜର ଐତିହାସିକ ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରି କହିଥିଲେ ଯେ, ଏହା ଓଡ଼ିଆ ଭାଷା ଏବଂ ଏବଂ ସାହିତ୍ୟର ଏକ ଦୃଢ଼ ରକ୍ଷକ ହୋଇ ରହିଛି। ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏହା ସାହିତ୍ୟିକ ନବଜାଗରଣର ଏକ ଆଲୋକବର୍ତିକା ଭାବରେ ଛିଡ଼ା ହୋଇଛି। ଉତ୍କଳ ସାହିତ୍ୟ ସମାଜ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ହରିହର ମର୍ଦ୍ଦରାଜ ଦେଓଙ୍କ ଭଳି ମହାନ ଦାନ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ସହିତ ମଧୁସୂଦନ ରାଓ, ବିଶ୍ଵନାଥ କର, ଫକୀର ମୋହନ ସେନାପତି, ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଭଳି ମହାନ ସାହିତ୍ୟିକଙ୍କ ଅବଦାନକୁ ରାଜ୍ୟପାଳ ସ୍ମରଣ କରିଥିଲେ।

ଭାଷାଗତ ଆଧାରରେ ଓଡ଼ିଶା ରାଜ୍ୟ ଗଠନ ଆନ୍ଦୋଳନରେ ଉତ୍କଳ ସାହିତ୍ୟ ସମାଜର ଭୂମିକା ଉପରେ ଆଲୋକପାତ କରି ଓଡ଼ିଆ ପରିଚୟକୁ ସୁରକ୍ଷା ଏବଂ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତା ଆମର ସାଂସ୍କୃତିକ ଗୌରବର ମୂଳଦୁଆ ସ୍ଥାପନ କରିଥିଲା ବୋଲି ରାଜ୍ୟପାଳ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଆକର୍ଷଣ ଭାବେ ସମ୍ମାନନୀୟ ରାଷ୍ଟ୍ରନେତା, ପ୍ରତିଷ୍ଠିତ ଜନ ସେବକ, ଓଡିଆ ସଂସ୍କୃତି ଓ ସାହିତ୍ୟର ମହାନ ପ୍ରବକ୍ତା ତଥା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ମାନ୍ୟତା “ଉତ୍କଳ ରତ୍ନ ପୁରସ୍କାର”ରେ ସମ୍ମାନିତ କରି ରାଜ୍ୟପାଳ କହିଥିଲେ ଯେ ଶ୍ରୀ ହରିଚନ୍ଦନ ମାଟିର ଗର୍ବିତ ପୁଅ। ଜଣେ ରାଜନେତା ଏବଂ ସାହିତ୍ୟିକ ଭାବେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ଏହି ଅବସରରେ ରାଜ୍ୟପାଳ ଡ. କମ୍ଭମ୍‌ପାଟି ଶ୍ରୀଯୁକ୍ତ ହରିଚନ୍ଦନଙ୍କ ସହ ତାଙ୍କର ଘନିଷ୍ଟ ସଂପର୍କ ବିଷୟରେ ଅବତାରଣା କରିଥିଲେ।

ଏହି ଅବସରରେ ରାଜ୍ୟପାଳ ଜାତୀୟ ଶିକ୍ଷ ଶିକ୍ଷାନୀତି- ୨୦ ୨୦ରେ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱାରୋପ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଡିଜିଟାଲ ପ୍ଲାଟ୍ ପ୍ଲାଟଫର୍ମ ମାଧ୍ୟମରେ ସାହିତ୍ୟ ଗବେଷଣା, ଅନୁବାଦ ଏବଂ ଯୁବ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିଥିଲେ। ଏତଦ୍‍ବ୍ୟତୀତ ଆୟୋଜକ, ଲେ ଲେଖକ, ପୁରସ୍କାର ବିଜେତା ଏବଂ ଅନୁଷ୍ଠାନର ସଦସ୍ୟମାନଙ୍କୁ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ସେମାନଙ୍କର ନିରନ୍ତର ପ୍ରୟାସ ପାଇଁ ଅଭି ଅଭିନନ୍ଦନ ଜଣାଇଥିଲେ।

“ଉତ୍କଳ ରତ୍ନ” ସମ୍ମାନରେ ସମ୍ମାନିତ ବିଶିଷ୍ଟ ରାଷ୍ଟ୍ର ନେତା ତଥା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ “ଉତ୍କଳ ସାହିତ୍ୟ ସମାଜ”କୁ ସାଧୁବାଦ ଜଣାଇବା ସହ ଅନୁଷ୍ଠାନର କ୍ରିୟାଶୀଳ ଭୂମିକାକୁ ପ୍ରଶଂସା କରିଥିଲେ। ନିଜ ବକ୍ତବ୍ୟରେ ସାହିତ୍ୟିକମା ନମାନେ ସର୍ବଦା ଜନ ଦା ଜନ ଜାଗରଣ ଆଣିବାରେ ପ୍ରମୁଖ ଭୂମିକା ନିଭାଇଥାନ୍ତି ବୋଲି ଅବତାରଣା କରିଥିଲେ।

ଏତଦ୍‍ବ୍ୟତୀତ କଲମ ବଲମ ଠାରୁ ଶକ୍ତିଶାଳୀ ବୋଲି କହିବା ସହିତ ସାହିତ୍ୟିକମାନେ ମା, ମାଟି ଓ ମଣିଷର ସମ୍ମାନ ପାଇଁ ତଥା ସ୍ଵାଭିମାନ ରକ୍ଷା ପାଇଁ ଏବଂ ସମାଜରେ ଅସଙ୍ଗତି ଦେଖିଲେ କଲମ ଚାଳନା କରିବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନ ଜଣାଇଥିଲେ ।
ଉତ୍କଳ ସାହିତ୍ୟ ସମାଜର ସଭାପତି ପତି ଡ. ଗୋବିନ୍ଦ ଚାନ୍ଦ ସଭା ପରିଚାଳନା କରିଥିବା ବେଳେ ଉତ୍କଳ ସାହିତ୍ୟ ସମାଜର ଉପଦେଷ୍ଟା ପ୍ରଫେସର ବିଜୟାନନ୍ଦ ସିଂହ, ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।