ନୂଆଦିଲ୍ଲୀ: ପୁଣି ଡାଉନ୍ ହେଲା ୟୁପିଆଇ ପେମେଣ୍ଟ ସିଷ୍ଟମ । ଗୋଟିଏ ମାସରେ ଅଟକିଲାଣି ଦୁଇ ଥର । ଦିଲ୍ଲୀ ଏନସିଆର ସମେତ ଅନେକ ସହରରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ହଠାତ ୟୁପିଆଇ ସେବା ଠପ ହୋଇଯାଇଥିଲା। ତେବେ କିଛି ସମୟ ପରେ ଏହା ପୁଣି ଥରେ ଆକ୍ଟିଭ ହୋଇଥିଲା। ତେବେ ହଠାତ ସେବା ବ୍ୟାହତ ହେବାରୁ ଲୋକମାନେ କାରବାର କରିବାରେ ଅସୁବିଧା ଭୋଗିଥିଲେ। ଏ ନେଇ ଆଉଟେଜକୁ ଟ୍ରାକ କରୁଥିବା ୱେବସାଇଟ ଡାଉନଡିଟେକ୍ଟର ଏହି ଅସୁବିଧା ସଂପର୍କରେ ଗ୍ରାହକଙ୍କୁ ଅବଗତ କରିଥିଲା । ପେଟିଏମ, ଫୋନ ପେ, ଗୁଗଲ ପେରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।
ମଧ୍ୟାହ୍ନ ୧୨ଟାରୁ ଏହି ଅସୁବିଧା ଗ୍ରାହକ ସାମ୍ନା କରିବା ଆରମ୍ଭ କରିଥିଲେ । ଏହାକୁ ନେଇ ଗ୍ରାହକ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କଂମ୍ପାନୀମାନଙ୍କୁ ଅଭିଯୋଗ କରିଥିଲେ । ଗ୍ରାହକ ପେମେଣ୍ଟ କରିବା ପରେ ବଫରିଙ୍ଗ ହୋଇ ୫ ମିନିଟ ପରେ ପ୍ରକ୍ରିୟା ଫେଲ ବୋଲି ପେମେଣ୍ଟ ଆପ ଦର୍ଶାଉଥିଲା ।