BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ରାସ୍ତାକଡ ଦୋକାନୀଙ୍କୁ ୧୦୦୦ ଟଙ୍କା ଓ ଗରିବଙ୍କୁ ୩ ମାସର ରାଶନ ମିଳିବ।

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶରେ କରୋନାର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଦୈନିକ ସଂକ୍ରମଣ ହଜାର ହଜାର ସଂଖ୍ୟାରେ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଜାଗା ମିଳୁ ନ ଥିବା ବେଳେ କରୋନା ରୋଗୀଙ୍କ ମୃତଦେହକୁ ଏଣେତେଣେ ଫୋପାଡ଼ି ଦିଆଯାଉଥିବା ନଜରକୁ ଆସିଛି। କରୋନା ମୁକାବିଲା ପାଇଁ ଉତ୍ତରପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ଆୟତ୍ତ କରିବା ଲାଗି ଏବେ ମେ’ ୨୪ ପର୍ଯ୍ୟନ୍ତ କରୋନା କର୍ଫ୍ୟୁକୁ ବଢ଼ାଇ ଦିଆଯାଇଛି। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ। ଏଥିସହ ଯୋଗୀ ସରକାର ପଞ୍ଚିକୃତ ଥିବା ରାସ୍ତାକଡ଼ ଦୋକାନୀଙ୍କୁ ମାସକୁ ୧୦୦୦ଟଙ୍କା ଓ ବିପିଏଲ୍‌ କାର୍ଡଧାରୀଙ୍କୁ ଶୁଖିଲା ରାଶନ ପ୍ରଦାନ କରିବେ ବୋଲି ସୂଚନା ରହିଛି। ଯେଉଁମାନଙ୍କର ବିପିଏଲ୍‌ କାର୍ଡ଼ ତିଆରି ହୋଇପାରିନାହିଁ ବା କରିନାହାନ୍ତି ସେମାନଙ୍କର କାର୍ଡ଼ ତିଆରି କରାଯିବା ସହ ୩ମାସର ରାଶନ ଯୋଗାଇଦେବେ ସରକାର। ଅନ୍ୟପଟେ ମେ’୨୦ରୁ ବୈଷୟିକ ଶିକ୍ଷା ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ କ୍ଲାସ ଆରମ୍ଭ ହେବାକୁଯାଉଛି।