- ଡବଲ୍ ଇଞ୍ଜିନ ସରକାରର ଡବଲ କମାଲ୍, ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଲେ, କେନ୍ଦ୍ରମନ୍ତ୍ରୀ ଗଡକରୀ ମଞ୍ଜୁର କଲେ
- ଓଡ଼ିଶା ପାଇଁ ୯୦୨୩ କୋଟି ଟଙ୍କାର ୧୩ ଟି ପ୍ରକଳ୍ପ ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ମଞ୍ଜୁର କଲେ
- ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ସେଣ୍ଟ୍ରାଲ ରୋଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ପାଣ୍ଠିରୁ 800 କୋଟି ଟଙ୍କା ମଞ୍ଜୁର
- ଓଡ଼ିଶାରେ ଏବେ ୨ ଲକ୍ଷ କୋଟି ଟଙ୍କାର କାମ ଚାଲିଛି, ଆସନ୍ତା ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର କାମ ହେବ-କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ
- ପୁଞ୍ଜି ଆକର୍ଷଣରେ ଆମେ ଅପାର ସଫଳତା ପାଇଛୁ, ଶିଳ୍ପ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯିବ-ମୁଖ୍ୟମନ୍ତ୍ରୀ
ଉନ୍ନତ ହେଉଛି ଭିତ୍ତିଭୂମି, ବିକଶିତ ହେଉଛି ଓଡ଼ିଶା। ଆଜି ଓଡ଼ିଶାରେ ଭିତ୍ତିଭୂମିର ବିକାଶ ପାଇଁ ଲୋକାର୍ପିତ ହୋଇଛି ଦୁଇଟି ପ୍ରମୁଖ ସଡ଼କ ପ୍ରକଳ୍ପ। ଏହା ସହ ଅନ୍ୟ ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବାଦ୍ଵାରା ଯାତାୟାତ ସହଜ, ସୁଲଭ ଓ ତ୍ୱରାନ୍ୱିତ ହେବା ସହ ରାଜ୍ୟର… pic.twitter.com/ceozjPPsw9
— CMO Odisha (@CMO_Odisha) April 17, 2025
ଓଡ଼ିଶାର ଗମନାଗମନ କ୍ଷେତ୍ରରେ ଯୋଡ଼ିହେଉଛି ନୂଆ ଅଧ୍ୟାୟ। ସହଜ ଓ ସୁଗମ ହେଉଛି ରାଜ୍ୟର ଗମନାଗମନ ଓ ପରିବହନ ବ୍ୟବସ୍ଥା। ଆଜି ୪୧୭୩ କୋଟି ଟଙ୍କାର ବିନିଯୋଗରେ ୧୫୪ କିମି ଦୀର୍ଘ ୧୯ଟି ନୂଆ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।#ବିକଶିତଓଡ଼ିଶା pic.twitter.com/PwZOXgLfjF
— CMO Odisha (@CMO_Odisha) April 17, 2025
- କନକତୋରା-ଝାରସୁଗୁଡା ରାସ୍ତା ୪ ଲେନ ବିଶିଷ୍ଟ ହେବ। ୬୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ୨ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ୱାରା ଏହି ସଡ଼କରେ ୧୧ଟି ବ୍ଲାକ୍ ସ୍ପଟ୍ ଦୂର ହେବ। ଯାତ୍ରା ସମୟ ୩ ଘଣ୍ଟାରୁ କମି ୧ ଘଣ୍ଟା ହେବ।
- ବଡରମା ବନ୍ୟଜୀବ କ୍ଷେତ୍ରରେ ୪ ଲେନ୍ ବିଶିଷ୍ଟ ରାସ୍ତା ହେବ । ୨୭ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୫୦ କୋଟି ଟଙ୍କା ବିନିଯୋଗ ହେବ।
- ପୁରୀ-କୋଣାର୍କ ଲିଙ୍କ ରୋଡ଼ ୪ ଲେନ ବିଶିଷ୍ଟ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୦୦ କୋଟି ଟଙ୍କା ବିନିଯୋଗ ହେବ।
- ଭଞ୍ଜପୁର-ତେଲବଣୀ ରାସ୍ତା ୪ ଲେନ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୫୧୦ କୋଟି ବିନିଯୋଗ ହେବ।
- ମୋହନାରୁ – କୋରାପୁଟ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୦୨ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୫୨୬ କୋଟି ବିନିଯୋଗ ହେବ।
- କୋଟାରୁ – ମୋଟୁ ପର୍ଯ୍ୟନ୍ତ ରାସ୍ତା ହେବ । ୧୮୬ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୬୦୦ କୋଟି ବିନିଯୋଗ ହେବ।
- ଦେବଗଡ଼ – ଖେରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୭୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୪୭୨ କୋଟି ବିନିଯୋଗ ହେବ।
- ଅଙ୍ଗ ନଦୀ ଉପରେ ୨ ଲେନ ବିଶିଷ୍ଟ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୩୫୦ କୋଟି ବିନିଯୋଗ ହେବ।
- ପୋଡମାରୀ – ମୋହନା ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୩୫୦ କୋଟି ଟଙ୍କା ବିନିଯୋଗ ହେବ।
- କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୯୨ କୋଟି ଟଙ୍କା ବିନିଯୋଗ ହେବ।
- ସୋନପୁରରେ ୨ ଲେନ ବିଶିଷ୍ଟ ବାଇପାସ୍ । ୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୮ କୋଟି ଟଙ୍କା ବିନିଯୋଗ ହେବ।
- ଆସ୍କା ସହରରେ ୨ ଲେନ ବିଶିଷ୍ଟ ବାଇପାସ୍ । ୧୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୫ କୋଟି ଟଙ୍କା ବିନିଯୋଗ ହେବ।
- କୋଲାବିରାରେ ୨ ଲେନ ବିଶିଷ୍ଟ ବାଇପାସ୍ । ୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୨୦ କୋଟି ଟଙ୍କା ବିନିଯୋଗ ହେବ।
ଉଦ୍ଘାଟିତ ହୋଇଥିବା ଦୁଇଟି ପ୍ରକଳ୍ପ ମଧ୍ୟରୁ ପ୍ରଥମଟି ହେଉଛି ୮୦୦ କୋଟି ଟଙ୍କା ବିନିଯୋଗର ୪୧କିଲୋମିଟର ଦୀର୍ଘ ତାଳଚେରରୁ କାମାକ୍ଷାନଗର ପର୍ଯ୍ୟନ୍ତ ଚାରି ଲେନ ରାସ୍ତା ପ୍ରକଳ୍ପ ଏବଂ ଦ୍ୱିତୀୟ ପ୍ରକଳ୍ପଟି ଭୁବନେଶ୍ୱର – ଚଣ୍ଡିଖୋଲ ମଧ୍ୟରେ ଜାତୀୟ ରାଜପଥ-୧୬ ରେ ୪୫ କୋଟି ଟଙ୍କା ବିନିଯୋଗରେ ତିନୋଟି ଅଣ୍ଡର-ପାସ୍ ନିର୍ମାଣ। ଏହି ଦୁଇଟି… pic.twitter.com/PEK4Srfzp7
— CMO Odisha (@CMO_Odisha) April 17, 2025