BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ଯିବା ଓ ପାଠ ପଢିବାର ବାତାବରଣ ତିଆରି କରିବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

  • ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

  • ସ୍କୁଲ ବାହାରେ ଥିବା ସମ୍ବଲପୁରର ୩୦୦୦ ପିଲାଙ୍କୁ ବିଦ୍ୟାଳୟ ଶିକ୍ଷା ସହ ଯୋଡିବା

  • ପ୍ରତ୍ୟେକ ପିଲାଙ୍କୁ ସ୍କୁଲକୁ ଆଣିବା ଓ ମାତୃଭାଷାରେ ଶିକ୍ଷା ପ୍ରଦାନ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ

  • ଉଲ୍ଲାସ -ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ୧୫ ବର୍ଷ ବୟସରୁ ଅଧିକ ନିରକ୍ଷର ଥିବା ଲୋକଙ୍କୁ ସାକ୍ଷର କରିବା ପାଇଁ ନିଆଯାଇଛି ପଦକ୍ଷେପ

  • ଭୋକାଲ୍ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେଇ ସ୍ୱଦେଶୀ ସାମଗ୍ରୀର ବ୍ୟବହାର କରିବାକୁ ପରାମର୍ଶ

ସମ୍ବଲପୁର: ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମ୍ବଲପୁରରେ ରାଜ୍ୟବ୍ୟାପୀ ଅଭିଯାନ ଆୟୋଜିତ “ଆସ ସ୍କୁଲ ଯିବା” ସଚେତନତା ପଦଯାତ୍ରାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି।

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ହେଉଛି –  ଦେଶର ପ୍ରତ୍ୟେକ ପିଲାଙ୍କୁ ସ୍କୁଲକୁ ଆଣିବା ଏବଂ ସେମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା। ଡ୍ରପ୍ ଆଉଟ ହ୍ରାସ କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ସାକ୍ଷରତା ହାର ବୃଦ୍ଧି କରିବା ଦିଗରେ ମଧ୍ୟ ଆମ ସରକାର ଯତ୍ନଶୀଳ। ଶିକ୍ଷା ମନ୍ତ୍ରଣାଳୟର ଉଲ୍ଲାସ -ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-୨୦୨୫ ଅଧୀନରେ ୧୫ ବର୍ଷ ବୟସରୁ ଅଧିକ ନିରକ୍ଷର ଥିବା ଲୋକଙ୍କୁ ସାକ୍ଷର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ସେହିପରି ସମ୍ବଲପୁରରେ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଭଲ ଅଛି। ବର୍ତ୍ତମାନ ସମୟରେ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୦୦୦ ପିଲା ବିଭିନ୍ନ ଶ୍ରେଣୀ ଅନୁସାରେ ସ୍କୁଲ ବାହାରେ ଅଛନ୍ତି। ସେମାନଙ୍କୁ ସ୍କୁଲ ଶିକ୍ଷା ଓ ଦକ୍ଷତା ସହ ଯୋଡିବା ପାଇଁ ଆସ ସ୍କୁଲ ଯିବା ପରି ଅଭିଯାନ ରାଜ୍ୟ ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ। ସମସ୍ତଙ୍କୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ରେ ଯୋଡ଼ିବା ଆମ ସରକାରଙ୍କ ମୂଳ ଉଦ୍ଦେଶ୍ୟ। ଏହା କେବଳ ଭାଷଣବାଜି କିମ୍ବା ଖବରର ବିଷୟ ନୁହେଁ, ବରଂ ଏଥିପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରବୃଦ୍ଧ ବର୍ଗମାନେ ନିଜର ଦାୟିତ୍ୱ ନିର୍ବାହ କରିବା ଦରକାର। ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା, ନିରକ୍ଷର ଲୋକଙ୍କୁ ସାକ୍ଷର କରିବା, ଭୋକାଲ୍ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେଇ ସ୍ୱଦେଶୀ ସାମଗ୍ରୀର ବ୍ୟବହାର କଲେ ହିଁ ଆମ ଦେଶ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ଉନ୍ନତ ଓ ଅଧିକ ମଜଭୂତ୍ ହେବ। ଚାଲ ସ୍କୁଲ ଯିବା, ପାଠ ପଢିବାର ବାତାବରଣ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେବା ସହ ଆଜିର ସ୍କୁଲ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ହିଁ ବିକଶିତ ଭାରତର ସ୍ୱପ୍ନ ପୂରଣ ହେବ ବୋଲି ସେ କହିଥିଲେ।

ଏହି ପଦଯାତ୍ରାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ପ୍ରମୁଖ ସାମିଲ ହୋଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଶିକ୍ଷା ଅଧିକାରୀ ଏବଂ ପରିଚାଳନା ସମିତିର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ।