BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ବ ସମ୍ପନ୍ନ ପୁଞ୍ଜି ଲଗାଣ ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର:କଣ୍ଟାବାଡ ଆଇଆଇଏମ୍ ଟି (ଇଣ୍ଟର ସାଇନ୍ସ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏବଂ ଟେକ୍ନୋଲୋଜୀ) ଏବଂ ୟୁନେସ୍କୋ ର ମିଳିତ ସହଯୋଗ ରେ ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ବ ସମ୍ପନ୍ନ ପୁଞ୍ଜି ଲଗାଣ ଉପରେ ଜୁମ ମାଧ୍ୟମରେ ଏକ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଥିଲା। ଆଇଆଇଏମ୍ ଟି ର ନିର୍ଦ୍ଦେଶକ ପ୍ରଫେସର ଡ଼ଃ ଶ୍ରୀକାନ୍ତ ପଟ୍ଟନାୟକ ଏହାକୁ ସଂଯୋଜନା କରିବା ସହିତ ସଠିକ ଅର୍ଥ ପରିଚାଳନା ଏବଂ ଦାୟିତ୍ବ ସମ୍ପନ୍ନ ପୁଞ୍ଜି ଲଗାଣ ଉଦ୍ୟୋଗ ସଙ୍ଗଠନ କୁ ଆର୍ଥିକ ମଜବୁତ କରିଥାଏ, ଫଳରେ ଉଦ୍ୟୋଗ ପତି ମାନଙ୍କୁ ଉପଯୁକ୍ତ ଲାଭ ମିଳିଥାଏ ବୋଲି ମତପ୍ରକାଶ କରିଥିଲେ। ଆଲୋଚନା ରେ ଭାଗ ନେଇ ଆର୍ଜେଣ୍ଟିନା ଲା ପ୍ଲାଟା ବିଶ୍ବବିଦ୍ୟାଳୟର ପ୍ରଫେସର ଚେୟାର ପ୍ରାଂନେସ୍କୋ ଭେଗଲ୍ଲି ଆରିଲୋ ସରକାର ଏବଂ ଘରୋଇ ଦ୍ବାରା ପରିଚାଳିତ ଉଦ୍ୟୋଗ ରେ ବିତ ବ୍ୟବସ୍ଥା ଏବଂ ଦାୟିତ୍ବ ସମ୍ପନ୍ନ ପୁଞ୍ଜି ଲଗାଣକୁ ଗୁରୁତ୍ୱ ପ୍ରଦାନ କରିଥିଲେ।ମୋଡେନା ରିଗୋ ଆଇନ ବିଶ୍ବବିଦ୍ୟାଳୟ ର ବରିଷ୍ଠ ଗବେଷକ ମାସିମ ଫ୍ରାଞ୍ଚୀ ଉଭୟ ସାମାଜିକ ଦାୟିତ୍ବ ବୋଧ ଏବଂ ଆର୍ଥିକ ପୁଞ୍ଜି ନିବେଶ ଦ୍ବାରା ଆଞ୍ଚଳିକ ବିକାଶ ହୋଇଥାଏ। ଉଦ୍ୟୋଗ ପରିଚାଳନା ରେ ଆଞ୍ଚଳିକ ଲୋକମାନଙ୍କର ଅଂଶଗ୍ରହଣ ବିକାଶ ପଥକୁ ଆଗେଇ ନେବାରେ ସାହାଯ୍ୟ କରିଥାଏ। ଅରୁଣାଚଳ ପ୍ରଦେଶ ରାଜୀବ ଗାନ୍ଧୀ ବିଶ୍ବବିଦ୍ୟାଳୟ ର ପ୍ରଫେସର ଡ଼ଃ ସଂଜୀବ କୁମାର ଜେନା ଏଥିରେ ଅଂଶ ଗ୍ରହଣ କରି କେ ବି କେ (କୋରାପୁଟ ବଲାଙ୍ଗୀର ଏବଂ କଳାହାଣ୍ଡି)କେବିକେ ଉନ୍ନତି ସରକାରଙ୍କ ର ଉପଯୁକ୍ତ ଆର୍ଥିକ ପରିଚାଳନା ଏବଂ ସୁବ୍ୟବସ୍ଥିତ ପୁଞ୍ଜି ନିବେଶ ଦ୍ବାରା ଏହି ଅଞ୍ଚଳ ର ବିକାଶ ହୋଇପାରିବା ସହିତ ଦାରିଦ୍ର୍ୟତା ହାର କମିଛି ବୋଲି ମତବ୍ୟକ୍ତ କରିଥିଲେ। ଏହା ଦ୍ବାରା କଳାହାଣ୍ଡି ଓଡ଼ିଶାର ଭାତ ହାଣ୍ଡିରେ ପରିଣତ ହୋଇପାରିଛି। ଶ୍ରୀ ରାମ କ୍ରିଷ୍ଣା ଭୁପୁଲୁରୀ ହାଇଦ୍ରାବାଦର ଚାଟାର୍ଡ ଆକାଉଣ୍ଟାଣ୍ଟ ମେଡିକାଲ କଲେଜ ଏବଂ ହସପିଟାଲ ମାନଙ୍କର ଆର୍ଥିକ ହିସାବ ସମୀକ୍ଷା ନିୟମିତ ଭାବେ ବାରମ୍ବାର କରିବାଦ୍ବାରା ଉଦ୍ୟୋଗ ପତି ମାନଙ୍କର ସ୍ବାସ୍ଥ୍ୟ ସେବା ପ୍ରତି ଗୁରୁତ୍ବ ବଢ଼ିଥାଏ ବୋଲି ମତପୋଷଣ କରିଥିଲେ। ଏଥିରେ ସମଗ୍ର ପୃଥିବୀରୁ୨୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ପୂର୍ବ।ହ୍ନରେ ଆଇଆଇଏମ୍ ଟି ର ପରିଚାଳନା ପରିଷଦର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏଆଇସିଟିଇ ର ପ୍ରତିନିଧି ତଥା ଆଇଆଇଏମ ସିଲଂ ପ୍ରଫେସର ଡ଼ଃ ନିରୁପମା ତ୍ରିପାଠୀ ଉପସ୍ଥିତି ରହି ଚଳିତ ଶିକ୍ଷା ବର୍ଷ ର ପାଠ୍ୟଖସଡା, ଛୁଟି ଏବଂ କ୍ୟାଲେଣ୍ଡର ଇତ୍ୟାଦି ସଂପର୍କ ରେ ଆଲୋଚନା କରାଯାଇ ଏଗୁଡିକୁ ଅନୁମୋଦନ ଦିଆଗଲା।