ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଶେଷ ହେଉନାହିଁ। ୟୁକ୍ରେନ ରୁଷର ୨ଟି ଏୟାରବେସ୍ ଉପରେ ଏକ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ୟୁକ୍ରେନର ଦାବି ଅନୁଯାୟୀ, ଡ୍ରୋନ୍ ଆକ୍ରମଣରେ ୪୦ଟି ରୁଷୀୟ ବୋମା ବର୍ଷଣକାରୀ ବିମାନକୁ ଟାର୍ଗେଟ କରାଯାଇଥିଲା। ଆଉ ତାହା ସଫଳ ହୋଇଛି।
ଏଥି ସହିତ ଆକ୍ରମଣ ହୋଇଥିବା ଅଞ୍ଚଳରେ ପ୍ରବଳ ଧୂଆଁ ଉଠିବାର ଭିଡିଓ ମଧ୍ୟ ଭାଇରଲ ହେଉଛି। ସେପଟେ ରୁଷର ଇରକୁଟସ୍କ କ୍ଷେତ୍ରର ରାଜ୍ୟପାଳ ଡ୍ରୋନ୍ ଆକ୍ରମଣକୁ ନିଶ୍ଚିତ କରିଛନ୍ତି।