BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

୧୭ ତାରିଖ ପର୍ଯ୍ୟନ୍ତ ୟୁଜିସି ପରୀକ୍ଷା ପଞ୍ଜିକରଣ

ଭୁବନେଶ୍ୱର : ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନଟିଏ) ଦ୍ବାରା ପରିଚାଳିତ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)-ନେଟ ଡିସେମ୍ବର- ୨୦୨୨ ସେସନ ପରୀକ୍ଷା ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବ। ଏ ସଂକ୍ରାନ୍ତରେ ଏନଟିଏ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଗ୍ରହୀ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବାକୁ କୁହାଯାଇଛି। ପଞ୍ଜୀକରଣ ଶେଷ ତାରିଖ ଜାନୁଆରୀ ୧୭ ରହିଛି। ଛାତ୍ରଛାତ୍ରୀ ୟୁଜିସି-ନେଟ ପରୀକ୍ଷା ନିମନ୍ତେ ଚାହିଁଲେ ପଞ୍ଜୀକରଣ କରିପାରିବେ। ଫେବୃଆରୀ ପ୍ରଥମ ସପ୍ତାହରେ ପରୀକ୍ଷା କେନ୍ଦ୍ର ସହର ନାମ ଘୋଷଣା ହେବାକୁ ଥିବାବେଳେ ମାସର ଦ୍ବିତୀୟ ସପ୍ତାହରେ ଛାତ୍ରଛାତ୍ରୀ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ୮୩ଟି ବିଷୟ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରି‌େ‌ବ ଏବଂ ଏହା ଅନଲାଇନ କରାଯିବ।