BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ଟୁଇନ୍ ସିଟିରେ ଆରମ୍ଭ ହେଲା ଇ-ପରମିଶନ ବ୍ୟବସ୍ଥା।

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଟୁଇନ୍‌ ସିଟି ପାଇଁ କମିଶନରେଟ ପୋଲିସ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ କରିଛି। ଏନେଇ ଇ-ଆପ୍ଲିକେଶନ ଆରମ୍ଭ କରିଛି କମିଶନରେଟ ପୋଲିସ। ଟୁଇନ୍‌ ସିଟିରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାସ ବ୍ୟବସ୍ଥା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ପୋଲିସ ପାସ ଦେଉ ନ ଥିବାରୁ ଇ-ପରମିଶନ ଜରିଆରେ ଆବେଦନ କରାଯିବ। କେଉଁ ସଂସ୍ଥା ନିର୍ଦ୍ଦିଷ୍ଟ କେତେ କର୍ମଚାରୀଙ୍କୁ କାମ ପାଇଁ ଅନୁମତି ଦେଇଛନ୍ତି ସେ ତଥ୍ୟ ରହିବ। ଇ-ପରମିଶନ ଓ ଆଇ-କାର୍ଡ ଦେଖାଇ କର୍ମଚାରୀ ଅଫିସ ଯାଇପାରିବେ।

ନିୟମ ପାଳନ ହେଉଛି କି ନାହିଁ କମିଶନରେଟ ପୋଲିସ ଘରୋଇ ଅନୁଷ୍ଠାନକୁ ଯାଇ ଯାଞ୍ଚ କରିବ। ଏଥିରେ ଖିଲାପ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।