ଦୁଇଦିନିଆ ଅଦ୍ୱିକା ସମ୍ମିଳନୀ ଆରମ୍ଭ, ଭାଗନେଲେ ୨୭ ଜିଲ୍ଲାର ୧୨୭ ଜଣ କିଶୋର-କିଶୋରୀ
ଭୁବନେଶ୍ୱର : କିଶୋର-କିଶୋରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଦୁଇଦିନିଆ ଅଦ୍ୱିକା ସମ୍ମିଳନୀ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି। ଏଥିରେ ୧୦ରୁ ୧୯ ବର୍ଷ ବୟସ ମଧ୍ୟରେ ୨୭ଟି ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ୧୨୭ ଜଣ କିଶୋର-କିଶୋରୀ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ନୃତ୍ୟ, ଗୀତ, କାହାଣୀ ପଠନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ରାଜ୍ୟସ୍ତରୀୟ କିଶୋରୀ-କିଶୋର ସମାବେଶରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ କାର୍ଯ୍ୟକ୍ରମକୁ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ pic.twitter.com/mdo8O1FdTr
— Department of WCD, Government of Odisha (@WCDOdisha) October 28, 2025
କିଶୋର ଅବସ୍ଥାରେ ଶାରୀରିକ ଓ ମାନସିକ ସ୍ତରରେ ହେଉଥିବା ପରିବର୍ତ୍ତନ, ସେମାନେ ସମ୍ମୁଖୀନ ହେଉଥିବା ହିଂସା ଓ ବିପଜ୍ଜନକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏବଂ ସେମାନଙ୍କର ଅନ୍ତର୍ନିହିତ ଦକ୍ଷତାର ଉନ୍ମେଷ କରିବା ସହ ଆର୍ଥିକ, ସାଂସ୍କୃତିକ ଓ ସମାଜବିକାଶ କ୍ଷେତ୍ରରେ ସେମାନଙ୍କ ବଳିଷ୍ଠ ଅବଦାନକୁ ପ୍ରତିପାଦିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରଖାଯାଇଛି।
ପ୍ରଥମ ଦିନରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ସେବା ଓ ସାମାଜିକ ବିକାଶ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅଦ୍ୱିକା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
— Department of WCD, Government of Odisha (@WCDOdisha) October 28, 2025
ଏହି ଅବସରରେ ଅତିଥିମାନେ କିଶୋରକିଶୋରୀମାନଙ୍କୁ ଶପଥ ପାଠ କରାଇବା ସହ ମିଳିତ ଭାବେ ଏକ ଉଜ୍ଜ୍ୱଳ, ଶକ୍ତିଶାଳୀ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତଙ୍କ ପାଇଁ ନିରାପଦ ସହଯୋଗର ବାତାବରଣ ସୃଷ୍ଟି କରିବା, ଶିକ୍ଷା ଓ ଉତ୍କର୍ଷ ଲାଭ ନିମନ୍ତେ ପ୍ରୟାସୀ ହେବା, ବୈଷୟିକ ଜ୍ଞାନର ସଦ୍ବ୍ୟବହାର, ବାଲ୍ୟବିବାହ ସହ ବିଭିନ୍ନ ଭେଦଭାବ ଓ ହିଂସା ରୋକିବା, ସମlନତା ଓ ସମସ୍ତ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ନିମନ୍ତେ କିଶୋରକିଶୋରୀମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଯୋଗଶିକ୍ଷା, ଦକ୍ଷତା ବିକାଶ, କ୍ୟାରିୟର୍ କାଉନ୍ସେଲିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟକ୍ରମ,କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାର ଙ୍କ ସହ ବକୁଳ ଫାଉଣ୍ଡେସନ୍, ହମାରା ବଚପନ୍ ଟ୍ରଷ୍ଟ,ଏବଂ ବିଶ୍ବ ଦକ୍ଷତା କେନ୍ଦ୍ରଙ୍କ ମିଳିତ ସହଯୋଗ ରେ ଆୟୋଜିତ ହୋଇଛି।
#AdvikaStateLevelConvention #Advika #YouthEmpowerment #ADVIKA2025 #AdolescentEmpowerment #Competitions #OdishaYouth #TalentHunt #ADVIKAChampions #BuildingConfidence #InspiringFutures #YouthForChange #WCDOdisha pic.twitter.com/016yTo0gbz
— Department of WCD, Government of Odisha (@WCDOdisha) October 28, 2025