BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଇସ୍ତାନବୁଲ,୯।୨ : ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନୂତନ ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ସଂଖ୍ୟା ୮୦ ହଜାରରୁ ଅଧିକ ହୋଇଛି। ବହୁ ସଂଖ୍ୟକ ଲୋକ ଏପର୍ଯ୍ୟନ୍ତ ମାଟି ତଳେ ଦବି ରହିଛନ୍ତି। ଏଭଳି ପରିସ୍ଥିତିରେ ମୃତ ଓ ଆହତଙ୍କ ସଂଖ୍ୟା ବହୁଗୁଣିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏହି ସମୟରେ ତୁର୍କୀର ବିଭିନ୍ନ ସହରରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି। ଭୂକମ୍ପରୁ ବଞ୍ଚିଯାଇଥିବା ଲୋକଙ୍କ ଖୋଜିଲା ଖୋଜିଲା ଆଖି ନିଜ ପ୍ରିୟପରିଜନଙ୍କୁ ଖୋଜିବାରେ ଲାଗିଛି। ଆଖିରେ ଲୁହ ମନରେ କୋହ ଭରି ରହିଛି। ଦିନେ ଚଳପ୍ରଚଳ ଥିବା ଅଞ୍ଚଳର ଚାରିଆଡେ ଖାଁ ଖାଁ ଲାଗୁଛି। ମାଟି ତଳେ ଜୀବନର ସନ୍ଧାନ ନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୃଥିବୀର ବିଭିନ୍ନ ରାଷ୍ଟ୍ରରୁ ସହାୟତାର ହାତ ବଢ଼ିବାରେ ଲାଗିଛି।