ଜୀବନର ଲକ୍ଷସ୍ଥଳରେ ପହଞ୍ଚିବା ପାଇଁ ଶିକ୍ଷା ହିଁ ବଳିଷ୍ଠ ମାଧ୍ଯମ-ରାଜ୍ୟପାଳ
ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଜନଜାତି ଯୁବ ପ୍ରତିନିଧି
ଭୁବନେଶ୍ବର : ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଶିକ୍ଷା ହିଁ ବଳିଷ୍ଠ ମାଧ୍ଯମ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ନଭେମ୍ବର ୫ ତାରିଖରେ ରାଭବନର ନ୍ୟୁ ଅଭିଷେକ ହଲ୍ଠାରେ ୧୭ତମ ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଯୁବ ପ୍ରତିନିଧିଙ୍କ ସହ ଭାବ ବିନିମୟ ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏତଦ୍ବ୍ୟତୀତ ଜନଜାତି ଯୁବକମାନେ ସେମାନଙ୍କର ଅଧିକାର, ଦାୟିତ୍ବ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା ବିଷୟରେ ଅବଗତ ରହିବାକୁ ଆହ୍ୱାନ ଦେଇଛନ୍ତି। “ମେରା ଯୁବା ଭାରତ” ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଗୃହ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ହେଉଥିବା “୧୭ତମ ଜନଜାତି ଯୁବ ବିନିମୟ” କାର୍ଯ୍ୟକ୍ରମରେ ଏହି ଗ୍ରୁପରେ ଉପରୋକ୍ତ ୫ଟି ରାଜ୍ୟର ୨୦୦ ଯୁବ ପ୍ରତିନିଧି ସାମିଲ ହୋଇଛନ୍ତି।
ଯୁବ ପ୍ରତିନିଧିମାନଙ୍କ ସହ ରାଜ୍ୟପାଳ ଭାବ ବିନିମୟ କରିବା ଅବସରରେ ସେମାନଙ୍କର ଶିକ୍ଷା, ଭବିଷ୍ୟତ ଲକ୍ଷ୍ୟ ସଂପର୍କରେ ପଚାରି ବୁଝିବା ସହ ଏ ଦିଗରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ।ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ରାଜ୍ୟପାଳ କହିବା ସହିତ ଏସବୁ ଯୋଜନା ବିଷୟରେ ଭଲଭାବେ ସଚେତନ ହେଲେ ସେମାନେ ଏହା ଦ୍ବାରା ଲାଭାନ୍ବିତ ହେବେ ବୋଲି ରାଜ୍ୟପାଳ କହିଥିଲେ।
ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ଯୁବ ପ୍ରତିନିଧିମାନେ ଅବଗତ ଅଛନ୍ତି କି ନାହିଁ ରାଜ୍ୟପାଳ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ର ନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସଂପର୍କରେ ଆଲୋଚନା କରି ଏହି ଯୋଜନା ଅଧୀନରେ ଅତି ସ୍ବଚ୍ଛ ପ୍ରିମିୟମରେ କିପରି ପରିବାର ଉପକୃତ ହୋଇଥାଏ ତାହା ଅବତାରଣା କରି ଏ ଦିଗରେ ନିଜେ ସଚେତନ ହୋଇ ଅନ ଅନ୍ୟମାନଙ୍କୁ ସଚେତନ କରାଇବାକୁ ରାଜ୍ୟପାଳ କହିଥିଲେ। ଯେଉଁ ଯୁବକଯୁବତୀମାନେ ଚାକିରୀ ନକରି ନିଜେ ବିକଳ୍ପ ଧନ୍ଦା କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମଧ୍ଯ ଧ୍ଯ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ମୁଦ୍ରା ଯୋଜନାରେ କିପରି ଯୁବକଯୁବତୀ ଋଣ ପାଇ ସ୍ଵାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ସୃଷ୍ଟି କରିପାରିବେ ସେ ସଂପର୍କରେ ରାଜ୍ୟପାଳ ମାର୍ଗଦର୍ଶନ କରିଥିଲେ।
ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ପାଇଁ କର୍ମ ସଂସ୍କୃ ସଂସ୍ଥାନ ସୃଷ୍ଟି କରିବା ନିମନ୍ତେ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ। ଏତଦ୍ବ୍ୟତୀତ ବୈଷୟିକ ଜ୍ଞାନ କୌଶଳ, ସାଇବର ଅପରାଧ ନିରାକରଣ ସଂପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇପାରିଲେ ନିଜେ ତଥା ସମାଜର ପ୍ରଭୁତ ଉନ୍ନତି ହୋଇ ପାରିବ ବୋଲି ରାଜ୍ୟପାଳ କହିଥିଲେ। ଏତ ଦ୍ବ୍ୟତୀତ ଯୁବ ପ୍ରତିନିଧିମାନେ ମଧ୍ୟ ନିଜ ଅଭିଜ୍ଞତା ବାଣ୍ଟିଥିଲେ। ରାଜ୍ୟପାଳ ସେମାନଙ୍କ ସହିତ ଭାବ ବିନିମୟ କରି ଆନନ୍ଦ ପ୍ରକାଶ କରିଥିଲେ ଏବଂ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।
ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସିଆରପିଏଫ୍ ଡିଆଇଜି ଭରତ ଭୂଷଣ ସେଠୀ, ‘ମେରା ଯୁବା ଭାରତ ଓଡ଼ିଶା ରାଜ୍ୟ ନିର୍ଦ୍ଦେଶକ ଶିବାଜୀ ଖରାଟ, ଉପନିର୍ଦେଶକ ଶକ୍ତି ସ୍ବରୁପ ସିଂହ ମଞ୍ଚାସୀନ ଥିଲେ। ଖୋର୍ଦ୍ଧା ଜିଲା ଯୁବ ଅଧିକାରୀ ନିଖିଲ କୋକୁଲ୍ଲା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
Interacted with the bright and enthusiastic participants of the 17th Tribal Youth Exchange Programme at Raj Bhavan, Bhubaneswar.
Tribal youth represent the strength, culture and aspirations of New India. Their energy, confidence and commitment to nation-building are truly… pic.twitter.com/viJRU6OrR3— Dr. Hari Babu Kambhampati (@DrHariBabuK) November 5, 2025