BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ବାହାନଗା ଷ୍ଟେସନରେ ଅଟକିବ ନାହିଁ ଟ୍ରେନ

ବାଲେଶ୍ୱର – ୧୦।୬: ବାଲେଶ୍ୱର ଜିଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ ରହିବ ନାହିଁ। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ଏଠାରେ କୌଣସି ଟ୍ରେନ ରହିବ ନାହିଁ ବୋଲି ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ କହିଛନ୍ତି ।
ସେ କହିଛନ୍ତି, ରିଲେ ରୁମ, ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ତଦନ୍ତ ପରିସରଭୁକ୍ତ ହୋଇଛି। ସେଗୁଡ଼ିକ ସିଲ କରି ଦିଆଯାଇଛି। ସେଗୁଡ଼ିକରୁ ମଧ୍ୟ କିଛି ପ୍ରମାଣ ମିଳିବ। ତେଣୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏଠାରେ ଟ୍ରେନ୍‌ ଅଟକିବ ନାହିଁ। ଏଠାରେ ଟ୍ରେନ ଅଟକାଇବା ପାଇଁ ଅନୁମତିକୁ ଆମେ ଅପେକ୍ଷା କରିଛୁ। ଅନୁମତି ମିଳିବା ମାତ୍ରେ ବାହାନଗା ଷ୍ଟେସନ ବଜାରରେ ଟ୍ରେନ ରହିବ।