BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଯାଜପୁର ସଦର ଅଞ୍ଚଳରେ ଟ୍ରାକ୍ଟର ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ଯାଜପୁର: ଯାଜପୁର ସଦର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଲି ଆଣି ଫେରୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ନଦୀ ବନ୍ଧ ଉପରେ ଓଲଟି ପଡ଼ିଥିଲା, ଫଳରେ ଗାଡ଼ିରେ ଥିବା ତିନି ଜଣ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି ଓ ଦୁଇଜଣ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ମୃତକଙ୍କ ପରିଚୟ ହେଉଛି କଳିନ୍ଦ୍ରା ବାଦ୍ ଗାଁର ଅର୍ଜୁନ ନାୟକ, ଯିଏ ନରେନ୍ଦ୍ର ନାୟକଙ୍କ ପୁଅ ବୋଲି ଜଣାପଡିଛି। ଗୁରୁତର ଆହତ ଦୁଇଜଣ ହେଲେ ଗଗନ ଜେନାଙ୍କ ପୁଅ ଅର୍ଜୁନ ଜେନା ଓ ସୁଦାମ ପଣ୍ଡାଙ୍କ ପୁଅ ସୌମ୍ୟରଞ୍ଜନ ପଣ୍ଡା।

ସ୍ଥାନୀୟ ଲୋକମାନେ ଦୁର୍ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଗ୍ରାମବାସୀମାନଙ୍କ ସହାୟତାରେ ତିନିଜଣଙ୍କୁ ଟ୍ରାକ୍ଟର ତଳରୁ ବାହାର କରି ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଚିକିତ୍ସା ସମୟରେ ଡାକ୍ତରମାନେ ଅର୍ଜୁନ ନାୟକଙ୍କୁ ମୃତ ଘୋଷଣା କରିଥିଲେ।

ଏ ଘଟଣା ସହରରେ ଶୋକର ଛାୟା ଖେଳାଇଦେଇଛି। ପୁଲିସ ଘଟଣାସ୍ଥଳର ପରିପାର୍ଶିକସ୍ଥିତି ଯାଞ୍ଚ ପରେ ତଦନ୍ତ ଆରମ୍ଭ କରିଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ