BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସିକିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ତିସ୍ତା ନଦୀକୁ ଖସିପଡ଼ିଲା ବସ୍, ଓଡ଼ିଶାର ୪ ପର୍ଯ୍ୟଟକ ନିଖୋଜ

ଭୁବନେଶ୍ୱର: ସିକିମରେ ଏକ ମର୍ମାନ୍ତିକ ଦୁର୍ଘଟଣା ଘଟିଛି ଯେଉଁଠି ତିସ୍ତା ନଦୀ ଉପରେ ଥିବା ଏକ ବସ୍ ଖସିପଡ଼ିଛି। ସେହି ବସ୍‌ରେ କିଛି ଓଡ଼ିଶାର ପର୍ଯ୍ୟଟକ ମଧ୍ୟ ରହିଥିବା ଜଣାପଡ଼ିଛି। ହଜାରେ ଫୁଟ ତଳକୁ ଗାଡ଼ି ଖସି ପଡିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ବସରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀ ମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ସିକିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣାରେ ତିସ୍ତା ନଦୀକୁ ପର୍ଯ୍ୟଟକଙ୍କ ଟୁରିଷ୍ଟ ବସ ଖସିପଡିଥିଲା। ହଜାରେ ଫୁଟ ତଳକୁ ଗାଡ଼ି ଖସି ପଡିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଜଣ ନିଖୋଜ ଅଛନ୍ତି। ଓଡ଼ିଶାରୁ ମୋଟ ୪ ଜଣ ପର୍ଯ୍ୟଟକ ନିଖୋଜ ଥିବା ନେଇ ତଥ୍ୟ ମିଳିଛି। ନିଖୋଜ ପର୍ଯ୍ୟଟକମାନଙ୍କୁ ଖୋଜିବା, ଚିକିତ୍ସା ଦେବା ଓ ଓଡ଼ିଶାକୁ ଫେରାଇ ଆଣିବା ନିମନ୍ତେ ସିକିମ ସରକାର ସହ ସଂଯୁକ୍ତ ଉଦ୍ୟମ ଚାଲିଛି।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ବଡପୁଅ ସୋହେଲ ନିଖୋଜ ଥିବାବେଳେ ଇତିଶ୍ରୀଙ୍କ ସାନ ଭାଇ ଲାଟୁ ଓରଫ୍ ଅଜିତ୍ ନାୟକ ଓ ଭାଉଜ ସୁନିତାଙ୍କ ପର୍ତ୍ତା ମିଳୁନାହିଁ । ଅପାର ପକ୍ଷରେ ଇତିଶ୍ରୀଙ୍କ ସାନପୁଅ ଓ ପୁତୁରାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଇତିଶ୍ରୀଙ୍କ ସାନପୁଅ ଓ ପୁତୁରାଙ୍କୁ ଏବେ ଗ୍ୟାଙ୍ଗଟକ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଓଡ଼ିଶା ସରକାରଙ୍କ ପକ୍ଷରୁ ୨ ବରିଷ୍ଠ ଅଧିକାରୀଙ୍କ ଟିମ୍ ସିକ୍କିମରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ଗ୍ୟାଙ୍ଗଟକ୍ ହସ୍ପିଟାଲକୁ ଯାଇ ଗୁରୁତର ଭାବେ ଚିକିତ୍ସାଧିନଥିବା ଇତିଶ୍ରୀଙ୍କ ସାନପୁଅ ଓ ପୁତୁରାଙ୍କୁ ଭେଟିଛନ୍ତି ଓ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ