BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ମୁଖ୍ୟ ଖବର II Top News of the Day II

ଯାତ୍ରା ଅଭିନେତ୍ରୀଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ l
▪️ଭୁବନେଶ୍ବର ମହିଳା ଥାନାରେ ଏତଲା ଦେଲେ ଯାତ୍ରା ଅଭିନେତ୍ରୀ
▪️ବାଲିଆପାଳ ଯାତ୍ରା କ୍ୟାମ୍ପ୍‌ରେ ମାଡ଼ ମାରିଥିବା ନେଇ ଅଭିଯୋଗ
▪️ବକେୟା ଟଙ୍କା ମାଗିବାରୁ ମାଡ଼ ସହ ଧମକ ଦେଇଥିବା ଅଭିଯୋଗ
▪️ଯାତ୍ରା ମାଲିକ ଲୋକ ଲଗାଇ ମାଡ଼ ମାରିଥିବା ଅଭିଯୋଗ ଆଣିଲେ

ଭୁବନେଶ୍ବର ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଫୁଟିଲା ଗୁଳି
▪️ପିତାପଲ୍ଲିରେ ବିଳମ୍ବିତ ରାତିରେ ଯୁବକଙ୍କୁ ଗୁଳିମାଡ଼
▪️ପୂର୍ବ ଶତ୍ରୁତାରୁ ଗୁଳିମାଡ଼, ପୋଲିସର ଛାନଭିନ୍‌
▪️ଗୁଳିମାଡ଼ କରିଥିବା ଯୁବକ ପାଣିଓଳା ଅଞ୍ଚଳର ସୂଚନା

ବରଗଡ଼ ଗାନ୍ଧି ଛକରେ କିନ୍ନର କଲେ ଉତ୍ପାତ
▪️ବରଗଡ଼ ଗାନ୍ଧି ଛକରେ କିନ୍ନରଙ୍କ ଉତ୍ପାତ, ପୋଲିସକୁ ଠେଲାପେଲା
▪️ଟ୍ରାଫିକ୍‌ ବନ୍ଦ ବେଳେ କିନ୍ନର ଯାତ୍ରୀଙ୍କୁ ଟଙ୍କା ମାଗିବାକୁ ନେଇ ବିବାଦ
▪️ରାସ୍ତା ଉପରେ ହାଇ ଡ୍ରାମା, ୨ କିନ୍ନରଙ୍କୁ ଉଠାଇଲା ମହିଳା ପୋଲିସ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ NDA ମୁଖ୍ୟମନ୍ତ୍ରୀ କନକ୍ଲେଭ୍‌ ହେଲା ଶେଷ l
▪️ଭାଗ ନେଲେ ୨୦ ମୁଖ୍ୟମନ୍ତ୍ରୀ, ୧୮ ଉପମୁଖ୍ୟମନ୍ତ୍ରୀ
▪️ମୁଖ୍ୟମନ୍ତ୍ରୀ କନକ୍ଲେଭ୍‌ରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ
▪️ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା
▪️ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ‘ଅପରେସନ ସିନ୍ଦୂର’ ନେଇ ପ୍ରଥମ ପ୍ରସ୍ତାବ
▪️‘ଅପରେସନ ସିନ୍ଦୂର’ରେ ସେନାବାହିନୀ ବୀରତ୍ବକୁ ତାରିଫ୍‌ କରାଗଲା
▪️ଏହାପରେ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଗଲା- ନଡ୍ଡା
▪️ଜାତି ଜନଗଣନା ନେଇ ଦ୍ବିତୀୟ ପ୍ରସ୍ତାବ ପାରିତ ହେଲା’
▪️ଜାତିଭିତ୍ତିକ ରାଜନୀତି ନୁହେଁ, କେବଳ ଉନ୍ନତି ଚାହୁଁ ନେଇ ସହମତି’

ଏଣିକି ଠିକ ସମୟରେ ଅଫିସ ଆସିବେ କର୍ମଚାରୀ l
▪️ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରଙ୍କ ପାଇଁ କଡ଼ା ନିୟମ
▪️ଅଫିସ୍ ଇନ ଏବଂ ଆଉଟ୍ ସମୟ ରେକର୍ଡ କରିବାକୁ ବାଧ୍ୟ
▪️ସକାଳ ୧୦ଟା ସୁଦ୍ଧା ଅଫିସ ଆସି ୫ଟା ୩୦ରେ ଯିବେ
▪️୪ ଘଣ୍ଟାରୁ କମ୍ ହେଲେ ଗୋଟିଏ ଦିନର ଛୁଟି କାଟି ଦିଆଯିବ

ଭାଇରାଲ ଭିଡିଓରେ ବାଇକ୍ ଉପରେ ଏକ ପ୍ରେମୀ ଯୋଡିଙ୍କୁ ରୋମାନ୍ସ କରୁଥିବା ଦେଖାଯାଇଛି
▪️ ଯୁବତୀ ଜଣଙ୍କ ବାଇକ୍‌ର ଟାଙ୍କିରେ ବସିଥିବା ବେଳେ ରାଜରାସ୍ତାରେ ଦ୍ରୁତ ଗତିରେ ଗାଡି ଚଳାଉଥିବା ଯୁବକଙ୍କୁ ଆଲିଙ୍ଗନ କରିଛନ୍ତି।
▪️ପୋଲିସ୍ ବାଇକର ପଞ୍ଜୀକରଣ କୋଟା ଆରଟିଓରୁ ଜାଣିବାକୁ ପାଇଛି।

ଭଦ୍ରକ: ଆଖଣ୍ଡଳମଣୀ ଶିବଗଙ୍ଗା ପୋଖରୀରେ ବୁଡ଼ିଗଲେ ୪ ଯୁବକ
▪️୪ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କଲେ ଲୋକେ
▪️ମେଡିକାଲରେ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର
▪️ମନ୍ଦିର ବୁଲିବାକୁ ଆସି ପୋଖରୀରେ ଗାଧୋବାକୁ ଯାଇଥିଲେ

ବଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ l
▪️BLA ଆକ୍ରମଣରେ ୩୨ ପାକିସ୍ତାନୀ ସେନା ନିହତ ସୂଚନା
▪️ବଲୁଚିସ୍ତାନରେ ପାକ୍ ସେନାଙ୍କୁ ଟାର୍ଗେଟ୍ କରିଥିଲା BLA
▪️ପାକିସ୍ତାନର ସେନାର ଗାଡ଼ିକୁ ଟାର୍ଗେଟେ କରିଥିଲେ BLA
▪️ବିସ୍ଫୋରଣରେ ୩ଟି ଗାଡ଼ି ଧ୍ବଂସ ହୋଇଥିବା ସୂଚନା

ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହେଲା ଆରମ୍ଭ
▪️ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ।
▪️ ଆସନ୍ତା ସପ୍ତାହରେ ଓଡ଼ିଶାକୁ ପ୍ରବେଶ କରିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।
▪️ କାଲି ଛୁଇଁଥିଲା କେରଳ ।
▪️ଏପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଏଥର ରଥଯାତ୍ରାରେ ଶବଦାହ ଗାଡ଼ିକୁ ଦିଆଯିବ ପାସ୍‌ l
▪️ସ୍ବର୍ଗଦ୍ବାରରେ ଶବଦାହକୁ ସୁଗମ କରିବାକୁ ବ୍ୟବସ୍ଥା.
▪️ପୁରୀର ପ୍ରବେଶ ପଥରେ ପୋଲିସ ସହାୟତା କେନ୍ଦ୍ରରୁ ମିଳିବ ପାସ୍‌.
▪️ଜୁନ ୧୧ ସ୍ନାନ ପୂର୍ଣ୍ଣିମା, ଜୁନ ୨୭ ରଥଯାତ୍ରା ପାଇଁ ବ୍ୟବସ୍ଥା
▪️ମୃତକଙ୍କ ସମ୍ପର୍କୀୟଙ୍କ ଗାଡ଼ି ପାଇଁ ବି ମିଳିବ ପାସ୍‌: ଏସ୍‌ପି

ଭୁବନେଶ୍ବର: ଗଦି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ l
▪️ମଞ୍ଚେଶ୍ବର ରେଲୱେ ଷ୍ଟେସନ ନିକଟରେ ଥିବା ଗଦି ଫ୍ୟାକ୍ଟ୍ରିରେ ନିଆଁ
▪️ଜଳିଗଲା ଲକ୍ଷାଧିକ ଟଙ୍କାର ସଂପତ୍ତି, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ବୁଡ଼ିଯାଉଛି ମାଲବାହୀ ଜାହାଜ, କେରଳର କୋଚି ନିକଟ ସମୁଦ୍ରରେ ବୁଡୁଛି ମାଲବାହୀ ଜାହାଜ l
▪️ଲାଇବେରିଆର ଜାହାଜରୁ କର୍ମଚାରୀଙ୍କୁ ଉଦ୍ଧାର ଉଦ୍ୟମ ଜାରି
▪️ଜାହାଜରେ ଥିବା ୨୪ କର୍ମଚାରୀଙ୍କ ମଧ୍ୟରୁ ୨୧ ଉଦ୍ଧାର
▪️ଉଦ୍ଧାର କାର୍ଯ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ନିୟୋଜିତ

ବନ୍ୟାରେ ଉବୁଟୁବୁ ହେଲା ଅଷ୍ଟ୍ରେଲିଆ
▪️୩ ଦିନର ଲଗାଣ ବର୍ଷାରେ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି।
▪️ ରାସ୍ତାଘାଟ, ନଈ ନାଳ ସବୁ ଏକାକାର ହୋଇଯାଇଛି।
▪️ଘରେ ପାଣି, ବାହାରେ ପାଣି ଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି।

ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା, ବୁଡ଼ିଲା ରାସ୍ତାଘାଟ l
▪️ରାସ୍ତାଘାଟରେ ପାଣି ଜମିବାରୁ ଗମନାଗମନ ପ୍ରଭାବିତ
▪️ଖରାପ ପାଗ ଯୋଗୁଁ ୧୦୦ରୁ ଊର୍ଦ୍ଧ୍ବ ବିମାନ ଉଡ଼ାଣ ପ୍ରଭାବିତ
▪️୨୫ଟି ବିମାନର ଗତିପଥରେ ପରିବର୍ତ୍ତନ ସୂଚନା

କଟକ: ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଅଭିଯୋଗରେ ୨ଜଣ ହେଲେ ଗିରଫ l
▪️୨ ଯୁବକଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ
▪️ଭାରତ-ପାକ୍‌ ଉତ୍ତେଜନା ବେଳେ ପାକିସ୍ତାନ ସପକ୍ଷରେ ନାରା ଦେଇଥିଲେ
▪️ପାକିସ୍ତାନ ସପକ୍ଷରେ ନାରା ଦେବାର ଭିଡିଓ ଭାଇରାଲ କରିଥିଲେ