ଆଜି ୧୮ ଜିଲ୍ଲାରେ ହେବ ଝଡ଼ବର୍ଷା
▪️ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେଉଛି ।
▪️କିଛି କିଛି ସ୍ଥାନରେ ତାଣ୍ଡବ ରଚୁଛି କାଳବୈଶାଖୀ ।
▪️ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ।
▪️ଆଜି ୧୮ ଜିଲ୍ଲାକୁ ଝଡ଼ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ।
ବ୍ରହ୍ମୋସ୍ ମିସାଲ୍ ପାଖରେ ଚୀନ ଓ ପାକିସ୍ତାନର ଅସ୍ତ୍ର କିଛି ନୁହେଁ, ଜଣାନ୍ତୁ କଣ କହୁଛନ୍ତି ଆମେରିକା ଯୁଦ୍ଧ ବିଶେଷଜ୍ଞ
▪️ଭାରତର ଅପରେସନ ସିନ୍ଦୂର ପରେ ବ୍ରହ୍ମୋସ୍ ମିସାଇଲ୍କୁ ନେଇ ବହୁତ ଚର୍ଚ୍ଚା ଦେଖିବାକୁ ମିଳୁଛି।
▪️କାରଣ ଭାରତ ପାକିସ୍ତାନର ଯେଉଁ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲା, ତାହା ଏହି ମିସାଇଲ୍ ଦ୍ୱାରା ହିଁ କରିଥିଲା।
▪️ତେଣୁ ସମସ୍ତଙ୍କ ନଜର ବର୍ତ୍ତମାନ ବ୍ରହ୍ମୋସ୍ ଉପରେ ରହିଛି।
▪️ଭାରତରେ ତିଆରି ହୋଇଥିବା ଏହି ମିସାଇଲ୍ କିଣିବାକୁ ବର୍ତ୍ତମାନ ୧୭ଟି ଦେଶ ଲାଇନ୍ ଲଗାଇଛନ୍ତି।
▪️ଦକ୍ଷିଣ ପୂର୍ବ ଏସିଆ ଠାରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ବ୍ରହ୍ମୋସ୍ ମିସାଇଲ୍ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ବ୍ରହ୍ମସ ର ଶକ୍ତି ଦେଖିଲା ବିଶ୍ୱ
▪️ଭାରତର ସୁପରସୋନିକ୍ କ୍ରୁଜ୍ ମିସାଇଲ ।
▪️ ପାକିସ୍ତାନ ଉପରେ ମାଡ଼ ହେଲା ସ୍ବଦେଶୀ ଅସ୍ତ୍ର l
ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ
▪️ବିଏମ୍ସି କାର୍ଯ୍ୟାଳୟରେ ସ୍ବାନ ଉଦ୍ଧାର ଗାଡ଼ିର ଶୁଭାରମ୍ଭ
▪️ବିଏମ୍ସି ଅଧୀନରେ ୭୦ ହଜାରରୁ ଊର୍ଦ୍ଧ୍ବ ବୁଲା କୁକୁର ଅଛନ୍ତି
▪️ପ୍ରତି ମାସରେ ୨ ହଜାର ବନ୍ଧ୍ୟାକରଣ ଲକ୍ଷ୍ୟ ରଖିଛି ବିଏମ୍ସି
ତୁର୍କୀକୁ ଲାଗିଲା ବଡ଼ ଝଟ୍କା
▪️ମହଙ୍ଗା ପଡ଼ିଲା ପାକିସ୍ତାନକୁ ସାହାଯ୍ୟ କରିବା : ବିଭିନ୍ନ ସାମଗ୍ରୀକୁ ବର୍ଜନ କରୁଛନ୍ତି ଗ୍ରାହକ ଓ ବ୍ୟବସାୟୀ l
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଟିନ ନେଲେ ବଡ଼ ନିଷ୍ପତ୍ତି, ପଦରୁ ହଟିଲେ ସେନା ପ୍ରମୁଖ ଜେନେରାଲ
▪️ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆର ସ୍ଥଳ ସେନା ମୁଖ୍ୟ ଜେନେରାଲ ଓଲେଗ ସାଲ୍ୟୁକୋଭଙ୍କୁ ତାଙ୍କ ପଦରୁ ହଟାଇଛନ୍ତି ।
▪️ ଗତକାଲି କ୍ରେମଲିନ୍ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି ।
▪️ଜେନେରାଲ ସାଲ୍ୟୁକୋଭଙ୍କୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଇଗୁଙ୍କ ଡେପୁଟି ଭାବରେ ନିଯୁକ୍ତ କରାଯାଇଛି ।
▪️ ଯାହାଙ୍କୁ ଗତ ବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ହଟାଇ ରୁଷର ସୁରକ୍ଷା ପରିଷଦର ସଚିବ କରାଯାଇଥିଲା ।
ପାକିସ୍ତାନକୁ କଡ଼ା ବାର୍ତ୍ତା; ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
▪️ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭୁଜ ଏୟାରବେସରେ ପହଞ୍ଚି ଯବାନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି ।
▪️ ବାୟୁସେନା ଯୋଦ୍ଧାଙ୍କ ସହିତ କଥା ହୋଇ ବୀରତ୍ବକୁ ସଲାମ କରିଥିଲେ ।
▪️ ଏହି ସମୟରେ ବାୟୁସେନା ପ୍ରମୁଖ ଏୟାର ମାର୍ଶଲ ଏପି.ସିଂ ମଧ୍ୟ ରାଜନାଥ ସିଂହଙ୍କ ସହିତ ଉପସ୍ଥିତ ରହିଥିଲେ ।
▪️ ତେବେ ଭୁଜ୍ ଏୟାରବେସକୁ ପାକିସ୍ତାନ ଧ୍ବଂସ କରିଥିବା ଦାବି କରୁଥିଲା ।
▪️ ଏଠାରେ ପହଞ୍ଚି ଏହା ମିଛ ବୋଲି ପ୍ରମାଣିତ କରିଛନ୍ତି ରାଜନାଥ ସିଂହ ।
ମୋ ବକେୟା ପ୍ରାପ୍ୟ ଦେଇଦିଅ’,ସିମୁଳିଆ ଥାନାର ଦ୍ୱାରସ୍ଥ ହେଲେ ରାଜଧାନୀ ଯାତ୍ରା ଅପେରାର ଖଳନାୟକ
▪️ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।
▪️ଦୈନିକ ରୋଚକ ପୂର୍ଣ୍ଣ ଘଟଣା ଓ ଅଭିଯୋଗ ସାମ୍ନାକୁ ଆସୁଛି ।
▪️ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ରାଜଧାନୀ ଯାତ୍ରା ପାର୍ଟି ଗତ ୪ ଦିନ ଧରି ଯାତ୍ରାପାର୍ଟି ପଡ଼ିଥିବା ବେଳେ ଏହି ପାର୍ଟିର କଳାକାରଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ମିଳୁନଥିବା ଘଟଣା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି ।
▪️ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀ ଅପେରାର ଚର୍ଚ୍ଚିତ ଖଳନାୟକ ମଣ୍ଟୁ ।
▪️ଯାତ୍ରା ଅପେରା ମାଲିକ ପବିତ୍ର ପାତ୍ରଙ୍କ ନାଁରେ ଗତକାଲି ରାତିରେ ସିମୁଳିଆ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।
▪️ ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ମାଲିକ ତାଙ୍କୁ ଚଳିତ ବର୍ଷ ତିନି ମାସର ଦରମା ୧ ଲକ୍ଷ ୬୫ ହଜାର ଟଙ୍କା ବାକି ରଖିଛନ୍ତି l
ଗୁଜରାଟ ଭୁଜ୍ରେ ଯୋଦ୍ଧାଙ୍କ ସହ ସାକ୍ଷାତ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
▪️ଭୁଜ୍ ଏୟାରବେସ୍ରେ ବାୟୁସେନା ଯୋଦ୍ଧାଙ୍କୁ ଭେଟିଲେ ରାଜନାଥ
▪️ଭୁଜ୍ ଏୟାରବେସ୍କୁ ଉଡ଼ାଇଥିବା ଦାବି କରିଥିଲା ପାକିସ୍ତାନ
▪️ଭୁଜ୍ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ
▪️ସାରା ବିଶ୍ବକୁ ଭାରତ ମଧ୍ୟ ଏହାଦ୍ବାରା ବାର୍ତ୍ତା ଦେଇଛି
▪️ବ୍ରହ୍ମୋସ ମିଜାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି
▪️ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି
▪️ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି
▪️ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି
▪️ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର
▪️୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି
▪️ଆତଙ୍କୀ ଲଢ଼େଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି
ପୁଣି ହେବ DGMO ସ୍ତରୀୟ ବୈଠକ
▪️ଭାରତ-ପାକ ମଧ୍ୟରେ ୧୮ ତାରିଖ ଯାଏଁ ବଢ଼ିଲା ସିଜ୍ ଫାୟାର ଅବଧି
▪️ଖୁବ୍ଶୀଘ୍ର ଦୁଇ ଦେଶ ମଧ୍ୟରେ ପୁଣିଥରେ ହେବ DGMO ସ୍ତରୀୟ ବୈଠକ
▪️ତୀବ୍ର ଉତ୍ତେଜନା ମଧ୍ୟରେ ୧୦ ତାରିଖରେ ହୋଇଥିଲା ସିଜ୍ ଫାୟାର
▪️ସିଜ୍ ଫାୟାର ପରେ ୧୨ରେ DGMO ସ୍ତରୀୟ ଆଲୋଚନା ହୋଇଥିଲା
ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା
▪️ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଲା ପାକିସ୍ତାନ l
▪️ ସ୍ୱାଧୀନ ହେଲା ବଲୁଚିସ୍ତାନ !
▪️ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ବେଲୁଚିସ୍ତାନର ସ୍ୱାଧୀନ ମାନଚିତ୍ର ଏବଂ ବେଲୁଚ ପତାକା ଉଡ଼ାଉଥିବା ଲୋକଙ୍କ ଭିଡିଓ ।
ଖୋର୍ଦ୍ଧା: ଟାଙ୍ଗି ରେଞ୍ଜ ଟାଙ୍କଳରେ ଅଘଟଣ
▪️ପୋଟଳ ନେଇ ଯାଉଥିବା ଚାଷୀଙ୍କୁ ମାରିଦେଲା ହାତୀ
▪️ଲୁନାରେ ପୋଟଳ ନେଇ ଯାଉଥିବା ବେଳେ ମୁହାଁମୁହିଁ
▪️ଲୁନାରେ ପୋଟଳ ନେଇ ଯାଉଥିବା ବେଳେ ମୁହାଁମୁହିଁ
▪️ମୃତ ଚାଷୀ ଟାଙ୍କଳର ପଠାଣି ସ୍ବାଇଁ
ଏଣିକି ସନ୍ତାନ ଜନ୍ମ ପୂର୍ବରୁ ଆୟ କରୁଥିଲେ ବି ପତ୍ନୀଙ୍କୁ ଭରଣପୋଷଣ ମନା କରାଯାଇପାରିବ ନାହିଁ, ଏନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ରାୟ
▪️,ପତ୍ନୀ ଯଦି ଶିକ୍ଷିତା ହୋଇଥାନ୍ତି ବା ସନ୍ତାନ ଜନ୍ମ ପୂର୍ବରୁ ରୋଜଗାର କରୁଥାନ୍ତି; ତେବେ ଏହି କାରଣରୁ ତାଙ୍କୁ ଭରଣପୋଷଣରୁ ବଞ୍ଚିତ କରାଯାଇପାରିବ ନାହିଁ।
▪️ପତ୍ନୀ ଯଦି ସନ୍ତାନ ପ୍ରସବ ବା ଯତ୍ନ ପାଇଁ ଚାକିରି ଛାଡ଼ିଥାନ୍ତି; ତାହାହେଲେ ପତି ତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ। ଏପରି ମତ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ।
▪️ଜଣେ ବ୍ୟକ୍ତି ଛାଡ଼ପତ୍ର ମାମଲାରେ ପତ୍ନୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ଭରଣପୋଷଣ ଦେବା ପାଇଁ ପରିବାର ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
▪️ ଏହାର ବିଚାର ସମୟରେ ବିଚାରପତି ସ୍ବର୍ଣ୍ଣ କାନ୍ତ ଶର୍ମା ଉପରୋକ୍ତ ମତ ଦେଇଛନ୍ତି।
ସୋର: ବିଦ୍ୟୁତ୍ ଆଘାତରେ ୧୨ ବର୍ଷୀୟ ପିଲାର ମୃତ୍ୟୁ
▪️ଖନ୍ତାପଡ଼ା ଥାନା ଜିରିତାଳ ଗାଁରେ ଅଭାବନୀୟ ଘଟଣା
▪️ଘରେ ପାଣି ଦେଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ
ବିବାଦ ଘେରରେ ୟୁଟ୍ୟୁବର ଲବ ହାଂସଦା
▪️ବେଙ୍ଗାଲୁରୁର ଏଚ ଏସ ଆର ଲେ ଆଉଟ ପୋଲିସ ଥାନାରେ ଲବ ବିରୋଧରେ ହୋଇଛି ଏତଲା ।
▪️ଲବ ହାଂସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବ ହାଁସଦାକୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ ।
▪️
ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ।
▪️ ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ ।
▪️ ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା ।
▪️ଲବ ହାଁସଦାର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ସୋଲମୀ ।
▪️ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲା ଲବ । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ ।
▪️ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବକୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଈ କହିଛନ୍ତି ।
ଓଏମସିର ୭୦ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
▪️୧ କୋଟିର ନିବେଶରୁ ଆରମ୍ଭ ହୋଇଥିବା କମ୍ପାନୀ ବର୍ତ୍ତମାନ ୨୩,୬୦୦ କୋଟିର ଟର୍ନଓଭର ସହ ଅନ୍ୟତମ ଲାଭଦାୟକ କମ୍ପାନୀ ରହିଛି।
▪️ଭାରତର କ୍ଷେପଣାସ୍ତ୍ର ପ୍ରତିରୋଧୀ ପ୍ରଣାଳୀ ଆକାଶତୀର କିଣିବାରେ ପ୍ରଥମ ଆନ୍ତର୍ଜାତୀୟ ଗ୍ରାହକ ହେଲା ଆର୍ମେନିଆ