ଆଜି ୧୮ ଜିଲ୍ଲାରେ ହେବ ଝଡ଼ବର୍ଷା l
▪️ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେଉଛି ।
▪️କିଛି କିଛି ସ୍ଥାନରେ ତାଣ୍ଡବ ରଚୁଛି କାଳବୈଶାଖୀ ।
▪️ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ।
▪️ଆଜି ୧୮ ଜିଲ୍ଲାକୁ ଝଡ଼ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ।
ବିବାଦ ଘେରରେ ୟୁଟ୍ୟୁବର ଲବ ହାଂସଦା ।
▪️ବେଙ୍ଗାଲୁରୁର ଏଚ ଏସ ଆର ଲେ ଆଉଟ ପୋଲିସ ଥାନାରେ ଲବ ବିରୋଧରେ ହୋଇଛି ଏତଲା ।
▪️ଲବ ହାଂସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବ ହାଁସଦାକୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ ।
▪️
ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ।
▪️ ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ ।
▪️ ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା ।
▪️ଲବ ହାଁସଦାର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ସୋଲମୀ ।
▪️ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲା ଲବ । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ ।
▪️ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବକୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଈ କହିଛନ୍ତି ।
କେନ୍ଦୁଝର: ଘଟଗାଁ ରେଞ୍ଜ ସାନ୍ତରାପୁର ଗାଁରେ ରେଡ୍
▪️ସାନ୍ତରାପୁରରେ ବନ ବିଭାଗର ବଡ଼ ଧରଣର ଚଢ଼ାଉ
▪️୧୫ ଲକ୍ଷ ଟଙ୍କାର ଚୋରାକାଠ ଜବତ
▪️ଚଢ଼ାଉରେ ୪ ରେଞ୍ଜ ଅଧିକାରୀ, ୨ACF ସାମିଲ
▪️୪୦ ପୋଲିସ, ୪୦ ବନ କର୍ମଚାରୀ , ୬୦ ସ୍କ୍ବାର୍ଡ ସାମିଲ
▪️ଡ୍ରୋନ୍ କ୍ୟାମେରା ସହାୟତାରେ ଏବେବି ଚଢ଼ାଉ ଜାରି
ଜମ୍ମୁ କାଶ୍ମୀର ପୁଲୱାମାରେ ହେଲା ଏନକାଉଣ୍ଟର
▪️ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ
▪️ଏନକାଉଣ୍ଟରରେ ୩ ଆତଙ୍କବାଦୀ ହେଲେ ନିପାତ
ଗଦ୍ଦାର ତୁର୍କୀର ଗାଲକୁ ଭାରତୀୟଙ୍କ ଶକ୍ତ ଚାପୁଡ଼ା।
▪️ପାକିସ୍ତାନକୁ ସାହାଯ୍ୟ କରି ନାମ ନେଲା ତୁର୍କୀ।
▪️ ବିକ୍ରି ହେଉନି ତୁର୍କୀ ଆପଲ୍, ଟ୍ରାଭେଲ ପ୍ଲାନ ହେଉଛି କ୍ୟାନସଲ୍ l
ବିଳମ୍ବିତ ରାତିରେ ପାଲଲହଡା ନିକଟରେ ଥଣ୍ଡା ବୋତଲ ନେଇ ଯାଉଥିବା ଟ୍ରକ ଦୁର୍ଘଟଣା ଗ୍ରସ୍ତ।
▪️ ବିଛାଡି ହୋଇ ପଡିଚି ବୋତଲ….
କୋଲ୍ଡଡ୍ରିଙ୍କସରେ ବିଷ ମିଶାଇ ପିଇ ଦେଇଥିଲେ ପୂରା ପରିବାର ।
▪️ ପୁଅ ଓ ଝିଅଙ୍କ ପରେ ଆଜି ବାପାର ହେଲା ମୃତ୍ୟୁ
▪️ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୮ ବର୍ଷର ପୁଅ ଓ ୧୨ ବର୍ଷର ଝିଅର ମୃତ୍ୟୁ ହୋଇଥିଲା ।
▪️ ଶୁଭାଶିଷ ପାଣିଗ୍ରାହୀ ଗତକାଲି ମଧ୍ୟାହ୍ନରେ ନିଜ ପୁଅ, ଝିଅଙ୍କୁ ମୃଦୁପାନୀୟରେ ବିଷ ମିଶାଇ ପିଇବାକୁ ଦେଇଥିଲେ ।
▪️ନିଜେ ମଧ୍ୟ ପିଇଥିଲେ ।
▪️ଅସୁସ୍ଥ ହେବା ପରେ ସମ୍ପର୍କୀୟ ସମସ୍ତଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
▪️ସେଠାରେ ୮ ବର୍ଷର ପୁଅ ବିଜୟାନନ୍ଦଙ୍କ ମୃତ୍ୟୁ ହୋଇଥିଲା।
ପୁଣି ପିପିଲିରେ ଲଜ୍ଜା ।
▪️ ଅଶ୍ଳୀଳ ଭିଡିଓ କରି ସମ୍ପର୍କୀୟ ଝିଆରୀକୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ l
▪️ଭିଡିଓ ଭାଇରାଲ୍ ଧମକ ଦେଇ ଝିଆରୀକୁ ଦୁଷ୍କର୍ମ ।
▪️ପିପିଲି ଅଞ୍ଚଳରେ ଅଭାବନୀୟ ଘଟଣା l
▪️ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ସହିତ ତା’ର ସମ୍ପର୍କୀୟ ଦାଦା ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
▪️ ଅଶ୍ଳୀଳ ଫଟୋ ଭାଇରାଲର ଧମକ ଦେଇ ଅଭିଯୁକ୍ତ ଜଣକ ସଂପୃକ୍ତ ନାବାଳିକା ସହିତ ଏକାଧିକବାର ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।
▪️ ଘଟଣାଟି ଘଟିଛି ସାତଶଙ୍ଖ ଫାଣ୍ଡି ଅଞ୍ଚଳରେ । ଅଭିଯୋଗ ପରେ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ପୁଲିସ ।
▪️ପିଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀ ସମ୍ପର୍କୀୟ ଦାଦା ପ୍ରତିଦିନ ନାବାଳିକାଙ୍କ ଘରକୁ ଯିବାଆସିବା କରନ୍ତି ।
▪️ ଏପରିକି ତାଙ୍କ ଘରେ ବହୁ ସମୟ ଧରି ଟିଭି ଦେଖନ୍ତି । ଏହାରି ଭିତରେ ଦାଦାର ଲୋଲୁପ ଦୃଷ୍ଟି ଝିଆରୀ ଉପରେ ପଡ଼ିଥିଲା ।
▪️ଘରେ କେହି ନଥିବାର ସୁଯୋଗ ନେଇ ସେ ପ୍ରଥମେ ଝିଆରୀଙ୍କୁ ଦୁଷ୍କର୍ମ କରି ତା’ର ଫଟୋ ଓ ଭିଡିଓ ରେକର୍ଡିଂ କରିଥିଲା ।
▪️ ପରବର୍ତ୍ତୀ ସମୟରେ ସେହି ଫଟୋ ଓ ଭିଡିଓକୁ ଭାଇରାଲ୍ କରିବାର ଧମକ ଦେଇ ଏକାଧିକ ଥର ଝିଆରୀଙ୍କୁ ଦୁଷ୍କର୍ମ କରିଥିଲା ।
▪️ଭୟରେ ନାବାଳିକା ମୁହଁ ଖୋଲୁନଥିଲା । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିଛି ।
▪️ପୀଡ଼ିତା ଓ ଅଭିଯୁକ୍ତକୁ ଡାକ୍ତରୀ ମାଇନା କରାଯାଇଛି ।
▪️ଆଜି ଅଭିଯୁକ୍ତକୁ ପୁରୀ ସ୍ବତନ୍ତ୍ର(ପୋସ୍କୋ)କୋର୍ଟକୁ ଚାଲାଣ କରାଯିବ ବୋଲି ପୁଲିସ କହିଛି ।
ଛଟପଟ ପାକିସ୍ତାନ ଭାରତକୁ କଲା ଗୁହାରି l
▪️୩ ସପ୍ତାହରେ ପାକିସ୍ତାନର ହାଲତ୍ ଟାଇଟ୍ ।
▪️ ସିନ୍ଧୁ ଜଳଚୁକ୍ତି ବାତିଲ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ଭାରତକୁ ଅପିଲ୍ ।
▪️ ଜଳଶକ୍ତି ସଚିବଙ୍କୁ ପାକିସ୍ତାନ ଜଳସଂପଦ ସଚିବ ଚିଠି ଲେଖିଥିବା ସୂଚନା l
ଏକାଠି ହେବେ ମମତା ଓ ମାତୃବନ୍ଦନା l
▪️ଏକତ୍ର କାର୍ଯ୍ୟକାରୀ ହେବ ମମତା ଓ PM ମାତୃବନ୍ଦନା ଯୋଜନା
▪️ପିଛିଲା ଭାବେ ଏପ୍ରିଲ ୧ରୁ ଲାଗୁ କରିବାକୁ କ୍ୟାବିନେଟ ନିଷ୍ପତ୍ତି
▪️ଝିଅ ଜନ୍ମହେଲେ ମାଆ ପାଇବେ ୧୨ ହଜାର ଟଙ୍କା
▪️ପୁଅ ଜନ୍ମହେଲେ ମାଆ ପାଇବେ ୧୦ ହଜାର ଟଙ୍କା
▪️PVTG ସଂପ୍ରଦାୟର ମହିଳା ଦ୍ବିତୀୟ ସନ୍ତାନ ପରେ ବି ପାଇବେ ସୁବିଧା
ପାକିସ୍ତାନରେ ଶୁଖିଗଲାଣି ନଦୀନାଳ l
▪️ପୁଣି ବଗଲିହର ଡ୍ୟାମ୍ ଗେଟ୍ ବନ୍ଦ କଲା ଭାରତ।
▪️ ପାଣି ପାଇଁ ଡହଳ ବିକଳ ହେଉଛି ପାକିସ୍ତାନ।
▪️ଡ୍ୟାମ୍ ଗେଟ୍ ବନ୍ଦ ପରେ ପାକିସ୍ତାନର ନଦୀନାଳ ଶୁଖି ଆଁ କରିଛି।
ସରକାରୀ ଜମି ଜବରଦଖଲ ମାମଲା: ଦୀର୍ଘ ବର୍ଷ ଦଖଲରେ ରହିଲେ ବି ବ୍ୟକ୍ତିଗତ ହୋଇପାରିବନାହିଁ l
▪️ଆଇନଗତ ସ୍ୱୀକୃତି ବିନା ସରକାରୀ ଜମିକୁ କେହି ଦୀର୍ଘବର୍ଷ ଧରି ନିଜ ଦଖଲରେ ରଖିଦେଲେ ଉକ୍ତ ଜମି ବ୍ୟକ୍ତିଗତ ହୋଇପାରିବ ନାହିଁ ବା ସମ୍ପୃକ୍ତ ବ୍ୟକ୍ତିଙ୍କ ମାଲିକାନା ସ୍ୱତ୍ତ୍ୱ ସାବ୍ୟସ୍ତ କରିପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି ।