ଆଜିର ଖବର – ତାରିଖ: ୦୨/୦୨/୨୦୨୬, ସୋମବାର
୧-କେନ୍ଦ୍ର ବଜେଟ୍ ୨୦୨୬-୨୭:ଆୟକର ସ୍ଲାବ ଅପରିବର୍ତ୍ତିତ,ନିୟମ ସରଳୀକରଣ। ମଧୁମେୟ, କର୍କଟ ସମେତ ୧୭ ଜଟିଳ ଔଷଧ ଶସ୍ତା।୫୩.୫ ଲକ୍ଷ କୋଟିକୁ ବଢ଼ିଲା ବଜେଟ୍ କଳେବର।
୨-ଆଜିଠୁ ୬ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି,
ରାଷ୍ଟ୍ରପତିଙ୍କ ଗସ୍ତରେ ଜଗିବେ ୩୦ ପ୍ଲାଟୁନ ଫୋର୍ସ, ଉଚ୍ଚ ଅଟ୍ଟାଳିକାରେ ମୁତୟନ ହେବେ ବନ୍ଧୁକଧାରୀ।
୩-ଖଣ୍ଡଗିରି କୁମ୍ଭମେଳାର ପୂର୍ଣ୍ଣାହୁତି, ଗୁଞ୍ଜରିତ ହେଲା ଓଁ ଆଗ୍ନାୟ ସ୍ଵାହା।
୪-ସବୁଠି ୧୦ ଡିଗ୍ରୀ ଉପରେ ପାରଦ, ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକା ଶୀତ ଅନୁଭୂତ।
୫-ବଜେଟରେ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା; ରାଜ୍ୟରେ ହେବ ବିରଳ ଖଣିଜ କରିଡ଼ର, କଇଁଛ ପର୍ଯ୍ୟଟନକୁ ମିଳିବ ପ୍ରୋତ୍ସାହନ।
୬-ସାତକୋଶିଆରେ ବଢିଛି କୁମ୍ଭୀର ସଂଖ୍ୟା, ମୋଟ୍ ୧୧୦ଟି କୁମ୍ଭୀର ଥିବା ସୂଚନା।
୭-ନନ୍ଦନକାନନରେ ୮ ଦିନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ।
୮-ଓଡ଼ିଶା ପାଇଁ ନୈରାଶ୍ୟଜନକ ବଜେଟ୍ : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
୯-ଲଟେରି ଜରିଆରେ ବିଏମ୍ସି ପକ୍ଷରୁ ପକ୍କା ଘର ଆବଣ୍ଟନ, ସାମିଲ ହେଲେ ୧୬୭ ହିତାଧିକାରୀ।
୧୦-ଅନୁଗୋଳ:ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ, ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଥିବା ସୂଚନା।
୧୧-ଭୁବନେଶ୍ୱର:ଧରାପଡ଼ିଲା ଫୋର ଟୋଣ୍ଟି ଲେଡି, ତନୁଜା ରାଣୀ ପାତ୍ର, ୧୫ଲକ୍ଷ ଠକେଇ କରି ୨ ବର୍ଷ ହେଲା ଥିଲା ଫେରାର।
୧୨-ବଜେଟରେ ଏଆଇ ମିଶନ ଏବଂ ଗବେଷଣା-ବିକାଶକୁ ଗୁରୁତ୍ୱ; ଏଣିକି କେବଳ ବଡ଼ କମ୍ପାନୀ ନୁହେଁ, ଷ୍ଟାର୍ଟଅପ୍ ବି AIରେ ହେବ ଲାଭବାନ।
୧୩-ବରୋଦା,WPL:ୟୁପିକୁ ହରାଇ ଏଲିମିନେଟରରେ ଦିଲ୍ଲୀ। ଲିଗ୍ ପର୍ଯ୍ୟାୟ ସମାପ୍ତ।
୧୪-ଲାହୋର:ଅଷ୍ଟ୍ରେଲିଆ ବିପକ୍ଷ ଟି ୨୦ ଶୃଙ୍ଖଳା ପୋଛିଲା ପାକିସ୍ତାନ।
୧୫-ପ୍ରତିରକ୍ଷା ପାଇଁ ଏକ ଲକ୍ଷ କୋଟିରୁ ଅଧିକ ବ୍ୟୟ ବରାଦ, ନିର୍ମାଣ ହେବ ମିସାଇଲ ଓ ଫାଇଟର ଜେଟ୍।
୧୬-ଗ୍ଲୋବାଲ GDP: ଆମେରିକାକୁ ଟପିଲା ଭାରତ: ମସ୍କ କହିଲେ, ବଦଳୁଛିପାୱାର ବାଲାନ୍ସ।
୧୭-ଆବୁଧାବୀରେ ସଜେଇ ହେଉଛି ଶାନ୍ତି ଟେବୁଲ, ଫେବୃଆରୀ ୪ ଓ ୫ରେ ଆଲୋଚନା ଲାଗି ମୁହାଁମୁହିଁ ବସିବେ ଋଷିଆ ଓ ୟୁକ୍ରେନ।
୧୮-U19 World Cup: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ସେମିଫାଇନାଲ୍ରେ ଆଫଗାନିସ୍ତାନ ସହ ହେବ ମୁକାବିଲା।
୧୯-୧୪୫ ଜଣ ଆତଙ୍କବାଦୀ ନିପାତ କଲା ପାକିସ୍ତାନ: ଭାରତ ଉପରେ ଦୋଷ ଲଦିଲା।
୨୦-ଟି୨୦ ବିଶ୍ବକପରେ ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ; ଶାହବାଜ ସରକାରଙ୍କ ବଡ଼ ଘୋଷଣା।
୨୧-ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ଚିକିତ୍ସା କେନ୍ଦ୍ର ହେବ ବୋଲି କହିଥିଲେ ସରକାର।
====================
ଆଜି ବିଶ୍ୱ ଆର୍ଦ୍ରଭୂମି ଦିବସ (ୱେଟଲ୍ୟାଣ୍ଡ ଡେ)
ଆଜି ଜନ୍ମଦିନ: ରାଜକୁମାରୀ ଅମୃତ କୌର, ଖୁସୱନ୍ତ ସିଂ, ସମିତା ସେଟ୍ଟୀ, ପ୍ରଜ୍ଞା ସିଂ ଠାକୁର
ଇତିହାସରେ ଆଜି: (୧୫୫୬) ଚୀନ ଭୁକମ୍ପରେ ଦଶଲକ୍ଷରୁ ଅଧିକ ମୃତ/ (୧୯୪୯) ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ସ୍ଥାପିତ/ (୧୯୫୩) ଭାରତୀୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଗଠିତ/ (୨୦୦୬) ମନରେଗା ଯୋଜନା ୨୦୦ ଜିଲ୍ଲାରେ ଲାଗୁ l
====================
ବନ୍ଦେ ଉତ୍କଳ ଜନନୀ